Government Schemes

PMKMY: ଏହି ସ୍କିମରେ ଚାଷୀ ପାଇବେ ବର୍ଷକୁ ୬୦୦୦

ସରକାର ଦେଶରେ ଚାଷୀଙ୍କୁ ଗୁରୁତ୍ୱ ଦେଉଛନ୍ତି l ଚାଷୀଙ୍କ ପାଇଁ ବିଭିନ୍ନ ପ୍ରକାର ଯୋଜନା ମଧ୍ୟ ଆରମ୍ଭ କରିଛନ୍ତି l ଯାହାକୁ ବ୍ୟବହାର କରି ଜଣେ ଚାଷୀ ଆର୍ଥିକ ସ୍ଥିତିରେ ମଜବୁତ ହୋଇପାରୁଛି l ପ୍ରୋତ୍ସାହନ ପାଇବା ଦ୍ୱାରା ଉତ୍ସାହିତ ହେଉଛି ଚାଷକାମ ପାଇଁ l ତେଣେ ସରକାରଙ୍କର ରହିଛି ଏପରି ଏକ ଯୋଜନା ଯେଉଁଥିରେ ଚାଷୀ ପାଇବେ ପେନସନ l

07 November, 2023 11:50 AM IST By: Tanushree Mahapatra

ସରକାର ଦେଶରେ ଚାଷୀଙ୍କୁ ଗୁରୁତ୍ୱ ଦେଉଛନ୍ତି l ଚାଷୀଙ୍କ ପାଇଁ ବିଭିନ୍ନ ପ୍ରକାର ଯୋଜନା ମଧ୍ୟ ଆରମ୍ଭ କରିଛନ୍ତି l ଯାହାକୁ ବ୍ୟବହାର କରି ଜଣେ ଚାଷୀ ଆର୍ଥିକ ସ୍ଥିତିରେ ମଜବୁତ ହୋଇପାରୁଛି l ପ୍ରୋତ୍ସାହନ ପାଇବା ଦ୍ୱାରା ଉତ୍ସାହିତ ହେଉଛି ଚାଷକାମ ପାଇଁ l ତେଣେ ସରକାରଙ୍କର ରହିଛି ଏପରି ଏକ ଯୋଜନା ଯେଉଁଥିରେ ଚାଷୀ ପାଇବେ ପେନସନ l ଏହି ଯୋଜନା ମାଧ୍ୟମରେ ସରକାରଙ୍କ ମୂଳ ଉଦ୍ଦେଶ୍ୟ ହେଉଛି କ୍ଷୁଦ୍ର ଜମିହରା ଚାଷୀଙ୍କ ଆୟ ବୃଦ୍ଧି କରିବା ।

କିନ୍ତୁ କେନ୍ଦ୍ର ଦ୍ୱାରା ପରିଚାଳିତ ଏହି ଯୋଜନାଗୁଡ଼ିକ ମଧ୍ୟରେ ପ୍ରଧାନ ମନ୍ତ୍ରୀ କିସାନ ମାନଧନ ଯୋଜନା ଚାଷୀଙ୍କୁ ବୃଦ୍ଧ ଅବସ୍ଥାରେ ଆର୍ଥିକ ସହାୟତା ପ୍ରଦାନ କରୁଛି । ଏହା ଏକ କେନ୍ଦ୍ରୀୟ ଯୋଜନା | ଯଦି ଆପଣ ଜଣେ ଚାଷୀ ଏବଂ ଏହି ଯୋଜନାରେ ବିନିଯୋଗ କରନ୍ତି ତେବେ ୬୦ ବର୍ଷ ବୟସ ପରେ ଆପଣ ପ୍ରତି ମାସରେ ୩୦୦୦ ଟଙ୍କା ପେନସନ  ପାଇବେ l

ଏହି ଯୋଜନାର ବୈଶିଷ୍ଟ୍ୟ ହେଉଛି, ଯଦି ନିବେଶକ କୃଷକ ମଧ୍ୟ ଭାଗରେ ମରିଯାଏ,ତେବେ ତାଙ୍କ ପତ୍ନୀ କିମ୍ବା ସ୍ୱାମୀ ପ୍ରତି ମାସରେ ପେନସନ୍ ରାଶିରୁ ୫୦ ପ୍ରତିଶତ ଅର୍ଥ ପାଇବେ | ଅର୍ଥାତ୍ ନିବେଶକଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାର ପ୍ରତି ମାସରେ ୧୫୦୦ ଟଙ୍କା ପେନସନ ପାଇବେ ।  ପ୍ରଧାନ ମନ୍ତ୍ରୀ କିସାନ ମାନଧନ ଯୋଜନା ହେଉଛି ଏକ କେନ୍ଦ୍ରୀୟ କ୍ଷେତ୍ର ଯୋଜନା । ଏହି ଯୋଜନା ଅଧୀନରେ ଜଣେ ଚାଷୀ ୬୦ ବର୍ଷ ବୟସ ପରେ ପେନସନ୍ ପାଆନ୍ତି | ବିଶେଷ କଥା ହେଉଛି ୧୮ ବର୍ଷରୁ ୪୦ ବର୍ଷ ମଧ୍ୟରେ ଯେ କୌଣସି କୃଷକ ଏହି ଯୋଜନା ପାଇଁ ଆବେଦନ କରିପାରିବେ । ଏଥିରେ ଜଣେ ଚାଷୀ ନିଜ ବୟସ ଅନୁଯାୟୀ ଟଙ୍କା ବିନିଯୋଗ କରିବେ l

ଏହି ସ୍କିମ୍ ଅଧୀନରେ, ମାସିକ ୫୫ ରୁ ୨୦୦ ଟଙ୍କା ବିନିଯୋଗ କରିପାରିବେ l  ୬୦ ବର୍ଷ ବୟସ ହେବା ମାତ୍ରେ ଚାଷୀ ପେନସନ ପାଇବା ଆରମ୍ଭ କରିବ | ଆପଣ ଗୋଟିଏ ବର୍ଷରେ ପେନସନ ଭାବରେ ୩୬ ହଜାର ଟଙ୍କା ପାଇବେ l ଏହି ଯୋଜନାର ସବୁଠାରୁ ବଡ କଥା ହେଉଛି ସ୍ୱାମୀ ଏବଂ ସ୍ତ୍ରୀ ପୃଥକ ଭାବରେ ଏହାର ଲାଭ ପାଇପାରିବେ | ସବୁଠାରୁ ବଡ କଥା ହେଲା ଏହି ଯୋଜନା ଦ୍ୱାରା ସ୍ୱାମୀ ସ୍ତ୍ରୀ ପୃଥକ ଭାବେ ମଧ୍ୟ ପେନସନ ଟଙ୍କା ପାଇ ପାରିବେ l

ଯଦି ଆପଣ ପ୍ରଧାନ ମନ୍ତ୍ରୀ କିସାନ ମାନଧନ ଯୋଜନାର ଲାଭ ପାଇବାକୁ ଚାହୁଁଛନ୍ତି,ତେବେ ସର୍ବପ୍ରଥମେ ଆପଣଙ୍କୁ ଏଥିପାଇଁ ପଞ୍ଜିକରଣ କରିବାକୁ ପଡିବ l ଜଣେ ଚାଷୀ ପଞ୍ଜିକରଣ କରିବାକୁ ହେଲେ ପ୍ରଥମେ ଅଫିସିଆଲ୍ ୱେବସାଇଟ୍ କୁ ଯିବାକୁ ହେବ l ୱେବସାଇଟ୍ ଖୋଲିବା ପରେ ଏହାର ମୂଳପୃଷ୍ଠାରେ ଲଗ୍ଇନ୍ କରନ୍ତୁ l ଲଗଇନ୍ କରିବାକୁ ଜଣେ ଚାଷୀଙ୍କୁ ନିଜ ଫୋନ୍ ନମ୍ବର ପୂରଣ କରିବାକୁ ପଡିବ l

ପରେ ସେଠାରେ ଚାଷୀ ନିଜର ସମସ୍ତ ତଥ୍ୟ ପୁରାଣ କରିବେ l ଏକ OTP ସୃଷ୍ଟି ହେବ ଯାହା ଆପଣଙ୍କୁ ପୁରାଣ କରିବାକୁ ପଡିବ l ଏହା ପରେ ସେଠାରେ ଥିବା ସମସ୍ତ ଖାଲି ବାକ୍ସଗୁଡ଼ିକୁ ସଠିକ୍ ଭାବରେ ପୂରଣ କରିବାକୁ ହେବ l ଶେଷରେ ସେଠାରେ ଦେଖାଯାଉଥିବା ଦାଖଲ ବଟନ୍ ଉପରେ କ୍ଲିକ୍ କରନ୍ତୁ l ଏହାପରେ ପଞ୍ଜିକରଣ ପ୍ରକ୍ରିୟା ଶେଷ ହେବ ଏବଂ ଜଣେ ଚାଷୀ ଏହି ଯୋଜନାରେ ସାମିଲ ହୋଇପାରିବେ l ତେବେ ମାନେ ରଖିବା ଉଚିତ କୌଣସି ଭୁଲ ତଥ୍ୟ ପ୍ରଦାନ କରୁନାହାନ୍ତି ଜଣେ ଚାଷୀ l ନଚେତ ସରକାରଙ୍କ ଦ୍ୱାରା ଦଣ୍ଡିତ ମଧ୍ୟ ହେବାକୁ ପଡିବ l

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)