Government Schemes

ସରକାରଙ୍କ ବଡ଼ ନିଷ୍ପତ୍ତି, ଆଉ ମିଳିବନି ମାଗଣା ରାସନ

ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଯଦି କେହି ଅଯୋଗ୍ୟ ହୋଇ ମଧ୍ୟ ଏହାର ଫାଇଦା ଉଠଉଥାନ୍ତି ସେମାନେ ସଜାଗ ହୋଇଯିବl ଆବଶ୍ୟକ l ସରକାର ନେଇପାରନ୍ତି ବଡ଼ ନିଷ୍ପତ୍ତି ।

08 January, 2024 2:35 PM IST By: Tanushree Mahapatra

କେନ୍ଦ୍ର ସରକାର ବିଭିନ୍ନ ଗରିବ କଲ୍ୟାଣ ଯୋଜନା ପ୍ରଚଳିତ କରିଛନ୍ତି l ଯାହାଦ୍ୱାରା ଗରିବ ଲୋକ ଉପକୃତ ହୋଇପାରୁଛନ୍ତି l ସେହି ଗରିବ କଲ୍ୟାଣ ଯୋଜନାର ଫାଇଦା ଉଠାଉଛନ୍ତି ଲକ୍ଷ ଲକ୍ଷ ଲୋକ l ଏହି ଯୋଜନା ମଧ୍ୟରେ ରହିଛି ମାଗଣା ରାସନ l ମାଗଣା ରାସନ ଯୋଜନାରେ ଲୋକଙ୍କୁ ଚାଉଳ , ଡାଲି , ଚିନି , ଗହମ ଭଳି ବିଭିନ୍ନ ପ୍ରକାର ରାସନ ମାଗଣା ପ୍ରଦାନ କରାଯାଉଛି ଗରିବନା ଲୋକଙ୍କୁ l କିନ୍ତୁ ନିକଟରେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି l ଯାହାଦ୍ୱାରା ଆଉ ମିଳିବନି ମାଗଣା ରାସନ l  

ଯାହାର ଫାଇଦା ଲୋକମାନେ ବହୁ ପରିମାଣରେ ଉଠାଉଛନ୍ତି ଗରିବ ଲୋକେ । ସରକାର ରାସନ କାର୍ଡଧାରୀଙ୍କୁ ମାଗଣା ରାସନ ବଣ୍ଟନ କରୁଛନ୍ତି ଯାହାଦ୍ୱାରା ଗରିବ ଲୋକଙ୍କୁ ଖୁବ କମ ଟଙ୍କାରେ ଖାଦ୍ୟ ମିଳିପାରୁଛି  l ଯଦି ଆପଣଙ୍କର ରାସନ କାର୍ଡ ଅଛି ତେବେ ଆପଣ ମଧ୍ୟ ସଚେତନ ହୋଇଯାଆନ୍ତୁ । ଅଯୋଗ୍ୟତା ସତ୍ତ୍ବେ ମାଗଣା ରାସନର ଫାଇଦା ଉଠାଉଥିଲେ ସରକାର ନେଇପାରନ୍ତି ବଡ଼ ନିଷ୍ପତ୍ତି ।

କାରଣ କିଛିଦିନ ତଳେ କେନ୍ଦ୍ର ସରକାର ଏଥିପାଇଁ ଏକ ଗାଇଡଲାଇନ ପ୍ରଚଳନ କରିଥିଲେ l ଯାହାଦ୍ୱାରା କାରଣ ସେମାନଙ୍କ ରାସନ କାର୍ଡ ସରେଣ୍ଡର କରିବା ନିର୍ଦ୍ଦେଶ ଦିଆଯାଇଥିଲା l ଯାହାର ଶେଷ ତାରିଖ ମଧ୍ୟ ସରିଯାଇଛି । ସରକାରଙ୍କ ନିର୍ଦ୍ଦେଶ ପରେ ମଧ୍ୟ ଅନେକ ଲୋକ ଅଛନ୍ତି ଯେଉଁମାନେ ଅଯୋଗ୍ୟ, କିନ୍ତୁ ଏ ପର୍ଯ୍ୟନ୍ତ ରାସନ କାର୍ଡ ଦାଖଲ କରିନାହାଁନ୍ତି । ୨୦୨୩ ଡିସେମ୍ବର ୩୧ ସୁଦ୍ଧା ରାସନ କାର୍ଡ ସରେଣ୍ଡର କରିବା ପାଇଁ ସରକାର କହିଥିଲେ । ସଠିକ ହିତାଧିକାରୀ ନ ହୋଇ ମଧ୍ୟ ଲାଭ ଉଠାଉଥିଲେ ଜୋରିମାନା ଭରିବାକୁ ପଡିବ l

ତେବେ ମାନେ ରଖିବା ଉଚିତ ଯେ ସରକାରୀ କର୍ମଚାରୀ ତେବେ ସେ ଅଯୋଗ୍ୟ ମାଗଣା ରାସନ ପାଇବା ପାଇଁ । ଏହା ବ୍ୟତୀତ ଆୟକରଦାତା, ପାଞ୍ଚ ଏକରରୁ ଅଧିକ ଜମି ଥିବା ମାଲିକ, ଚାରି ଚକିଆ ଯାନ ଥିବ ଯାହାର ଏବଂ ପକ୍କା ଘର ମାଲିକଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଛି । ଏହି ସବୁ ସୂଚନା ଉପରେ ସତର୍କ ହୋଇ ଆପଣ ସଜାଗ ହୋଇଯାଆନ୍ତୁ l

ଗରିବ ଲୋକ ପାଇଁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ଦୀର୍ଘ ସମୟରୁ କେନ୍ଦ୍ର ଏବଂ ରାଜ୍ୟ ସରକାର କ୍ରମାଗତ ଭାବରେ ରାସନ କାର୍ଡ ଜରିଆରେ ମାଗଣା ରାସନ ଯୋଗାଇ ଆସୁଛନ୍ତି । ତେବେ ଏହି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ମାଧ୍ୟମରେ କେନ୍ଦ୍ର ସରକାର ଲୋକଙ୍କୁ ସାହାଯ୍ୟ କରୁଛି l ଯାହାର ପ୍ରକୃତ ଉଦ୍ଦେଶ୍ୟ ହେଲା ଦେଶରେ କୌଣସି ଗରିବ ଲୋକଙ୍କ ପେଟ ଖାଲି ରହିବନାହିଁ। ସେମାନେ ଭୋକରେ ଶୋଇବେ ନାହିଁ l ସବସିଡିଯୁକ୍ତ ଖାଦ୍ୟ ଶସ୍ୟ ଏବଂ ଇନ୍ଧନ ବ୍ୟବହାରକୁ କମ ଟଙ୍କାରେ ପାଇବା ସୁବିଧାଜନକ କରିବା ପାଇଁ ପରିବାରମାନଙ୍କୁ ରାସନ କାର୍ଡ ଦିଆଯାଏ । ନିଜ ପରିଚୟ ଏବଂ ଠିକଣାର ପ୍ରମାଣ ଭାବରେ ସେବା କରିବା ଏବଂ ନିରପେକ୍ଷ ବଣ୍ଟନକୁ ସୁନିଶ୍ଚିତ କରିବାରେ ରାସନ କାର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ପ୍ରତି ଲୋକଙ୍କ ପାଇଁ ।

ନ୍ୟାସନାଲ ଫୁଡ୍ ସିକ୍ୟୁରିଟି ଆକ୍ଟ (NFSA) ଅଧୀନରେ ଧାର୍ଯ୍ୟ ହିତାଧିକାରୀଙ୍କୁ ଚାଉଳ, ଗହମ, ଏବଂ ଚିନି ପରି ସବସିଡିଯୁକ୍ତ ଖାଦ୍ୟ ଶସ୍ୟ ବଣ୍ଟନ ହୋଇଥାଏ l କରିବା ପାଇଁ ଏଥିରେ ଇଲେକ୍ଟ୍ରୋନିକ୍ ପଏଣ୍ଟ ଅଫ୍ ବିକ୍ରୟ (ePoS) ଉପକରଣର ବ୍ୟବହାର ଅନ୍ତର୍ଭୁକ୍ତ। ହିତାଧିକାରୀମାନେ ବାୟୋମେଟ୍ରିକ୍ କିମ୍ବା ଆଧାର ପ୍ରାମାଣିକରଣ ଦ୍ୱାରା ଏହି ମାଗଣା ରାସନ ପାଇଥାନ୍ତି । ତେବେ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଯଦି କେହି ଅଯୋଗ୍ୟ ହୋଇ ମଧ୍ୟ ଏହାର ଫାଇଦା ଉଠଉଥାନ୍ତି ସେମାନେ ସଜାଗ ହୋଇଯିବl ଆବଶ୍ୟକ l