Government Schemes

ଛତୁ ଚାଷ କଲେ ସରକାର ଦେବେ ୫୦ ପ୍ରତିଶତ ସବସିଡି

ସେ ରାଜ୍ୟ ହେଉ କି କେନ୍ଦ୍ର ସେମାନେ ସବୁବେଳେ ଦେଶର ଜନତାଙ୍କ ସୁବିଧା କଥା ଚିନ୍ତା କରିଛନ୍ତି l ସେ ଚାଷୀ ଠାରୁ ଆରମ୍ଭ କରି ସାଧାରଣ ଜନତା ସମସ୍ତଙ୍କ ପାଇଁ କିଛି ନା କିଛି ଯୋଜନା ପ୍ରଣୟନ କରାଇଛନ୍ତି ଯାହା ସେମାନଙ୍କୁ ସମସ୍ତ ସୁବିଧା ଯୋଗାଇବାରେ ସାହାଯ୍ୟ କରୁଛି l

07 September, 2023 11:57 AM IST By: Tanushree Mahapatra

ସେ ରାଜ୍ୟ ହେଉ କି କେନ୍ଦ୍ର ସେମାନେ ସବୁବେଳେ ଦେଶର ଜନତାଙ୍କ ସୁବିଧା କଥା ଚିନ୍ତା କରିଛନ୍ତି l ସେ ଚାଷୀ ଠାରୁ ଆରମ୍ଭ କରି ସାଧାରଣ ଜନତା ସମସ୍ତଙ୍କ ପାଇଁ କିଛି ନା କିଛି ଯୋଜନା ପ୍ରଣୟନ କରାଇଛନ୍ତି ଯାହା ସେମାନଙ୍କୁ ସମସ୍ତ ସୁବିଧା ଯୋଗାଇବାରେ ସାହାଯ୍ୟ କରୁଛି l ତେବେ କୃଷକ ହେଉଛନ୍ତି ଆମ ଦେଶର ମେରୁଦଣ୍ଡ ଲ ବିହନ ହେଉ କି ସବସିଡି ରାଜ୍ୟ ହେଉ କି କେନ୍ଦ୍ର ସମସ୍ତ ଚାଷୀଙ୍କ ପାଇଁ ଅନେକ ସୁବିଧା କରାଯାଉଛି l

ଏବେ ଏହାରି ଭିତରେ ଚାଷୀଙ୍କ ପାଇଁ ଏକ ବଡ ଖୁସି ଖବର ସାମ୍ନାକୁ ଆସିଛି l ତେବେ ଚାଷୀ ଓ ଗ୍ରାମୀଣ ଯୁବକଙ୍କୁ ସରକାର ଯୋଗାଇ ଦେଉଛନ୍ତି ଆର୍ଥିକ ସହାୟତା ଯାହା ଚାଷୀକୁ ଚାଷ କାର୍ଯ୍ୟରେ ଲାଭ ଅର୍ଜନ କରିବାରେ ସାହାଯ୍ୟ କରିବ । ଅନେକ ସ୍ଥାନରେ ଦେଖିବାକୁ ମିଳୁଛି ଯେ ଅନେକ ମହିଳା ହେଉ କିମ୍ବା  ପୁରୁଷ ଚାଷ କାର୍ଯ୍ୟ ସହିତ ଅନ୍ୟାନ୍ୟ ଚାଷ କାମ ମଧ୍ୟ କରୁଛନ୍ତି l ଯାହାଦ୍ୱାରା ଅନେକ ଟଙ୍କା ମଧ୍ୟ ରୋଜଗାର କରୁଛନ୍ତି l

ବେଳବେଳେ ଦେଖିବାକୁ ମିଳେ ଯେ ଅନେକ ସ୍ଥାନରେ ଚାଷୀ ଚାଷ କାର୍ଯ୍ୟ ପାଇଁ ସଠିକ ଆର୍ଥିକ ସହାୟତା ପାଇପାରେ ନାହିଁ l ତେବେ ଏହାକୁ ଆହୁରି ସହଜ ସରଳ କରିବା ପାଇଁ ଏବେ ସରକାର ଦେବେ ୫୦ ପ୍ରତିଶତ ପର୍ଯ୍ୟନ୍ତ ସବସିଡି l ଏହି ସବସିଡି ସରକାର ଛତୁ ଚାଷ କରିବା ପାଇଁ ପ୍ରଦାନ କରିବେ l ଯେଉଁ ଅନୁଦାନ ନେଇ ଚାଷୀ ନିଜ ଘରେ ଛତୁ ଚାଷ କରି ଟଙ୍କା ରୋଜଗାର କରିପାରୁଛନ୍ତି l

ସେହିପରି ଚାଷୀମାନଙ୍କ ଅଗ୍ରଗତି ନିମନ୍ତେ କେନ୍ଦ୍ର ସରକାର ଅନେକ ପ୍ରକାର ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଏଥିସହ ଅନେକ ସହାୟତା ରାଶି ମଧ୍ୟ ପ୍ରଦାନ କରୁଛନ୍ତି ଯାହାଦ୍ୱାରା ଜଣେ ଚାଷୀର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ହୋଇପାରିବ ଚାଷ କାର୍ଯ୍ୟ ଦ୍ୱାରା । ଏହାରି ମଧ୍ୟରେ ବିହାର ରାଜ୍ୟରେ ଅନେକ ମହିଳାମାନେ ମଧ୍ୟ ପୁରୁଷମାନଙ୍କ ଭଳି ଚାଷକାର୍ଯ୍ୟ କରୁଛନ୍ତି । ଆଜି ଆମେ ଏପରି କିଛି ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ମହିଳାମାନେ ଛତୁ ଚାଷ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବେ । ଏହି ଆର୍ଥିକ ସହାୟତା ଦ୍ୱାରା ଜଣେ ମହିଳା ନିଜ ଘରୋଇ କାର୍ଯ୍ୟ ସହିତ ଚାଷ କାର୍ଯ୍ୟ କରି ପାରିବ l

ସେହିପରି ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଅନୁଯାୟୀ, ନଡାରେ ଛତୁ ଚାଷ କରୁଥିବା ଲାଭାର୍ଥୀଙ୍କ କହିବା ଅନୁଯାୟୀ,ଅନେକ ଏସଏସଜୀ ଗ୍ରୁପରେସି ମହିଳା ମାନଙ୍କୁ ସରକାରଙ୍କ ତରଫରୁ ଛତୁ ଉତ୍ପାଦାନ ପାଇଁ  ଟଙ୍କା ପ୍ରଦାନ କରାଯାଇଛି । ଏଥିରେ ମହିଳାଙ୍କୁ ସହାୟତା ମିଳୁଛି ଏବଂ ଆଗକୁ ବଢିବା ଲାଗି ସୁଯୋଗ ମଧ୍ୟ ମିଳୁଛି । ଛତୁରୁ ତିଆରି ହେଉଥିବା ଉତ୍ପାଦ ଯଥା- ବିସ୍କୁଟ, ପାମ୍ପଡ଼, ଆଚାର ଆଦି ମଧ୍ୟ ଉତ୍ପାଦନ କରିପାରୁଛନ୍ତି ମହିଳା । ଯାହାଦ୍ୱାରା ସେମାନେ ଅର୍ଥ ରାଜାଗର କରିବା ପାଇଁ ସଂଖ୍ୟା ହୋଇପାରୁଛନ୍ତି l

ଏମ.ଆଇ.ଡି.ଏଚ. ଯୋଜନା ଦ୍ୱାରା ଛତୁ, ଛତୁ ସ୍ପାନ ଏବଂ ଛତୁ କମ୍ପୋଷ୍ଟ ଉତ୍ପାଦନ ଲାଗି ବିହାର ସରକାର ୫୦ ପ୍ରତିଶତ ପର୍ଯ୍ୟନ୍ତ ଅନୁଦାନ ପ୍ରଦାନ କରୁଛନ୍ତି । ଛତୁ ଚାଷରେ କମ୍ ଖର୍ଚ୍ଚ ଏବଂ ଲାଭ ଅଧିକ ରହିଛି, ତେଣୁ ଅଧିକ ଲୋକ ଏଥିପ୍ରତି ଆଗ୍ରହ ଦେଖାଉଛନ୍ତି । ଏହି କାରଣରୁ ଛତୁ ଚାଷ ମଧ୍ୟ ଅନେକ ସ୍ଥାନରେ ବଢିବାରେ ଲାଗିଛି ଏବଂ ବଜାରରେ ଦେଶୀ ଛତୁ ସହିତ ଅନ୍ୟାନ୍ୟ ଛତୁ ମଧ୍ୟ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି । ତେବେ ଏକ ରିପୋର୍ଟ ଅନୁଯାୟୀ, ସାରା ଦେଶରେ ବିହାର ରାଜ୍ୟ ଛତୁ ଉତ୍ପାଦନରେ ଆଗୁଆ ରହିଛି । ଗ୍ରାମୀଣ ଅଞ୍ଚଳରେ ରୋଜଗାର ବଢାଇବା ଲାଗି କୃଷକଙ୍କୁ ସରକାରଙ୍କ ତରଫରୁ ସବସିଡି ଦିଆଯାଉଛି । 

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)