Government Schemes

PM Kisan: ଏହି ଦିନ ଆସିବ ପିଏମ ଟଙ୍କା!

ଆଗାମୀ ୧୮ତମ କିସ୍ତି ପାଇଁ ଚାଷୀ ଅପେକ୍ଷା କରିଛନ୍ତି l

17 August, 2024 10:57 AM IST By: Tanushree Mahapatra

ଭାରତ ହେଉଛି ଏକ କୃଷି ପ୍ରାଧାନ୍ୟ ଦେଶ । ଯେଉଁଠି ଅଧିକାଂଶ ଲୋକ ଚାଷକାର୍ଯ୍ୟରେ ଲିପ୍ତ ରହିଛନ୍ତି l ଆମ ଦେଶର ଲୋକଙ୍କ ପାଇଁ ଚାଷ ଏକ ପ୍ରମୁଖ ଉତ୍ସ ଅର୍ଥ ରୋଜଗାର ପାଇଁ । ଦେଶର ଅଧିକାଂଶ ଚାଷୀଙ୍କ ଆର୍ଥିକ ଅବସ୍ଥାରେ ଅନେକ ସମସ୍ୟା ରହିଛି । ଦେଶରେ ଏପରି ଅନେକ କୃଷକ ଅଛନ୍ତି ଫସଲ କ୍ଷତିର ସମ୍ମୁଖୀନ ହେବାକୁ ପଡୁଛି ଯାହାଙ୍କୁ l ଏଭଳି ଚାଷୀଙ୍କ ପାଇଁ କେନ୍ଦ୍ର ସରକାର ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି । ବିଭିନ୍ନ ସରକାରୀ ଯୋଜନା ମାଧ୍ୟମରେ ସରକାର ଚାଷୀଙ୍କୁ ଆର୍ଥିକ ସହାୟତ ପ୍ରଦାନ କରୁଛନ୍ତି l ସମସ୍ତ ଯୋଜନା ମଧ୍ଯ୍ୟରେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ହେଉଛି ଅନ୍ୟତମ l ଭାରତ ସରକାରଙ୍କ ଦ୍ୱାରା ଚାଷୀଙ୍କ ଏହି ଯୋଜନା ସମସ୍ତ ରାଜ୍ୟରେ ଲାଗୁ କରାଯାଇଛି । ଏହି ଯୋଜନା ମାଧ୍ୟମରେ ଦେଶର କୋଟି କୋଟି ଚାଷୀ ଉପକୃତ ପାଇଛନ୍ତି।

ଦେଶର କ୍ଷୁଦ୍ର ଓ ମଧ୍ୟମ କୃଷକମାନଙ୍କ ପାଇଁ କେନ୍ଦ୍ର ସରକାର ଏହି ଯୋଜନା ପ୍ରସ୍ତୁତ କରିଛନ୍ତି। ବର୍ତ୍ତମାନ  ୧୭ତମ କିସ୍ତିରେ ଟଙ୍କା ପାଇଛନ୍ତି ସମସ୍ତ ଚାଷୀ। ଆଗାମୀ ୧୮ତମ କିସ୍ତି ପାଇଁ ଚାଷୀ ଅପେକ୍ଷା କରିଛନ୍ତି l ପିଏମ କିସାନ ସମ୍ମାନ ନିଧି ଅଧୀନରେ ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କା ଯୋଗାଇ ଦିଆଯାଉଛି । ଏହି ଟଙ୍କା କୃଷକମାନଙ୍କୁ କିସ୍ତି ହିସାବରେ ପ୍ରଦାନ କରାଯାଇଥାଏ । ବର୍ଷସାରା ତିନୋଟି କିସ୍ତି ମାଧ୍ୟମରେ ଏହି ଟଙ୍କା ରିଲିଜ ହୁଏ । ପ୍ରତ୍ୟେକ କିସ୍ତିରେ ୨,୦୦୦ ଟଙ୍କା ଦିଆଯାଏ ଚାଷୀଙ୍କୁ। ଏହା ପ୍ରତି ୪ ମାସରେ ଗୋଟିଏ କିସ୍ତି ଭାବେ ରିଲିଜ୍ ହୁଏ । ପ୍ରଧାନମନ୍ତ୍ରୀ କିସାନ ଯୋଜନା ମାଧ୍ୟମରେ ଏହି ଟଙ୍କା ପ୍ରତ୍ୟେକ ୪ ମାସରେ ଥରେ ଆକାଉଣ୍ଟକୁ ଆସିଥାଏ । ଏଭଳି ପରିସ୍ଥିତିରେ ଚଳିତ ଅକ୍ଟୋବରରୁ ନଭେମ୍ବର ମାସ ମଧ୍ୟରେ ପିଏମ କିସାନର ୧୮ ତମ କିସ୍ତି ପ୍ରଦାନ କରାଯିବ।

ଏହି ଯୋଜନାରେ ଯଦି ଆପଣ ଏ ପର୍ଯ୍ୟନ୍ତ ଆବେଦନ କରିନାହାଁନ୍ତି, ତେବେ ଆଜି ହିଁ ଏହାର ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରନ୍ତୁ l ଅଫିସିଆଲ୍ ୱେବସାଇଟ୍ Pmkisan.gov.in  କୁ ଯାଆନ୍ତୁ l କୃଷକ ପଏଣ୍ଟ ବିକଳ୍ପକୁ ବାଛନ୍ତୁ । ବର୍ତ୍ତମାନ ସେଠାରେ ନୂତନ କୃଷକ ପଞ୍ଜିକରଣ ଉପରେ କ୍ଲିକ୍ କରନ୍ତୁ । ଏହା ପରେ ଦେଖିବେ ଗ୍ରାମୀଣ କୃଷକ ପଞ୍ଜୀକରଣ ବିକଳ୍ପ ରହିଥିବା ଯାହାକୁ ଆପଣ ଚୟନ କରିବେ । ବର୍ତ୍ତମାନ ସେଠାରେ ଆପଣଙ୍କୁ ନିଜର ଆଧାର, ମୋବାଇଲ୍ ନମ୍ବର ଭଳି ସୂଚନା ପ୍ରଦାନ କରିବାକୁ ହେବ l ଏହାପରେ  OTP ଉପରେ କ୍ଲିକ୍ କରିବାକୁ ହେବ ।

ଏହା ପରେ, ଆପଣଙ୍କ ଫୋନରେ ପ୍ରାପ୍ତ ହୋଇଥିବା  OTP କୁ ପ୍ରବେଶ କରନ୍ତୁ l ପଞ୍ଜୀକରଣ ବିକଳ୍ପ ପାଇଁ ଅଗ୍ରଗତି ହୁଅନ୍ତୁ । ଏହି ସମସ୍ତ ପ୍ରକ୍ରିୟା ପରେ ବର୍ତ୍ତମାନ ଆପଣଙ୍କୁ ନିଜ ଜିଲ୍ଲା, ବ୍ୟାଙ୍କ ଏବଂ ଆଧାର କାର୍ଡ ସୂଚନା ପ୍ରଦାନ କରିବାକୁ ପଡିବ । ଏହାପରେ ଆପଣଙ୍କୁ ଡକ୍ୟୁମେଣ୍ଟ୍ ଅପଲୋଡ୍ କରିବାକୁ ପଡିବ । ଡକ୍ୟୁମେଣ୍ଟ୍ ଅପଲୋଡ୍ ହେବା ପରେ ଆପଣଙ୍କୁ ସେଭ୍ ବଟନ୍ ଉପରେ କ୍ଲିକ୍ କରିବାକୁ ହେବ । ସେଭ୍ ବଟନ୍ ଉପରେ କ୍ଲିକ୍ କରିବା ସାରିବା ପରେ, ଆପଣଙ୍କୁ ସ୍କ୍ରିନରେ ଆପ୍ଲିକେସନ୍ ନିଶ୍ଚିତକରଣ ବାର୍ତ୍ତା ଦେଖିବାକୁ ମିଳିବ । ଏହା ପରେ ଆବେଦନ କରିଥିବା ଏକ କପି ନକଲ ନିଜ ପାଖରେ ରଖନ୍ତୁ l

ଅଧିକ ପଢ଼ନ୍ତୁ

IFAJ Congress 2024: ସ୍ୱିସ୍ କୃଷି ଏବଂ କୃଷି ଅଭିନବ ପ୍ରଦର୍ଶନ

ଆଇଭିଏ ନ୍ୟାସନାଲ କନଫରେନ୍ସ ୨୦୨୪

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)