Government Schemes

ବଢାଇ ପାରନ୍ତି ୩% ମହଙ୍ଗା ଭତ୍ତା, ଖୁବ୍‌ଶୀଘ୍ର ହେବ ଘୋଷଣା

ମହଙ୍ଗା ଭତ୍ତା କେନ୍ଦ୍ର ଦ୍ୱାରା ବୃଦ୍ଧି ହୋଇଥାଏ l କେନ୍ଦ୍ର କର୍ମଚାରୀଙ୍କ ସପ୍ତମ ବେତନ ଆୟୋଗ ଅନ୍ତର୍ଗତ ବର୍ଷକୁ ଦୁଇଥର ହିଁ ମହଙ୍ଗା ଭତ୍ତା ବୃଦ୍ଧି କରାଯାଏ । ପ୍ରଥମ ଥର ଜାନୁଆରୀରେ ଓ ଦ୍ୱିତୀୟ ଥର ଜୁଲାଇରେ ହିଁ ମହଙ୍ଗା ଭତ୍ତା ବୃଦ୍ଧି ହୁଏ ଦେଶରେ । ମହଙ୍ଗା ଭତ୍ତାରେ ବୃଦ୍ଧିର ଅପେକ୍ଷା କରିଥାନ୍ତି ପ୍ରତ୍ୟେକ କେନ୍ଦ୍ର ସରକାରୀ କର୍ମଚାରୀ ।

07 August, 2023 10:42 AM IST By: Tanushree Mahapatra

ମହଙ୍ଗା ଭତ୍ତା କେନ୍ଦ୍ର ଦ୍ୱାରା ବୃଦ୍ଧି ହୋଇଥାଏ l କେନ୍ଦ୍ର କର୍ମଚାରୀଙ୍କ ସପ୍ତମ ବେତନ ଆୟୋଗ ଅନ୍ତର୍ଗତ ବର୍ଷକୁ ଦୁଇଥର ହିଁ ମହଙ୍ଗା ଭତ୍ତା ବୃଦ୍ଧି କରାଯାଏ । ପ୍ରଥମ ଥର ଜାନୁଆରୀରେ ଓ ଦ୍ୱିତୀୟ ଥର ଜୁଲାଇରେ ହିଁ ମହଙ୍ଗା ଭତ୍ତା ବୃଦ୍ଧି ହୁଏ ଦେଶରେ । ମହଙ୍ଗା ଭତ୍ତାରେ ବୃଦ୍ଧିର ଅପେକ୍ଷା କରିଥାନ୍ତି ପ୍ରତ୍ୟେକ କେନ୍ଦ୍ର ସରକାରୀ କର୍ମଚାରୀ । ସରକାରଙ୍କ ମହଙ୍ଗା ଭତ୍ତା ବୃଦ୍ଧି କୁ ସର୍ବଦା ଚାହିଁ ବସିଥାନ୍ତି ସରକାରୀ କର୍ମଚାରୀ l

ଏହି ମହଙ୍ଗା ଭତ୍ତା ପ୍ରତିବର୍ଷ ଦୁଇ ଥର ବଢାଇଥାନ୍ତି କେନ୍ଦ୍ର ସରକାର l କେନ୍ଦ୍ର ତଥା ରାଜ୍ୟ ସରକାରୀ କର୍ମଚାରୀଙ୍କୁ ସେମାନଙ୍କର ଜୀବନଧାରଣର ମୂଲ୍ୟରେ ଉନ୍ନତି ଆଣିବା ପାଇଁ ମହଙ୍ଗା ଭତ୍ତା ଦିଆଯାଉଛି । ମୁଦ୍ରାସ୍ଫୀତି ବୃଦ୍ଧି ସତ୍ତ୍ୱେ କର୍ମଚାରୀଙ୍କ ଜୀବନଧାରଣରେ କୌଣସି ପାର୍ଥକ୍ୟ ରହିବା ଉଚିତ ନୁହେଁ । ଏହି କାରଣରୁ ଏହି ଭତ୍ତା ଦିଆଯାଉଛି । ତେବେ ମହଙ୍ଗା ଭତ୍ତାର ବୃଦ୍ଧି ଯୋଗୁଁ ସରକାରୀ କର୍ମଚାରୀଙ୍କ ଦରମା ମଧ୍ୟ ବଢ଼ିଥାଏ ଓ ସେମାନେ ଏହା ଅଧୀନରେ ଅଧିକ ଟଙ୍କା ପାଆନ୍ତି । 

ତେବେ ପ୍ରତିବର୍ଷ ମହଙ୍ଗା ଭତ୍ତା ବଢିବା ସମୟକୁ ଅପେକ୍ଷା କରି ବସିଥାନ୍ତି କେନ୍ଦ୍ରୀୟ କର୍ମଚାରୀ l ପ୍ରତିଥର ୪ ପ୍ରତିଶତ ବଢାଇଥାନ୍ତି ମହଙ୍ଗା ଭତ୍ତା କେନ୍ଦ୍ର ସରକାର l ପ୍ରତିବର୍ଷ ୨ ଥର ବଢିଥାଏ ଏହି ଭତ୍ତା ଟଙ୍କା l ତେବେ ଜୁଲାଇରେ ବଢିବାକୁ ଥିବା ମହଙ୍ଗା ଭତ୍ତା ଟଙ୍କା ଉପରେ ସରକାର କୌଣସି ସୂଚନା ଦେଇନଥିଲେ l ଦେଶରେ ଖରିଫ ଋତୁ ପାଇଁ ଫସଲ ବୀମା ପଞ୍ଜିକରଣ ଚାଲିଥିବା ବେଳେ ସରକାର ମହଙ୍ଗା ଭତ୍ତା ନେଇ କୌଣସି ସୂଚନା ଦେଇନଥିଲେ l ସୂଚନାଯୋଗ୍ୟ, ସରକାରଙ୍କ ଦ୍ୱାରା ବର୍ଷକୁ ଦୁଇଥର ମହଙ୍ଗା ଭତ୍ତା ବୃଦ୍ଧି କରାଯାଏ । ଯାହାକି ଜାନୁଆରୀ ଓ ଜୁଲାଇରେ କାର୍ଯ୍ୟକାରୀ ହୋଇଥାଏ । ତେବେ ଏହି ଘୋଷଣା ପ୍ରତିବର୍ଷ ବିଳମ୍ବରେ ହିଁ ହୋଇଥାଏ । ଯେପରି ଜାନୁଆରୀ ପାଇଁ ମହଙ୍ଗା ଭତ୍ତା ନିଷ୍ପତ୍ତି ମାର୍ଚ୍ଚରେ ନିଆଯାଇଛି । ସେହିଭଳି ଜୁଲାଇ ପାଇଁ ନିଷ୍ପତ୍ତି ସେପ୍ଟେମ୍ବର-ଅକ୍ଟୋବରରେ ନିଆଯାଇଥାଏ । 

ତେବେ ଏବେ ଖୁବଶୀଘ୍ର କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଦେଶରେ ସମସ୍ତ ଦରଦାମ୍ ବଢି ଚାଲିଥିବା ବେଳେ ମହଙ୍ଗା ଭତ୍ତା ବଢାଇବାକୁ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । ଆଶା କରାଯାଉଛି ଏହା ଦ୍ୱାରା ହଜାର ହଜାର ସରକାରୀ କର୍ମଚାରୀଙ୍କ ସହିତ ପେନସନ୍ ଭୋଗୀ ଉପକୃତ ହେବେ । ବର୍ତ୍ତମାନ ମହଙ୍ଗା ଭତ୍ତା ୪୨ ପ୍ରତିଶତ ରହିଥିବା ବେଳେ ୩% ବୃଦ୍ଧି ପରେ ଏହା ୪୫% ହେବ କବଳି କର୍ମଚାରୀଙ୍କ ଆଶା । ନିକଟରେ ଖାଉଟି ମୂଲ୍ୟ ବୃଦ୍ଧି ଇଣ୍ଡେକ୍ସ ଶ୍ରମିକ ବ୍ୟୁରୋ ଦ୍ୱାରା ପ୍ରକାଶ ପାଇବା ପରେ ମହଙ୍ଗା ଭତ୍ତା ନିଷ୍ପତି ହେଉଥିବା କୁହାଯାଉଛି ।

ତେବେ ବୃଦ୍ଧି ପାଉଥିବା ଦରଦାମ୍‌କୁ ନଜରରେ ରଖି କ୍ଷତିପୁରଣ ଭାବେ କେନ୍ଦ୍ର ସରକାର କର୍ମଚାରୀ ମାନଙ୍କୁ ମହଙ୍ଗା ଭତ୍ତା ପ୍ରଦାନ କରାଯାଉଛି । ସମୟ ସମୟରେ କେନ୍ଦ୍ର ସରକାର ସିପିଆଇ-ଆଇଡବ୍ଲ୍ୟୁ କୁ ନଜରରେ ରଖି ଏଥିରେ ପରିବର୍ତ୍ତନ କରିଥାନ୍ତି । ଜୁନ୍ ମାସର ସିପିଆଇ-ଆଇଡବ୍ଲ୍ୟୁ ଜୁଲାଇ ମାସ ୩୧ ତାରିଖ ୨୦୨୩ ତାରିଖରେ ପ୍ରକାଶ ପାଇଛି । ଏହାକୁ ଦୃଷ୍ଟିରେ ରଖି ୪% ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ସରକାରଙ୍କ ପାଖରେ କର୍ମଚାରୀଙ୍କ ଦ୍ୱାରା ଦାବି କରାଯାଇଥିଲା । କିନ୍ତୁ ସରକାର ୩% ବଢାଇବାକୁ ଯୋଜନା କରୁଥିବା ନେଇ ସୂଚନା ରହିଛି ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)