Government Schemes

Karj Mafi List: ଋଣ ଛାଡ଼ କଲେ ସରକାର

ସରକାର ଆପଣଙ୍କର ଏହି ଋଣ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଛାଡ଼ କରିବାକୁ ନିଷ୍ପତ୍ତି ନେଉଛନ୍ତି ।

20 June, 2024 2:21 PM IST By: Tanushree Mahapatra

କେନ୍ଦ୍ର ସରକାର ଚାଷୀଙ୍କ ସୁବିଧା ପାଇଁ ବିଭିନ୍ନ ପ୍ରକାର ପ୍ରଚଳିତ କରିଛନ୍ତି l ଋଣ ଠାରୁ ଆରମ୍ଭ କରି ବିହନ ପର୍ଯ୍ୟନ୍ତ ସବୁକିଛି ସୁବିଧା ଚାଷୀଙ୍କୁ ପ୍ରଦାନ କରାଯାଇଛି l ଚାଷୀଙ୍କୁ ବିଭିନ୍ନ ପ୍ରକାର ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଉଛି l କୃଷକଙ୍କ ସୁବିଧା ପାଇଁ ସରକାର ସର୍ବଦା ତତ୍ପର l ଏଭଳି ପରିସ୍ଥିତିରେ ଚାଷୀଙ୍କ ପାଇଁ ଏବେ ଏକ ବଡ ଖବର ସାମ୍ନାକୁ ଆସୁଛି। ଜଣେ କୃଷକ ଯିଏ ନିଜ ଚାଷକାମ ପାଇଁ ଋଣ ନେଇଛି ତାହା ଛାଡ ପାଇଁ ଆବେଦନ କରିପାରିବେ l ତେବେ ଚାଷୀଙ୍କ ପାଇଁ ଏହି ଖବର ଗୁରୁତ୍ବପୂର୍ଣ୍ଣ ।

ଯଦି ଆପଣ ଜଣେ ଚାଷୀ ଏବଂ ଆପଣଙ୍କର ନାମ ଏହି ତାଲିକାରେ ରହିଛି ତେବେ ଆପଣଙ୍କୁ କୌଣସି ଋଣ ପରିଶୋଧ ଚିନ୍ତା କରିବାକୁ ପଡ଼ିବ ନାହିଁ। କାରଣ, ସରକାର ଆପଣଙ୍କର ଏହି ଋଣ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଛାଡ଼ କରିବାକୁ ନିଷ୍ପତ୍ତି ନେଉଛନ୍ତି । ଚାଷୀଙ୍କ ପାଇଁ ଋଣ ପରିଶୋଧ ଚିନ୍ତାକୁ ଦୂର କରିବେ ଏଥର ସରକାର l

ଆର୍ଥିକ ଦୃଷ୍ଟିରୁ ଅଧିକ ଦୁର୍ବଳ ତଥା ଗରିବ କୃଷକ ଋଣ ଛାଡ଼ ପାଇଁ ଆବେଦନ କରିଥିଲେ । କିଛି ସମୟ ଅପେକ୍ଷା କରିବା ପରେ ଏବେ ଦୀର୍ଘ ସମୟ ଅପେକ୍ଷା ପରେ ଚାଷୀଙ୍କ ଋଣ ଛାଡ଼ ତାଲିକା ପ୍ରକାଶ ପାଇଛି। ସରକାର ଏହି ତାଲିକା ପ୍ରକାଶ କରିଛନ୍ତି ଏବଂ ଆପଣ କେବଳ ଅନଲାଇନ୍ ମାଧ୍ୟମରେ ଏହି ତାଲିକାରେ ନିଜ ନାମ ଯାଞ୍ଚ କରିପାରିବେ। ଯଦି ଆପଣଙ୍କର ନାମ ତାଲିକାରେ ରହିଛି ତେବେ ତାଲିକା ଅନୁଯାୟୀ ଅନୁମାନ କରାଯାଇପାରିବ ଯେ ଆପଣଙ୍କର ଋଣ ଛାଡ଼ କରାଯାଇଛି କି ନାହିଁ । କାରଣ ଏଥିରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆପଣଙ୍କର ଋଣ ଛାଡ଼ କରାଯିବ ସରକାରଙ୍କ ତରଫରୁ ।

କିସାନ କର୍ଜ ମାଫି ଯୋଜନା କ'ଣ ?

ଚାଷୀ ଯେଉଁମାନେ ଆର୍ଥିକ ସ୍ଥିତିରେ ଦୁର୍ବଳ ଏବଂ ଗରିବ , ସେହିପରି କୃଷକଙ୍କ ଋଣ କ୍ଷମା କରାଯିବ l ଯେଉଁମାନେ ଚାଷକାମ ପାଇଁ ବ୍ୟାଙ୍କରୁ ଋଣ ନେଇଛନ୍ତି ଏବଂ ଏହାକୁ ପରିଶୋଧ କରିବାକୁ ନିଜେ ସକ୍ଷମ ନୁହଁନ୍ତି, ସରକାର ସେହି ଚାଷୀଙ୍କୁ ହିଁ ଋଣ ଛାଡ଼ କରିବେ । ଏହା ଏକ ସରକାରୀ କୃଷକ ଋଣ ଯୋଜନା ଏବଂ ଏହି ଯୋଜନା ୨୦୧୭ ମସିହା ଜୁଲାଇ ୭ ତାରିଖରୁ ଆରମ୍ଭ କରାଯାଇଥିଲା । ଏହି ଯୋଜନା ଏବେ ମଧ୍ୟ ପ୍ରଚଳିତ ରହିଛି, ପ୍ରତିବର୍ଷ ଅନେକ ଚାଷୀ ଏହି ଯୋଜନା ମାଧ୍ୟମରେ ଲାଭ ଉଠାଉଛନ୍ତି l ସେମାନଙ୍କର ଋଣ ଛାଡ଼ କରାଯାଏ କାରଣ ସେମାନେ ଋଣ ଶୁଝିବା ପାଇଁ ସକ୍ଷମ ହୋଇ ପାରନ୍ତି ନାହିଁ ।

କିପରି ଲାଭ ଉଠାଇବେ :-

ତେବେ ଯଦି ଆପଣ ଜଣେ ଚାଷୀ ଆପଣ ମଧ୍ୟ ଏହି ଯୋଜନାର ଲାଭ ଉଠାଇ ପାରିବେ। ଏହି ଯୋଜନାର ଲାଭ ଉଠାଇବା ପାଇଁ ଆବେଦନ କରିବାକୁ ପଡ଼ିବ। ନିକଟସ୍ଥ ସରକାରୀ କାର୍ଯ୍ୟାଳୟକୁ ଯିବାକୁ ପଡ଼ିବ ଏଥିପାଇଁ ଆବେଦନ କରିବାକୁ । ଯେଉଁଠାରେ ଆପଣଙ୍କୁ ଏକ ଫର୍ମ ପୂରଣ କରିବାକୁ ହେବ l ଏହା ସହିତ କିଛି ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍ ମଧ୍ୟ ପ୍ରଦାନ କରିବାକୁ ପଡ଼ିବ । ଏହା ସରିବା ପରେ, ଆପଣଙ୍କର ଡକ୍ୟୁମେଣ୍ଟର ଯାଞ୍ଚ ପୁନଃ କରାଯିବ l ଯଦି ଆପଣ ଏଥିପାଇଁ ଯୋଗ୍ୟ ହୋଇଥିବେ ତେବେ ଆପଣ ଏହି ଯୋଜନାର ଲାଭ ଉଠାଇ ପାଇବ।

ଆବଶ୍ୟକ ଡକ୍ୟୁମେଣ୍ଟ :-

-ପରିଚୟ ପତ୍ର

-ବ୍ୟାଙ୍କ ଖାତା ବିବରଣୀ

-ଆଧାର କାର୍ଡ

-ନିଜ ମୋବାଇଲ୍ ନମ୍ବର

-ପାସପୋର୍ଟ ଆକାରର ଫଟୋ

-ନିଜ ସଠିକ ଠିକଣା ପ୍ରମାଣ ପତ୍ର

ଅଧିକ ପଢ଼ନ୍ତୁ

ଓୟୁଏଟିରେ ତୃଣକ ଗବେଷଣା ପ୍ରକଳ୍ପର ୩୧ତମ ଜାତୀୟ ସମୀକ୍ଷା ସଭା ଅନୁଷ୍ଠିତ

Refreshing Drinks: ଖରାଦିନେ ଦେବ ଗଜବ ଫାଇଦା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)