Government Schemes

ପେନସନଧାରୀଙ୍କ ଦ୍ୱାରା ଫେସିଆଲ ଅଥେଣ୍ଟିକେସନ ଟେକ୍ନୋଲୋଜି

ଇପିଏଫଓ ପକ୍ଷରୁ ୨୦୧୫ ମସିହାରେ ପେନସନଧାରୀଙ୍କ ପାଇଁ ଡିଜିଟାଲ ଲାଇଫ ସାର୍ଟିଫିକେଟ (ଡିଏଲଓ) ବ୍ୟବସ୍ଥା ଆରମ୍ଭ କରାଗଲା....

10 June, 2024 11:49 AM IST By: Tanushree Mahapatra

ନିରବଚ୍ଛିନ୍ନ ଭାବେ ପେନସନ ସୁବିଧା ଜାରି ରଖିବାକୁ କର୍ମଚାରୀ ଭବିଷ୍ୟନିଧି ସଂସ୍ଥା ର ୭୮ ଲକ୍ଷରୁ ଅଧିକ ପେନସନଧାରୀଙ୍କୁ ପ୍ରତିବର୍ଷ ଲାଇଫ ସାର୍ଟିଫିକେଟ ବା ଜୀବନ ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିଥାଏ । ପୂର୍ବରୁ ପେନସନଧାରୀମାନଙ୍କୁ ବ୍ୟକ୍ତିଗତ ଭାବେ ବ୍ୟାଙ୍କକୁ ଯିବାକୁ ପଡ଼ୁଥିଲା, ଯାହାକି କଷ୍ଟଦାୟକ ଥିବାର ଅଭିଯୋଗ ମିଳୁଥିଲା ।

ଜୀବନର ଚଳଣିକୁ ସହଜ କରିବାକୁ ଇପିଏଫଓ ପକ୍ଷରୁ ୨୦୧୫ ମସିହାରେ ପେନସନଧାରୀଙ୍କ ପାଇଁ ଡିଜିଟାଲ ଲାଇଫ ସାର୍ଟିଫିକେଟ (ଡିଏଲଓ) ବ୍ୟବସ୍ଥା ଆରମ୍ଭ କରାଗଲା । ଇପିଏସ୍ ପେନସନଧାରୀଙ୍କ ପାଖରୁ ଇପିଏଫଓ ବାୟୋମେଟ୍ରିକ ପ୍ରମାଣନ ପ୍ରକ୍ରିୟାରେ ଡିଏଲସି ଗ୍ରହଣ କଲା । ବାୟୋମେଟ୍ରିକ ଭିତ୍ତିକ ଡିଏଲସି ଦାଖଲ କରିବାକୁ ହେଲେ ଜଣେ ପେନସନଧାରୀଙ୍କୁ ଯେକୌଣସି ବ୍ୟାଙ୍କ, ଡାକଘର, ସାଧାରଣ ସେବା କେନ୍ଦ୍ର କିମ୍ବା ଇପିଏଫଓ କାର୍ଯ୍ୟାଳୟ ଯିବାକୁ ପଡ଼ିଥାଏ, କାରଣ ସେଠାରେ ଆଙ୍ଗୁଠି ଛାପ ଓ ଆଖି ଡୋଳାର ଚିତ୍ର ଗ୍ରହଣ କରିବାକୁ ଯନ୍ତ୍ର ଉପଲବ୍ଧ ହୋଇଥାଏ ।

ବ୍ୟାଙ୍କ ଓ ଡାକଘରକୁ ବ୍ୟକ୍ତିଗତ ଭାବେ ଯିବାରେ ବରିଷ୍ଠ ନାଗରିକ ମାନେ ସମୁଖୀନ ହେଉଥିବା ସମସ୍ୟାକୁ ହ୍ରାସ କରିବା ପାଇଁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଏବଂ ୟୁନିକ ଆଇଡେଣ୍ଟିଫିକେସନ ଅଥରିଟି ଅଥ ଇଣ୍ଡିଆ ପକ୍ଷରୁ ଜୀବନ ପ୍ରମାଣପତ୍ର ଦାଖଲ ସକାଶେ ଫେସ୍ ଅଥେଣ୍ଟିକେସନ ଟେକ୍ନୋଲୋଜିର ବିକାଶ କରାଯାଇଛି । ୨୦୨୨ ମସିହା ଜୁଲାଇ ମାସରେ ଇପିଏଫଓ ଏହି ବ୍ୟବସ୍ଥାକୁ ଗ୍ରହଣ କରିଥିଲା । ପେନସନଧାରୀଙ୍କୁ ଘରେ ବସି ଡିଏଲସି ଦାଖଲ କରିବା ଦିଗରେ ଏହି ନୂତନ ବ୍ୟବସ୍ଥା ବେଶ୍ ଗ୍ରହଣୀୟ, ସହଜ ଏବଂ ଆରାମଦାୟକ । ଯେକୌଣସି ଆଣ୍ଡ୍ରଏଡ ଫୋନ୍ ମାଧ୍ୟମରେ ସେମାନେ ଏହା ଦାଖଲ କରିପାରିବେ, ଯଦ୍ୱାରା ପରିଣତ ବୟସରେ ବ୍ୟାଙ୍କ, ଡାକଘର କିମ୍ବା ଅନ୍ୟ କୌଣସି ସ୍ଥାନକୁ ଏଥିପାଇଁ କଷ୍ଟଦାୟକ ଯାତ୍ରାରୁ ମୁକ୍ତି ମିଳିପାରିବ ।

ଇପିଏଫଓ ପକ୍ଷରୁ ଫେସିଆଲ ଅଥେଣ୍ଟିକେସନ ଟେକ୍ନୋଲୋଜି ଦ୍ୱାରା ଡିଏଲସି ଦାଖଲ ପ୍ରକ୍ରିୟା ଆରମ୍ଭ କରାଯିବା ପରେ ୨୦୨୨-୨୩ରେ ୨.୧ ଲକ୍ଷ ପେନସନଧାରୀ ଏହାର ସୁବିଧା ନେଇଥିଲେ । ୨୦୨୩-୨୪ ରେ ଏହି ସଂଖ୍ୟା ୬.୬ ଲକ୍ଷକୁ ବୃଦ୍ଧି ପାଇଥିଲା, ଯାହାକି ପ୍ରତ୍ୟେକ ବର୍ଷ ଏହି ଟେକ୍ନୋଲୋଜି ବ୍ୟବହାର କରିବାରେ ୨୦୦% ବୃଦ୍ଧି ହୋଇଥିବା ପରିଲକ୍ଷିତ ହୋଇଛି । ୨୦୨୩-୨୪ରେ ଏହି ପ୍ରକ୍ରିୟାରେ ୬.୬ ଲକ୍ଷ ପେନସନଧାରୀଙ୍କ ଜୀବନ ପ୍ରମାଣପତ୍ର ମିଳିଥିଲା, ଯାହାକି ଏହି ଅବଧି ମଧ୍ୟରେ ମିଳିଥିବା ମୋଟ ଡିଜିଟାଲ ଲାଇଫ ସାର୍ଟିଫିକେଟର ୧୦% । ଗତ ଆର୍ଥିକ ବର୍ଷରେ ମୋଟ ପ୍ରାୟ ୬୦ ଲକ୍ଷ ଡିଜିଟାଲ ଲାଇଫ ସାର୍ଟିଫିକେଟ ମିଳିଥିଲା ।

ଫେସିଆଲ ଅଥେଣ୍ଟିକେସନ ପ୍ରକ୍ରିୟା ବ୍ୟବହାର କରିବାକୁ ହେଲେ ସ୍ମାଟ ଫୋନରେ ‘ଆଧାର ଫେସ୍ ଆରଡି’ ଏବଂ ‘ଜୀବନ ପ୍ରମାଣନ’ ନାମକ ଦୁଇଟି ଆପ୍ଲିକେସନ ଇନଷ୍ଟଲ କରିବାକୁ ପଡ଼ିବ । ଆଧାର ଲିଙ୍କ ହୋଇଥିବା ମୋବାଇଲ ଫୋନ ଗୁଡ଼ିକରେ ଏହି ଆପ୍ଲିକେସନ ବ୍ୟବହାର ସହଜ । ସଫଳତାର ସହ ଫେସ ସ୍କାନ କରିବାକୁ ଏହି ଆପ ରେ ସମ୍ପୂର୍ଣ୍ଣ ନିୟମାବଳୀ ଉପଲବ୍ଧ । ଥରେ ଫେସ ସ୍କାନ ଶେଷ ହୋଇଗଲେ ଡିଏଲସି ଦାଖଲ ହୋଇଯାଇଥାଏ ଏବଂ ମୋବାଇଲ ସ୍କିନରେ ଏହା ସୂଚିତ ହୋଇଥାଏ । ଏଥିସହ ଘରେ ବସି ଜୀବନ ପ୍ରମାଣନ ଆଇଡି ଏବଂ ପିପିଓ ନମ୍ବର ମଧ୍ୟ ମିଳିଯାଇଥାଏ l ଅଧିକରୁ ଅଧିକ ପେନସନଧାରୀଙ୍କ ଜୀବନପ୍ରଣାଳୀକୁ ଏହି ନୂତନ ବ୍ୟବସ୍ଥା ସହଜ କରିବ ବୋଲି ଇପିଏଫଓର ଦୃଢ଼ ବିଶ୍ୱାସ ।

ଅଧିକ ପଢ଼ନ୍ତୁ

ବସ୍ତାରରେ ଆୟୋଜିତ ହେଲା ସମ୍ରିଦ୍ଧ କିସାନ ଉତ୍ସବ

ମୟୁରଭଞ୍ଜ କୃଷି ବିଜ୍ଞାନ କେନ୍ଦ୍ରରେ ଆୟୋଜିତ ହେଲା ସମ୍ରିଦ୍ଧ କିସାନ ଉତ୍ସବ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)