Government Schemes

ରାସନ କାର୍ଡଧାରୀଙ୍କ ପାଇଁ ଖୁସି ଖବର, ୪୨୮ ଟଙ୍କାରେ ମିଳିବ ଗ୍ୟାସ୍ ସିଲିଣ୍ଡର

ପ୍ରଧାମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗ୍ୟାସ ସିଲିଣ୍ଡର ପିଛା ମୂଲ୍ୟ ଦୁଇଶହ ଟଙ୍କା ଲେଖାଏଁ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ୩୩ କୋଟି ସଂଯୋଗ ନେଇଥିବା ସମସ୍ତ ଏଲପିଜି ଗ୍ରାହକଙ୍କ ନିମନ୍ତେ ଲାଗୁ ହେବ। ରକ୍ଷା ବନ୍ଧନ ଭଳି ପର୍ବରେ ଆମ ପରିବାରରେ ସୁଖ ଶାନ୍ତି ବୃଦ୍ଧି କରିବା ଆବଶ୍ୟକ ବୋଲି ଶ୍ରୀ ମୋଦୀ କହିଛନ୍ତି।

04 September, 2023 10:21 AM IST By: Tanushree Mahapatra

ପ୍ରଧାମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗ୍ୟାସ ସିଲିଣ୍ଡର ପିଛା ମୂଲ୍ୟ ଦୁଇଶହ ଟଙ୍କା ଲେଖାଏଁ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ୩୩ କୋଟି ସଂଯୋଗ ନେଇଥିବା ସମସ୍ତ ଏଲପିଜି ଗ୍ରାହକଙ୍କ ନିମନ୍ତେ ଲାଗୁ ହେବ। ରକ୍ଷା ବନ୍ଧନ ଭଳି ପର୍ବରେ ଆମ ପରିବାରରେ ସୁଖ ଶାନ୍ତି ବୃଦ୍ଧି କରିବା ଆବଶ୍ୟକ ବୋଲି ଶ୍ରୀ ମୋଦୀ କହିଛନ୍ତି। ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନା ଅଧିନସ୍ତ ଗ୍ରାହକମାନେ ସିଲିଣ୍ଡର ପିଛା ପାଉଥବା ଦୁଇ ଶହ ଟଙ୍କାର ରିହାତି ପୂର୍ବ ଭଳି ପାଇବେ। 

ସରକାର ମଧ୍ୟ ୭୫ ଲକ୍ଷ ଅତିରିକ୍ତ ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ସଂଯୋଗ ଅନୁମୋଦନ କରିଛନ୍ତି। ଏହା ଫଳରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନା ହିତାଧିକାରୀଙ୍କ ସଂଖ୍ୟା ୧୦.୩୫ କୋଟିକୁ ବୃଦ୍ଧି ପାଇବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ରନ୍ଧନ ଗ୍ୟାସର ମୂଲ୍ୟ ହ୍ରାସ ଓ ଅତିରିକ୍ତ ଉଜ୍ଜ୍ୱଳା ହିତାଧିକାରୀ ଯୋଡିବା ନିଷ୍ପତି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ନିଷ୍ପତି ମାତୃଶକ୍ତି ତଥା ଦେଶର ମା’ଭଉଣୀଙ୍କୁ ଭାଇ ଭାବେପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାକ୍ଷୀ ଉପହାର ବୋଲି ସେ କହିଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଦେଶରେ ଥିବା ୩୩ କୋଟି ଏଲପିଜି ହିତାଧିକାରୀଙ୍କୁ ଗ୍ୟାସ ସିଲିଣ୍ଡର ପିଛା ନିର୍ଦ୍ଧାରିତ ମୂଲ୍ୟ ଠାରୁ ୨୦୦ ଟଙ୍କା କମ୍ କରିବା ସଂକ୍ରାନ୍ତୀୟ ନିଷ୍ପତିକୁ ପ୍ରଧାନମନ୍ତ୍ରୀ କ୍ୟାବିନେଟରେ ମଞ୍ଜୁରୀ ଦେଇଛନ୍ତି । ସେହିପରି ‘ଆଜାଦୀ କା ଅମୃତ’ ମହୋତ୍ସବ ଅନ୍ତର୍ଗତ ସରକାରଙ୍କ ମହତ୍ୱକାଂକ୍ଷୀ ‘ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା’ରେ ଅତିରିକ୍ତ ୭୫ ଲକ୍ଷ ମାଆ ଭଉଣୀଙ୍କୁ ମାଗଣାରେ ଏଲପିଜି ଗ୍ୟାସ ପ୍ରଦାନ କରିବାର ଆଉ ଏକ ଯୁଗାନ୍ତକାରୀ ନିଷ୍ପତି ନିଆଯାଇଛି ।

ତେବେ ଗତ କିଛି ଦିନ ହେବ ହେବ କେନ୍ଦ୍ର ସରକାର ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ହ୍ରାସ କରିବା ପରେ ପରେ ଏବେ ରାସନ କାର୍ଡଧାରୀମାନେ ସରକାରଙ୍କଠ ରୁ ଏକ ଉପହାର ପାଇଛନ୍ତି । କେନ୍ଦ୍ର ସରକାର ସିଲିଣ୍ଡରର ମୂଲ୍ୟ ୨୦୦ ଟଙ୍କା ହ୍ରାସ କରିବା ପରେ ଗୋଆ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଏହି ଘୋଷଣା ପରେ ରାଜ୍ୟ ସରକାର ଅନ୍ତଦୋୟ ଅନ୍ନ ଯୋଜନାର କାର୍ଡଧାରୀମାନେ ମାତ୍ର ୪୨୮ ଟଙ୍କାରେ ସିଲିଣ୍ଡର ପାଇ ପାଇବେ । ତେବେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଏବଂ କେନ୍ଦ୍ର ମନ୍ତ୍ରୀ ଶିରପଦ ନାୟକ ଏଲପିଜି ଗ୍ୟାସ ସିଲିଣ୍ଡର ରିଫିଲିଂ ପାଇଁ ‘ମୁଖ୍ୟମନ୍ତ୍ରୀଙ୍କ ଆର୍ଥିକ ସହାୟତା ଯୋଜନା’ ଆରମ୍ଭ କରିଥିଲେ ।

ବଡ଼ କଥା ହେଲା ଏହି ଯୋଜନା ଅନୁଯାୟୀ ଏବେ ରାଜ୍ୟର ଅନ୍ତଦୋୟ ଅନ୍ନ ଯୋଜନା କାର୍ଡଧାରୀଙ୍କୁ ସିଲିଣ୍ଡର ପିଛା ୨୭୫ ଟଙ୍କା ସବସିଡି ପ୍ରଦାନ କରାଯିବ ବ ଲି କୁହାଯାଇଛି । ଏହି ଅବସରରେ ଗୋଆର ସିଏମ କହିଛନ୍ତି ଯେ, ପିଏମ ମୋଦୀ ପୂର୍ବରୁ ଏଲପିଜି ସିଲିଣ୍ଡର ପାଇଁ ମୋଟ ୨୦୦ ଟଙ୍କା ସବସିଡି ଘୋଷଣା କରିଥିଲେ ଯାହାକି ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କୁ କେନ୍ଦ୍ରର ୨୦୦ ଟଙ୍କାର ସବସିଡି ମିଳିବ । ଏହା ବ୍ୟତୀତ ଗୋଆ ସରକାର ଏଏୱାଇ ରାସନ କାର୍ଡ ଥିବା ସମସ୍ତ ହିତାଧିକାରୀଙ୍କ ପାଇଁ ମାସକୁ ଅତିରିକ୍ତ ୨୭୫ ଟଙ୍କା ଦେବାକୁ ଘୋଷଣା କରିଛନ୍ତି ।

ଏବେ ଏହି ରାଜ୍ୟରେ ୧୧,୦୦୦ ରୁ ଅଧିକ ଲୋକଙ୍କ ପାଖରେ ଏଏୱାଇ କାର୍ଡ ଥିବା ଜଣାପଡିଛି । ଏହିପରି କାର୍ଡଧାରୀମାନେ ଏବେ ୨୦୦ ଟଙ୍କା ଉଜ୍ଜ୍ୱଳା ଯୋଜନା ସବସିଡି ଏବଂ ଗୋଆ ସରକାର ଦେଇଥିବା ୨୭୫ ଟଙ୍କା ସବସିଡି ପାଇବେ ବୋଲି ଜଣାପଡିଛି । ତେବେ ଏବେ ମୋଟ ଉପରେ, ରାସନ କାର୍ଡ ଧାରକମାନଙ୍କୁ ୪୭୫ ଟଙ୍କା ସବସିଡି ଦିଆଯିବ ବୋଲି କୁହାଯାଇଛି । ତେବେ ଅନ୍ତଦୋୟ ଅନ୍ନ ଯୋଜନା ଗରିବ ପରିବାରର ଆବଶ୍ୟକତାକୁ ପୂରଣ କରିବାରେ ସାହାଯ୍ୟ କରେ ।

ରକ୍ଷାବନ୍ଧନ ଅବସରରେ ସିଲିଣ୍ଡର ମୂଲ୍ୟରେ ୨୦୦ ଟଙ୍କା ହ୍ରାସ କରିଥିଲେ କେନ୍ଦ୍ର ସରକାର ଏବଂ ଏହା ହେବା ପରେ ପଣଜୀରେ ୧୪.୨ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ପ୍ରାୟ ୯୦୩ ଟଙ୍କା ହୋଇଥିଲା । ଏଥି ସହିତ ଦକ୍ଷିଣ ଗୋଆରେ ସୂଚନା ଅନୁଯାୟୀ ସିଲିଣ୍ଡରର ମୂଲ୍ୟ ୯୧୭ ଟଙ୍କା । ଆଉ ଏବେ କେନ୍ଦ୍ରର ଏହି ନିଷ୍ପତ୍ତି ଯୋଗୁଁ ୯୦୩ ଟଙ୍କା ହିସାବରେ ମିଳୁଥିବା ଗ୍ୟାସ ଉଜ୍ଜ୍ୱଳା ଯୋଜନାରୁ ୨୦୦ ଟଙ୍କା ଏବଂ ସରକାରଙ୍କ ଠାରୁ ୨୭୫ ଟଙ୍କା ସବସିଡି ପାଇବା ପରେ ଅନୁମାନ ଅନୁଯାୟୀ ସିଲିଣ୍ଡରର ମୂଲ୍ୟ ୪୨୮ ଟଙ୍କାକୁ ଖସିଯିବ । ଏବେ ସରକାରଙ୍କ ଏହି ନିଷ୍ପତ୍ତି ଅନୁଯାୟୀ ଅନେକ ମହିଳାଙ୍କୁ ଲାଭ ମିଳିଥିବାର ଦେଖିବାକୁ ମିଳିଛି l

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)