ଗରିବ ଲୋକଙ୍କ ସାହାଯ୍ୟ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଭିଭିନ୍ନ ପ୍ରକାର ଯୋଜନା କାର୍ଯ୍ୟକାରୀ କରିଛନ୍ତି l ଦୀର୍ଘ ଦିନ ଧରି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ରାସନ କାର୍ଡଧାରୀଙ୍କୁ ରାସନ କାର୍ଡ ଯୋଗେ ବିଭିନ୍ନ ଖାଦ୍ୟଦ୍ରବ୍ୟ ମାଗଣାରେ ମିଳୁଛି l ଏହି ମାଗଣା ଖାଦ୍ୟ ସମସ୍ତ ଗରିବଙ୍କୁ ଅନେକ କ୍ଷେତ୍ରରେ ସାହାଯ୍ୟ କରୁଛି l ଗରିବ କମ ଟଙ୍କାରେ ଖାଦ୍ୟଦ୍ରବ୍ୟ ପାଇ ପାରୁଛନ୍ତି l
ବର୍ତ୍ତମାନ ଅଯୋଗ୍ୟ ରାସନ କାର୍ଡ ଧାରକମାନଙ୍କୁ ଲାଗିବ ଏକ ବଡ଼ ଝଟକା l କାରଣ ଏହି କଳାବଜାରୀ ପାଇଁ ଅନେକ ଗରିବ ଲୋକ ହଇରାଣ ହେଉଛନ୍ତି l ତେବେ ସରକାର ଏହାକୁ ବନ୍ଦ କରିବା ପାଇଁ ଏକ ବଡ଼ ଆକାରରେ ନିଷ୍ପତ୍ତି ନେବେ । ଯେଉଁଥିପାଇଁ କଟିଯିବ ଅନେକ ଅଯୋଗ୍ୟ ହିତାଧିକାରୀଙ୍କ ନାମ l
ସୂଚନା ଅନୁଯାୟୀ, ଅନେକ ସଂଖ୍ୟକ ଲୋକ ଅଛନ୍ତି ଯେଉଁମାନେ ଅଯୋଗ୍ୟ ହୋଇ ମଧ୍ୟ ରାସନ କାର୍ଡ ତିଆରି କରିଛନ୍ତି l ଯେଉଁମାନଙ୍କ ଉପରେ ଏବେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ସରକାର । ତେବେ ଏ ନେଇ ସରକାର ଏକ ଅଭିଯାନ ମଧ୍ୟ ଚଳାଇଛନ୍ତି ଯାହାଦ୍ୱାରା ଅନେକ ହିତାଧିକାରୀ ଧରାପଡ଼ିଛନ୍ତି । ଅଯୋଗ୍ୟ ହୋଇ ଏହା ବ୍ୟବହାର କଲେ ସରକାର ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ସେହି ବ୍ୟକ୍ତିଙ୍କ ଉପରେ ।
ରାସନ କାର୍ଡ ଯୋଗାଇବା ପାଇଁ ସରକାର ଏହି ମାଗଣା ରାସନ ଯୋଜନାରେ ଅନେକ ଗୁରୁତ୍ୱପୂର୍ଣ୍ଣ ସର୍ତ୍ତ ସ୍ଥିର କରିଛନ୍ତି l ଯାହା ଆପଣଙ୍କ ପାଇଁ ଜାଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ଯଦି ଆପଣ ସରକାରଙ୍କ ସମସ୍ତ ସର୍ତ୍ତ ପୂରଣ ନ କରନ୍ତି ତେବେ ଆପଣଙ୍କ ରାସନ କାର୍ଡ ରଦ୍ଦ ହୋଇଯିବ ।
ଅନେକ ଲୋକ ଟ୍ୟାକ୍ସ ଭରୁଛନ୍ତି ଏବଂ ମାଗଣା ରାସନର ଲାଭ ମଧ୍ୟ ଉଠାଉଥିବାର ଦେଖିବାକୁ ମିଳିଛି । ଏହା ବ୍ୟତୀତ, ଯଦି ଆପଣଙ୍କର ୧୦ରୁ ଅଧିକ ଡେସିମିଲ ଜମି ଅଛି ତେବେ ଆପଣଙ୍କର ରାସନ କାର୍ଡ ବାତିଲ କରାଯିବ । କେବଳ ଏତିକି ନୁହେଁ, ଯଦିଓ ଆପଣଙ୍କର ମାସିକ ଆୟ ୧୫,୦୦୦ ଟଙ୍କା କିମ୍ବା ଏଥିରୁ ଅଧିକ ରହିଛି ତେବେ ଆପଣ ମାଗଣା ରାସନ ଲାଭ ଉଠାଇପାରିବେ ନାହିଁ ।