Government Schemes

PM Kisan Sampada Yojana: କ’ଣ ଲାଭ ପାଆନ୍ତି କୃଷକ…….?

ଦେଶର ପ୍ରାୟ ପ୍ରତ୍ୟେକ ବିଭାଗ ପାଇଁ କେନ୍ଦ୍ର ସରକାର ଅନେକ ପ୍ରକାରର ଲାଭଦାୟକ ଏବଂ କଲ୍ୟାଣକାରୀ ଯୋଜନା ଚଳାଉଛନ୍ତି । ଏଥିମଧ୍ୟରେ କୃଷକମାନଙ୍କ ପାଇଁ ଏହିପରି ଅନେକ ଯୋଜନା ମଧ୍ୟ ଚାଲିଛି l ଯାହା ମାଧ୍ୟମରେ ସେମାନଙ୍କର ଆୟ ଦ୍ୱିଗୁଣିତ ହୋଇପାରିବ |

31 July, 2023 11:11 AM IST By: Tanushree Mahapatra

ଦେଶର ପ୍ରାୟ ପ୍ରତ୍ୟେକ ବିଭାଗ ପାଇଁ କେନ୍ଦ୍ର ସରକାର ଅନେକ ପ୍ରକାରର ଲାଭଦାୟକ ଏବଂ କଲ୍ୟାଣକାରୀ ଯୋଜନା ଚଳାଉଛନ୍ତି । ଏଥିମଧ୍ୟରେ କୃଷକମାନଙ୍କ ପାଇଁ ଏହିପରି ଅନେକ ଯୋଜନା ମଧ୍ୟ ଚାଲିଛି l ଯାହା ମାଧ୍ୟମରେ ସେମାନଙ୍କର ଆୟ ଦ୍ୱିଗୁଣିତ ହୋଇପାରିବ | ସେଥିମଧ୍ୟରୁ ଗୋଟିଏ ହେଉଛି ପ୍ରଧାନ ମନ୍ତ୍ରୀ କିସାନ ସମ୍ପଦ ଯୋଜନା । 

ଅଗଷ୍ଟ ୨୦୧୭ ରେ ପ୍ରଧାନ ମନ୍ତ୍ରୀ କିସାନ ସମ୍ପଦ ଯୋଜନା ଆରମ୍ଭ ହୋଇଥିଲା । ଏବେ କେନ୍ଦ୍ର ସରକାର ଏହି ଯୋଜନା ସମ୍ପର୍କରେ ଏକ ବଡ ଘୋଷଣା କରିଛନ୍ତି । ବାସ୍ତବରେ,ଏହି ଯୋଜନା ୨୦୨୧-୨୨ ରୁ ୨୦୨୫-୨୬ ମସିହା ଆର୍ଥିକ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି | ତେଣୁ ଆସନ୍ତା ତିନି ବର୍ଷ ପାଇଁ କୃଷକମାନେ ଏହାର ଫାଇଦା ଉଠାଇ ପାରିବେ ।

ପ୍ରଧାନ ମନ୍ତ୍ରୀ କିସାନ ସମ୍ପଦ ଯୋଜନା କ’ଣ ? କ’ଣ ରହିଛି ଚାଷୀଙ୍କ ପାଇଁ ସୁବିଧା l ଏହି ଯୋଜନାରୁ କୃଷକମାନେ କ’ଣ ଲାଭ ପାଆନ୍ତି ? ଏହା ବ୍ୟତୀତ, ଯୋଜନା ଅନ୍ତର୍ଗତ ପଞ୍ଜୀକରଣ ପାଇଁ ଯୋଗ୍ୟତା ଏବଂ ଡକ୍ୟୁମେଣ୍ଟଗୁଡିକ କ’ଣ କ’ଣ  ଆବଶ୍ୟକ ? ଚାଷୀଙ୍କୁ କିପରି ସାହାଯ୍ୟ କରୁଛି ଏହି ଯୋଜନା ?

ପ୍ରଧାନ ମନ୍ତ୍ରୀ କିସାନ ସମ୍ପଦ ଯୋଜନା ଅଧୀନରେ କେନ୍ଦ୍ର ସରକାର ଆଧୁନିକ ଭିତ୍ତିଭୂମି ପରିଚାଳନାରେ ତଥା ଚାଷଜମିରୁ ଦୋକାନ ପର୍ଯ୍ୟନ୍ତ ଶସ୍ୟ ପରିବହନ ପାଇଁ ଆଧୁନିକ ଭିତ୍ତିଭୂମି ସୃଷ୍ଟି କରିବାରେ ସାହାଯ୍ୟ କରନ୍ତି । ଏହା ବ୍ୟତୀତ, ଏହି ଯୋଜନା ମାଧ୍ୟମରେ ସରକାର ସେମାନଙ୍କର ଉତ୍ପାଦକୁ ସଠିକ୍ ଭାବରେ କୃଷକମାନଙ୍କୁ ବିକ୍ରୟ କରିବାରେ ସଫଳ ଭାବେ ସାହାଯ୍ୟ କରିଥାନ୍ତି । ଏଥି ସହିତ, ଏହି ଯୋଜନାର ସାହାଯ୍ୟରେ ଭାରତରେ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରର ବିକାଶ ମଧ୍ୟ ବୃଦ୍ଧି ପାଇଛି । ଏହା ମଧ୍ୟ ଚାଷୀଙ୍କୁ ନୂତନ ନିଯୁକ୍ତି ସୁଯୋଗ ଦେଇଛି ଚାଷ କାର୍ଯ୍ୟରେ l ପ୍ରଧାନ ମନ୍ତ୍ରୀ କିସାନ ସମ୍ପଦ ଯୋଜନା ଆଗକୁ ବଢାଇବା ପାଇଁ ଏବଂ ଏହାର ଉତ୍ତମ କାର୍ଯ୍ୟକାରିତା ପାଇଁ କେନ୍ଦ୍ର ସରକାର ଏହି ଯୋଜନା ଅଧୀନରେ ୪୬୦୦ କୋଟି ଟଙ୍କା ବଜେଟ୍ ସ୍ଥିର କରିଛନ୍ତି ।

ପ୍ରଧାନ ମନ୍ତ୍ରୀ କିସାନ ସମ୍ପଦ ଯୋଜନାରେ ଆବେଦନ କରିବା ପାଇଁ ଆବେଦନକାରୀଙ୍କ ପାଖରେ ଆଧାର କାର୍ଡ, ରେସନ କାର୍ଡ, ଆବାସିକ ପ୍ରମାଣପତ୍ର, ଆୟ ପ୍ରମାଣପତ୍ର, ଜାତି ପ୍ରମାଣପତ୍ର, ବୟସ ପ୍ରମାଣପତ୍ର, ଇମେଲ ଆଇଡି, ମୋବାଇଲ ନମ୍ବର ଏବଂ ପାସପୋର୍ଟ ଆକାର ଫଟୋଗ୍ରାଫ ଇତ୍ୟାଦି ରହିବା ଆବଶ୍ୟକ। ଏହା ବ୍ୟତୀତ ଆହୁରି ଅନେକ ଡକ୍ୟୁମେଣ୍ଟ୍ ଆବଶ୍ୟକ l ତେବେ ଏହି ଯୋଜନା ପାଇଁ ଆବଶ୍ୟକ ହେଉଥିବା କାଗଜପତ୍ର ସଠିକ ରହିବା ଆବଶ୍ୟକ l ନଚେତ ଆପଣ ଏହି ଯୋଜନାରୁ ବଞ୍ଚିତ ହୋଇପାରନ୍ତି l

ତେବେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ଏହି ଯୋଜନା ର ଅନେକ କିଛି ଉଦ୍ଦେଶ୍ୟ ରହିଛି l ଯାହାକିଛି କୃଷିଜାତ ଦ୍ରବ୍ୟ ଉତ୍ପାଦନ ହେଉଛି ତାହାର ଅପଚୟକୁ କମ୍ କରିବା | ପ୍ରକ୍ରିୟାକରଣ ସ୍ତର ବଢ଼ାଇ ପ୍ରକ୍ରିୟାକୃତ ଖାଦ୍ୟ ସାମଗ୍ରୀର ରପ୍ତାନୀର ପ୍ରୋତ୍ସାହନ | ଇଣ୍ଟିଗ୍ରେଟେଡ୍ କୋଲ୍ଡ ଚେନ୍ ଯଥା ଫାର୍ମ ଗେଟ୍ ଠାରୁ ସିଧାସଳଖ ଖୁଚୁରା ଆଉଟଲେଟ୍ ପର୍ଯ୍ୟନ୍ତ ଫସଲର ଦକ୍ଷ ଯୋଗାଣ | ଖାଦ୍ୟ ପ୍ରକ୍ରିୟାକରଣ ଏବଂ ସଂରକ୍ଷଣ କ୍ଷମତା ସୃଷ୍ଟି କିମ୍ବା ବିସ୍ତାର କରିବା l ଖାଦ୍ୟ ନିରାପତ୍ତା ଏବଂ ଗୁଣବତ୍ତା ବଜାୟ ରଖିବା ପାଇଁ ଆଧୁନିକ ଭିତ୍ତିଭୂମି ସୃଷ୍ଟି କରିବା l

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)