Government Schemes

Online Ration card: ସାମିଲ କରନ୍ତୁ ଫ୍ୟାମିଲି ମେମ୍ବରଙ୍କ ନାମ

ମାଗଣା ରାସନ ପାଇଁ ନୂଆ ନିୟମ l ଆଜି ହିଁ ଆବେଦନ କରନ୍ତୁ........

08 February, 2024 2:01 PM IST By: Tanushree Mahapatra

ଦେଶରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଅନେକ ଗରିବ କଲ୍ୟାଣ ଯୋଜନା ଆରମ୍ଭ ହୋଇଛି l ଯାହାଦ୍ୱାରା ଗରିବ ଲୋକଙ୍କୁ ଖାଦ୍ୟଶସ୍ୟ ଖୁବ କମ ଦରରେ ପ୍ରଦାନ କରାଯାଉଛି l ସେହି ସମସ୍ତ ସରକାରୀ ଯୋଜନା ମଧ୍ୟରେ ମାଗଣା ରାସନ ଅନ୍ୟତମ ଯାହାଦ୍ୱାରା ଦେଶର ହଜାର ହଜାର ଗରିବ ଲୋକ ମାଗଣାରେ ଖାଦ୍ୟଶସ୍ୟ ପାଉଛନ୍ତି l  ଗରିବ ଲୋକ ଯେଉଁମାନେ ଉଚିତ ହିତାଧିକାରୀ ତାଙ୍କୁ କେନ୍ଦ୍ର ସରକାର ମାଗଣା ରାସନ ଯୋଗାଇ ଦେଉଛନ୍ତି l ତାହା ମଧ୍ୟ ଖୁବ କମ ମୂଲ୍ୟରେ l

ତେବେ ଦେଶରେ ଭୋଟର କାର୍ଡ , ପ୍ୟାନ କାର୍ଡ( pan card )  ଏବଂ ଆଧାର କାର୍ଡ ( aadhar card ) ପରେ ରାସନ କାର୍ଡ ( rasan card ) ହେଉଛି ଏପରି ଏକ କାର୍ଡ ଯାହାକି ଦେଶର ହଜାର ହଜାର ନାଗରିକମାନଙ୍କୁ ସରକାରୀ ଯୋଜନାର ଲାଭ ପ୍ରଦାନ କରାଯାଉଛି । ରାସନ କାର୍ଡ ହେଉଛି ଏପରି ଏକ ଡକ୍ୟୁମେଣ୍ଟ ଯେଉଁଥିରେ ସରକାର ସବସିଡି ଓ ମାଗଣା ଶସ୍ୟ ଯୋଗାଉଛନ୍ତି ଗରିବ ଲୋକଙ୍କୁ । କରୋନା ଅବଧି ସମୟରେ ଏହି କାର୍ଡ ଖୁବ ସାହାଯ୍ୟ କରିଥିଲା ଗରିବ ଲୋକଙ୍କୁ l ବର୍ତ୍ତମାନ ପର୍ଯ୍ୟନ୍ତ ସରକାରଙ୍କ ଦ୍ୱାରା ମାଗଣା ରାସନ ପ୍ରଦାନ କରାଯାଉଛି  । ଏବେ ଏହି ମାଗଣା ରାସନ କାର୍ଡ ଉପରେ ଏକ ନୂଆ ଖବର ସାମ୍ମନାକୁ ଆସିଛି l କାର୍ଡରୁ ବଞ୍ଚିତ ଥିବା ଅନ୍ୟ ସଦସ୍ୟ ଏଥିରେ ସାମିଲ ହୋଇପାରିବେ l

ମାଗଣା ରାସନ ପାଇଁ ସରକାର ବିଭିନ୍ନ ସମୟରେ ନୂଆ ନୂଆ ପଦକ୍ଷେପ ନେଉଛନ୍ତି l ଯାହାର ଫାଇଦା ଏବେ ଘରର ଅନ୍ୟ ସଦସ୍ୟ ମଧ୍ୟ ଉଠାଇପାରିବେ l ଯେଉଁଥିରେ କେବଳ ମାଗଣା କିମ୍ବା ସବସିଡିଯୁକ୍ତ ରାସନ ନୁହେଁ ସରକାରୀ ଯୋଜନାର ଉତ୍ତମ ଲାଭ ମଧ୍ୟ ପାଇବେ ହିତାଧିକାରୀ ।

ଦେଶରେ ଅନେକ ରାସନ କାର୍ଡଧାରୀ ଅଛନ୍ତି , ଯେଉଁମାନେ ରାସନ କାର୍ଡ ତାଲିକାରେ ଏକ ନୂଆ ପରିବାର ସଦସ୍ୟଙ୍କ ନାମ ଅପଡେଟ୍ କରିବାକୁ ଚାହାଁନ୍ତି l କାର୍ଡରେ ସେହି ସଦସ୍ୟାଙ୍କ ନାମ ଯୋଡିବା ପାଇଁ ଚାହୁଁଛନ୍ତି l ତେବେ ଏପରି ପରିସ୍ଥିତିରେ ଆଉ ବ୍ୟସ୍ତ ହୁଅନ୍ତୁ ନାହିଁ କାରଣ ଅନଲାଇନ ମଧ୍ୟରେ ଆପଣ ଏହି କାମ ବସି ଘରେ କରିପାରିବେ । ଆପଣ ଅନଲାଇନ୍ ଏବଂ ଅଫଲାଇନ୍ ମାଧ୍ୟମରେ ରାସନ କାର୍ଡରେ ନୂଆ ନାମ ଯୋଡ଼ିପାରିବେ।

ଆପଣ ଅନଲାଇନ୍ କିମ୍ବା ଅଫଲାଇନରେ ରାସନ କାର୍ଡରେ ଏକ ନୂଆ ନାମ ଯୋଡ଼ିବାର କାର୍ଯ୍ୟ କରିପାରିବେ l ତେଣୁ ରାସନ କାର୍ଡରେ ନୂଆ ସଦସ୍ୟଙ୍କ ନାମ ଯୋଡ଼ିବାକୁ ଆପଣ ସ୍ଥାନୀୟ ଖାଦ୍ୟ ଯୋଗାଣ ବିଭାଗକୁ ଯାଆନ୍ତୁ । ଆପଣଙ୍କ ରାଜ୍ୟର ଜିଲ୍ଲା ଚୟନ କରନ୍ତୁ ଅନଲାଇନ ମାଧ୍ୟମରେ । ଆପଣଙ୍କୁ ଏଥିପାଇଁ  ଅଫିସକୁ ଯାଇ ରାସନ କାର୍ଡ ପାଇଁ ଆବଶ୍ୟକ ଫର୍ମ ମଧ୍ୟ ପୂରଣ କରିବାକୁ ପଡ଼ିବ। ଯେଉଁଥିରେ ଆପଣ ନିଜ  ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ସହିତ ଏହାକୁ ଦାଖଲ କରିପାରିବେ ଅଫିସରେ । ଏବେ ନିୟମ ଅନୁଯାୟୀ ଆପଣ ରାସନ କାର୍ଡରେ ଜଣେ ନୂଆ ସଦସ୍ୟଙ୍କ ନାମ ଯୋଡ଼ିବା ଅତ୍ୟନ୍ତ ସହଜ ହୋଇଯିବ l ଆପଣ ନିଜ ଘରେ ବସି ଲାପଟପରେ ଅନଲାଇନ୍ ଆବେଦନ କରିପାରିବେ ରାସନ କାର୍ଡ ।

ଆବେଦନ ପ୍ରକ୍ରିୟା:-

- ସର୍ବପ୍ରଥମେ ଆପଣଙ୍କ ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗର ୱେବସାଇଟକୁ ପରିଦର୍ଶନ କରନ୍ତୁ

- ଏହପାତରେ ୨. ‘‘ନୂଆ ମେମ୍ବରଙ୍କ ନାମ ଯୋଡନ୍ତୁ” ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ

- ୱେବସାଇଟରେ ଖୋଲାଯାଇଥିବା ଅନଲାଇନ୍ ଫର୍ମ ପୂରଣ କରନ୍ତୁ

- ଯାହା ପରେ ଆପଣ ନିଜର ଆବଶ୍ୟକ ଡକ୍ୟୁମେଣ୍ଟ୍ ଅପଲୋଡ୍ କରିବେ

- ଆପଣଙ୍କ ରାଜ୍ୟ ଅନୁଯାୟୀ ଆବେଦନ ଶୁଳ୍କ ସେଠାରେ ପ୍ରଦାନ କରନ୍ତୁ

Free Electricity: ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍