Government Schemes

8th Pay Commission: ୪୪% ବଢିବ ଦରମା !

୪୪.୪୪% ଘଟିଲେ ସେହି କର୍ମଚାରୀଙ୍କ ଦରମା ୨୬ ହଜାର ଟଙ୍କା ହୋଇଯିବ .....

18 June, 2024 2:52 PM IST By: Tanushree Mahapatra

କିଛି ଦିନ ହେବ ଦେଶରେ ସରିଛି ସାଧାରଣ ନିର୍ବାଚନ l ନିର୍ବାଚନ ଯୋଗୁଁ ସମସ୍ତ କ୍ଷେତ୍ରରେ ଆଚରଣ ସଂହିତା ଲାଗୁ କରାଯାଇଥିଲା l ଯାହା ପାଇଁ ନୂଆ ପାଦକ୍ଷେପ ସରକାର ଗ୍ରହଣ କରିନଥିଲେ l ଆଉ ନୂଆ ସରକାର ଆସିବା ପରେ କର୍ମଚାରୀଙ୍କ ପାଇଁ ଆସିଛି ଗୁଡ୍ ନ୍ୟୁଜ୍‌ । ଖୁବ ଶୀଘ୍ର ଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀଙ୍କ ଦରମାରେ ବମ୍ପର ବୃଦ୍ଧି ହେବାକୁ ଯାଉଛି । କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ଲକ୍ଷ ଲକ୍ଷ କର୍ମଚାରୀଙ୍କର ବେତନ ଏବଂ ଭତ୍ତା ବୃଦ୍ଧି ପାଇଁ ଅପେକ୍ଷା କରିଛନ୍ତି କର୍ମଚାରୀ l

କର୍ମଚାରୀଙ୍କୁ ବଡ ଉପହାର ପ୍ରଦାନ କରିବାକୁ ଯାଉଛନ୍ତି ସରକାର । ତେବେ ଅଷ୍ଟମ ବେତନ କମିଶନକୁ ନେଇ ଖୁବଶୀଘ୍ର ବଡ ଖବର ଆସିପାରେ । କେନ୍ଦ୍ରୀୟ କର୍ମଚାରୀଙ୍କ ବେତନ ଏବଂ ଭତ୍ତା ବୃଦ୍ଧି ପାଇଁ ଅଷ୍ଟମ ବେତନ ଆୟୋଗ ଗଠନ କରାଯିବ ବୋଲି ରିପୋର୍ଟରୁ ଜଣାପଡିଛି । କେନ୍ଦ୍ର ସରକାରଙ୍କ ତରଫରୁ ଅଷ୍ଟମ ବେତନ ଆୟୋଗ ଗଠନ ପାଇଁ ଯୋଜନା ଚାଲିଥିବା କୁହାଯାଉଛି ।

ସୂଚନା ଅନୁଯାୟୀ, କେନ୍ଦ୍ରୀୟ କର୍ମଚାରୀଙ୍କୁ ଦରମା ସମେତ ଅନେକ ପ୍ରକାରର ଭତ୍ତା ପ୍ରଦାନ କରିଥାନ୍ତି ସରକାର । ତେବେ ଆଗାମୀ ଭବିଷ୍ୟତରେ ଅଷ୍ଟମ ବେତନ କମିଶନ ଲାଗୁ ହେବା ପରେ ପରେ କର୍ମଚାରୀଙ୍କ ଦରମା ବୃଦ୍ଧି ହୋଇପାରେ । ବର୍ତ୍ତମାନ ଦେଶରେ ସପ୍ତମ ବେତନ ଆୟୋଗ ଅଧୀନରେ କର୍ମଚାରୀଙ୍କ ମୂଳ ଦରମା ମୋଟ ୧୮ ହଜାର ଟଙ୍କା ରହିଛି । କିନ୍ତୁ ୮ମ ବେତନ ଲାଗୁ ହେବା ପରେ ଏହା ସଂଶୋଧନ କରାଯିବ । ଯାହା ଫଳରେ ସରକାରୀ କର୍ମଚାରୀଙ୍କ ଦରମା ବଢିବ ।

ତେବେ ଅଷ୍ଟମ ବେତନ କମିଶନ ଲାଗୁ ହେବା ପରେ କର୍ମଚାରୀଙ୍କ ସର୍ବନିମ୍ନ ଦରମା ୪୪.୪୪% ବୃଦ୍ଧି ପାଇବ । କେନ୍ଦ୍ରୀୟ କର୍ମଚାରୀଙ୍କ ସର୍ବନିମ୍ନ ଦରମାରେ ପ୍ରାୟତଃ ବମ୍ପର ବୃଦ୍ଧି ହୋଇପାରେ । ଯେଉଁମାନେ ସର୍ବନିମ୍ନ ଦରମା ଅର୍ଥାତ୍ ମାତ୍ରା ୧୮ ହଜାର ଟଙ୍କା ପାଉଛନ୍ତି ସେମାନଙ୍କ ଦରମା ବୃଦ୍ଧି ହୋଇ  ୪୪.୪୪% ଘଟିଲେ ସେହି କର୍ମଚାରୀଙ୍କ ଦରମା ୨୬ ହଜାର ଟଙ୍କା ହୋଇଯିବ ।

ଅଧିକ ପଢ଼ନ୍ତୁ

Heavy Rain Alert: ୟେଲୋ ୱାର୍ଣ୍ଣିଂ ଜାରି

PM KISAN: ଆଜି ଜାରି ହେବ ୧୭ତମ କିସ୍ତି ଟଙ୍କା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)