Government Schemes

ଜାଣନ୍ତୁ ଓଡ଼ିଶାରେ କେତେ ଚାଷୀ କଲେ ଫସଲ ବୀମା ପଞ୍ଜିକରଣ ?

କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ଅନେକ କୃଷି ଯୋଜନା ପ୍ରଚଳିତ ହେଉଛି ରାଜ୍ୟରେ l ଯାହାଦ୍ୱାରା ଚାଷୀ ଲାଭାନ୍ବିତ ହେଉଛନ୍ତି l ସେହିପରି ନିକଟରେ ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନାର ପଞ୍ଜିକରଣ ହୋଇଥିଲା ରାଜ୍ୟରେ l ଏ

22 August, 2023 10:46 AM IST By: Tanushree Mahapatra

କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ଅନେକ କୃଷି ଯୋଜନା ପ୍ରଚଳିତ ହେଉଛି ରାଜ୍ୟରେ l ଯାହାଦ୍ୱାରା ଚାଷୀ ଲାଭାନ୍ବିତ ହେଉଛନ୍ତି l ସେହିପରି ନିକଟରେ ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନାର ପଞ୍ଜିକରଣ ହୋଇଥିଲା ରାଜ୍ୟରେ l ଏହି ଯୋଜନା ଅନ୍ତର୍ଗତ ପଞ୍ଜିକରଣ ପୂର୍ବ ବର୍ଷଗୁଡିକରେ ପ୍ରାୟ ୧୦ ରୁ ୧୧ ଲକ୍ଷ ଚାଷୀ ନିକାଜୁ ପଞ୍ଜିକରଣ କରୁଥିବାବେଳେ ଚଳିତବର୍ଷ ଖରିଫରେ ଏହା ୨୩.୫୦ ଲକ୍ଷକୁ ଟପି ଯାଇଛି । 

ସେହିପରି ୨୦୧୬ ଖରିଫ ଠାରୁ ଆରମ୍ଭ ହୋଇଥିବା ଏହି ଯୋଜନା ରାଜ୍ୟରେ ପିଏମଏଫ୍‍ବିୱାଇ କାର୍ଯ୍ୟ କରୁଛି । ତେବେ ପ୍ରଚଳିତ ଏହି ଯୋଜନା ବୀମା କମ୍ପାନୀମାନଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଛି l ସେହିପରି ଚାଷୀଙ୍କୁ ଦିଆଯାଉଥିବା ପ୍ରିମିୟମ ହାର ଉପରେ ପ୍ରତିଯୋଗିତା ମୂଳକ ଟେଣ୍ଡର ଆଧାରରେ ପ୍ରତି ତିନି ବର୍ଷରେ ଥରେ ଏହି କମ୍ପାନୀମାନଙ୍କୁ ଚୟନ କରାଯାଇଥାଏ ଏହି କାର୍ଯ୍ୟ ପାଇଁ ।

ତେବେ ଏହି ଯୋଜନା ଅଧୀନରେ ପଞ୍ଜିକରଣ ପାଇଁ ଚାଷୀମାନଙ୍କୁ ପ୍ରିମିୟମ ଦେବାକୁ ପଡୁଛି ଯାହାକି ସେମାନଙ୍କ ପ୍ରିମିୟମ ଉପରେ ଅଧିକ ପ୍ରିମିୟମ ସବସିଡି ଦେଉଛନ୍ତି ସରକାର । ତେବେ ଆପଣ ଜାଣିଛନ୍ତି କି ? ଏହି ସବସିଡି କେନ୍ଦ୍ର ସରକାର ଏବଂ ଓଡିଶା ସରକାର ଦୁହେଁ ମିଶି ୫୦:୫୦ ଅନୁପାତରେ ବହନ କରୁଛନ୍ତି ।ତେବେ ଖରିଫ ଋତୁ ପାଇଁ ବିଭିନ୍ନ ଫସଲ ଯେପରି ସେରଲାକ, ଡାଲି ଏବଂ ତୈଳବୀଜ ଚାଷ ପାଇଁ କୃଷକଙ୍କ ପ୍ରିମିୟମ ଅଂଶ ବୀମାଭୁକ୍ତ ରାଶି ର ୨ ପ୍ରତିଶତ ଏବଂ ଅନ୍ୟାନ୍ୟ ବ୍ୟବସାୟିକ ଫସଲ ପାଇଁ ୫ ପ୍ରତିଶତ ସ୍ଥିର କରାଯାଇଛି । 

ତେବେ ଏହି ଯୋଜନାରେ ଫସଲ ଉତ୍ପାଦନରେ ବାଧା ସୃଷ୍ଟି କରିବାର ସମ୍ଭାବନା ଥିବା ଫସଲ ଅଭିବୃଦ୍ଧିର ତିନୋଟି ପର୍ଯ୍ୟାୟ ଏହା ଅଧୀନରେ ଅନ୍ତର୍ଭୁକ୍ତ କରାଯାଇଛ । ସେଗୁଡିକ ହେଉଛି :-ପ୍ରତିକୂଳ ପାଣିପାଗ ପରିସ୍ଥିତି, ଋତୁ ମଝିରେ ପ୍ରତିକୂଳ ପରିସ୍ଥିତି ଦେଖାଦେବା ଏବଂ ଚାଷର ଶେଷ ସମୟରେ ଉତ୍ପାଦନ କ୍ଷୟ l ଏହି ଯୋଜନା ଅଧୀନରେ ଏହିପରି ସମସ୍ୟା ରହିଲେ କ୍ଷତିପୂରଣ ଦିଆଯାଏ ।

ଏହି ଯୋଜନାର ପ୍ରତିକୂଳ ଦିଗଟି କମ୍‍ ସଂଖ୍ୟକ କୃଷକ ସାମିଲ ହେବା ଏହି ଯୋଜନା ଅଧୀନରେ । ୨୦୨୩ ଖରିଫ ଋତୁ ଆରମ୍ଭରୁ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏବଂ ତାଙ୍କ ସହଯୋଗୀ ଟିମ୍‍ ସହଯୋଗରେ ପ୍ରାୟ ୨ ହେକ୍ଟର ପର୍ଯ୍ୟନ୍ତ ଚାଷଜମି ଉପରେ କୃଷକଙ୍କ ବୀମା ପ୍ରିମିୟମ ବହନ ପାଇଁ ଏକ ଐତିହାସିକ ନିଷ୍ପତ୍ତି ନିଆଯାଇଛି । ଏହି ନିଷ୍ପତ୍ତିର ଯଥାର୍ଥତା ହେଉଛି ଯେ, କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ଯେଉଁମାନେ ସମୁଦାୟ କୃଷି କ୍ଷେତ୍ରରେ ସର୍ବାଧିକ ଅଟନ୍ତି, ସେମାନେ ନିଜର ଏହି ଫସଲ ବୀମା କରିବା ପାଇଁ ପ୍ରିମିୟମର ଭାର ବହନ କରିବାକୁ ସକ୍ଷମ ହୋଇପାରିନଥିଲେ ଏବଂ ଏହି ଚାଷୀମାନେ ସବୁଠାରୁ ଅସୁରକ୍ଷିତ ହୋଇ ପଡୁଥିଲେ , ଯାହା ତାଙ୍କ ଚାଷ ଉପରେ ଭରସା ଉଠିଯାଉଥିଲା । ରାଜ୍ୟରେ ଯେକୌଣସି ପ୍ରକାରର ଫସଲକୁ ପ୍ରତିକୂଳ ପାଣିପାଗରୁ ବଞ୍ଚାଇ ରଖିବା ସେମାନଙ୍କ ପକ୍ଷେ କଷ୍ଟକର ହୋଇପଡୁଥିଲା । 

ନିକଟରେ ଏହି ଯୋଜନାରେ ପଞ୍ଜିକରଣର ଶେଷ ତାରିଖ ୩୧ ଜୁଲାଇ ରହିଥିବାବେଳେ, ଓଡିଶା ସରକାର କୃଷକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ତାରିଖକୁ ଆହୁରି ଅଧିକ ୫ ଦିନ ବୃଦ୍ଧି କରିବାକୁ କେନ୍ଦ୍ର ପାଖକୁ ଏକ ସୁପାରିସ କରିଥଲେ l କାରଣ ଏହି ବର୍ଷ ଚାଷ କାର୍ଯ୍ୟ ବିଳମ୍ବିତ ମୌସୁମୀ ଯୋଗୁଁ ଡେରିରେ ଆରମ୍ଭ ହୋଇଥିଲା । ଏହି ନିଷ୍ପତ୍ତିକ୍ରମେ ବିଶେଷ କରି କ୍ଷୁଦ୍ର ଏବଂ ନାମମାତ୍ର କୃଷକମାନଙ୍କ ପାଇଁ ଫସଲ ବୀମା କରିବାର ପରିବର୍ତ୍ତନମୂଳକ ପଦକ୍ଷେପ ରାଜ୍ୟରେ ପଞ୍ଜିକରଣରେ ବୃଦ୍ଧି କରିବାରେ ସାହାଯ୍ୟ କରିଥିଲା । ରାଜ୍ୟର କୃଷକମାନେ ଓଡିଶା ସରକାରଙ୍କ ଏହି ପଦକ୍ଷେପକୁ ଗ୍ରହଣ କରିବା ସହିତ ଉତ୍ସାହର ସହିତ ଏହି ଯୋଜନାରେ ଅଂଶଗ୍ରହଣ ମଧ୍ୟ କରିଛନ୍ତି । ଏହି ଯୋଜନାରେ ପଞ୍ଜିକରଣ ପୂର୍ବରୁ ପ୍ରାୟ ୧୦ ରୁ ୧୧ ଲକ୍ଷ ଚାଷୀ ପଞ୍ଜିକରଣ ହେଉଥିବାବେଳେ ବର୍ତ୍ତମାନର ଖରିଫରେ ୨୩.୫୦ ଲକ୍ଷକୁ ଟପି ଯାଇଛି । ଯାହା ଅତ୍ୟନ୍ତ ଖୁସିର କଥା l

ତେବେ ଏହି ଯୋଜନାରେ ପ୍ରାୟ ୨୨ ଲକ୍ଷ କ୍ଷୁଦ୍ର ଏବଂ ନାମମାତ୍ର କୃଷକ ପଞ୍ଜିକରଣ କରିଛନ୍ତି l କୌଣସି ପ୍ରକାରର ପାଣିପାଗ ଏବଂ ପ୍ରକୃତି ସମ୍ବନ୍ଧୀୟ ବିପଦରୁ ରକ୍ଷା ପାଇଁ ଫସଲ ବୀମାଭୁକ୍ତ ହୋଇଛନ୍ତି ଚାଷୀ । ତେବେ ନିକଟରେ ପଞ୍ଜିକରଣ ବ୍ୟବସ୍ଥାରେ ରାଜ୍ୟର ମହିଳା କୃଷକମାନେ ମଧ୍ୟ ଆଗ୍ରହ ଦେଖାଇଛନ୍ତି l  ଅଧିକ ସଂଖ୍ୟାରେ ଭାଗ ନେଇଥିବା ଦେଖିବାକୁ ମିଳିଛି । ତେବେ ପ୍ରାୟ ୪ ଲକ୍ଷ ମହିଳା କୃଷକ ଫସଲ ବୀମା ଯୋଜନାରେ ପଞ୍ଜିକରଣ କରିଛନ୍ତି । ଆଗାମୀ ଆର୍ଥିକ ବର୍ଷଗୁଡିକରେ ସଚେତନତା ବଢିବା ସହିତ ଏହି ଯୋଜନାରେ ଅଧିକରୁ ଅଧିକ ଚାଷୀ ସାମିଲ ହେବେ l ସେମାନଙ୍କ ଜୀବନ ଏବଂ ଜୀବିକା ଆହୁରି ଅଧିକ ସୁରକ୍ଷିତ ହେବ ବୋଲି ମନ୍ତ୍ରୀ ଶ୍ରୀ ନାୟକ ସୂଚନା ଦେଇଛନ୍ତି ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)