Government Schemes

Subhadra Yojana: ମୋହନ ସରକାରଙ୍କ ବଡ଼ ଘୋଷଣା!

ସେପ୍ଟେମ୍ବର ୧୭ ତାରିଖରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ !

27 August, 2024 12:21 PM IST By: Tanushree Mahapatra

ରାଜ୍ୟର ମହିଳାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା l ମହିଳାଙ୍କ ପାଇଁ ଏହା ଏକ ବଡ଼ ଉପହାର l ଏଥର ସରକାର ଦେବେ ମହିଳାଙ୍କୁ ଆର୍ଥିକ ସୁବିଧା ଯାହା ତାଙ୍କୁ ଯୋଗାଇବ ରୋଜଗାରର ବାଟ l ମହିଳାଙ୍କ ପାଇଁ ଏହା ଏକ ଅଭିନବ ଯୋଜନା ମଧ୍ୟ l କାରଣ, ସୁଭଦ୍ରା ଯୋଜନାକୁ ନେଇ ଥିବା ସମସ୍ତ ଦ୍ବନ୍ଦ ଏବେ ଦୂର ହୋଇଛି ।

ଓଡ଼ିଶା ରାଜ୍ୟ ସରକାର ସୁଭଦ୍ରା ଯୋଜନାର ସମ୍ପୂର୍ଣ୍ଣ ଗାଇଡଲାଇନ୍ ଜାରି କରିଛନ୍ତି । ଆସନ୍ତା ମାସ ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ଉତ୍ସବରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହେବ । ମହିଳାଙ୍କ ପାଇଁ ଆରମ୍ଭ ହେବାକୁ ଥିବା ଏହି ଯୋଜନାକୁ ପ୍ରଧାନମନ୍ତ୍ରୀ ମୋଦି ଶୁଭାରମ୍ଭ କରିବେ ।

ଏଥିପାଇଁ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସି ନିଜ ଜନ୍ମଦିନରେ ଏହି ଯୋଜନାର ଉଦ୍‌ଘାଟନ ମଧ୍ୟ କରିବେ । ଏହା ସହିତ ସେ ସୁଭଦ୍ରା ଯୋଜନାର ମହିଳା ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଟଙ୍କା ମଧ୍ୟ ପ୍ରଦାନ କରିବେ । ହିତାଧିକାରୀଙ୍କ ଆକାଉଣ୍ଟକୁ ଏହି ଯୋଜନାର ପ୍ରଥମ କିସ୍ତି ବାବଦକୁ ୫ ହଜାର ଟଙ୍କା ପ୍ରଦାନ କରାଯିବ । ପ୍ରତି ବର୍ଷ ଦୁଇଟି କିସ୍ତି ମାଧ୍ୟମରେ ହିତାଧିକାରୀଙ୍କୁ ୧୦ ହଜାର ଟଙ୍କା ପ୍ରଦାନ କରାଯିବ ସରକାରଙ୍କ ତରଫରୁ  ।

ଏହି ଯୋଜନା ଟଙ୍କା ରାକ୍ଷୀ ପୂର୍ଣ୍ଣିମା ଏବଂ ଅନ୍ତର୍ଜାତୀୟ ମହିଳା ଦିବସରେ ହିତାଧୀକାରୀଙ୍କ ଆକାଉମ୍ଟକୁ ପଠାଯିବ । ପ୍ରଧାନମନ୍ତ୍ରୀ ମୋଦି ରାକ୍ଷୀ ପୂର୍ଣ୍ଣିମା ଅବସର ବାବଦ ପ୍ରଥମ କିସ୍ତି ୫ ହଜାର ଟଙ୍କା ପ୍ରଦାନ କରିବେ । ଏନେଇ ବିଧାନସଭାରେ ସବିଶେଷ ତଥ୍ୟ ରଖିଲେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ତଥା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଅନ୍ୟପଟେ ଏହି ଯୋଜନା ମାଧ୍ୟମରେ ୧ କୋଟି ମହିଳା ଉପକୃତ ହେବେ ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି l

ଅଧିକ ପଢ଼ନ୍ତୁ

କୃଷିର ସର୍ବାଙ୍ଗୀନ ବିକାଶରେ ଓୟୁଏଟିର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ: ମୁଖ୍ୟମନ୍ତ୍ରୀ

ଏକୀକୃତ ପେନ୍‌ସନ୍‌ ଯୋଜନାକୁ କ୍ୟାବିନେଟ୍‌ ମଞ୍ଜୁରି

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)