Government Schemes

କୃଷକଙ୍କ ପାଇଁ ଖୁସି ଖବର ! ୧୨ ହଜାର ମିଳିବ ଆର୍ଥିକ ସହାୟତା

କୃଷକଙ୍କ ପାଇଁ ଖୁସି ଖବର । ସରକାର ଆଣିଲେ ନୂଆ ଯୋଜନା ।ପ୍ରଧାନମନ୍ତ୍ରୀ କିସାନ ଯୋଜନାରେ ଯୋଡ଼ି ହୋଇଛି ଆଉ ଏକ ନୂଆ ଅଧ୍ୟାୟ । ଏଣିକି କୃଷକଙ୍କୁ ମିଳିବ ଅଧିକ ଆର୍ଥିକ ସହାୟତା। ଏହା ସହିତ ଫସଲ ବୀମାକୁ ନେଇ ମଧ୍ୟ ଏକ ବଡ ଘୋଷଣା କରାଯାଇଛି । ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ପିଏମ କିସାନ ଯୋଜନା ସହ ଆଉ ଏକ ଯୋଜନା ଅଧୀନରେ ନିଜ ରାଜ୍ୟର ୧.୧୫ କୋଟି କୃଷକଙ୍କୁ ସହାୟତାର ହାତ ବଢାଇଛନ୍ତି ମହାରାଷ୍ଟ୍ର ସରକାର । କୃଷକମାନଙ୍କୁ ବାର୍ଷିକ ୬୦୦୦ ଟଙ୍କା ପ୍ରଦାନ କରିବା ପାଇଁ ଘୋଷଣା କରାଯାଇଛି ।

12 March, 2023 1:32 PM IST By: Priyambada Rana

କୃଷକଙ୍କ(Farmers) ପାଇଁ ଖୁସି ଖବର । ସରକାର ଆଣିଲେ ନୂଆ ଯୋଜନା ।ପ୍ରଧାନମନ୍ତ୍ରୀ କିସାନ ଯୋଜନାରେ(PMKY) ଯୋଡ଼ି ହୋଇଛି ଆଉ ଏକ ନୂଆ ଅଧ୍ୟାୟ । ଏଣିକି କୃଷକଙ୍କୁ ମିଳିବ ଅଧିକ ଆର୍ଥିକ ସହାୟତା। ଏହା ସହିତ ଫସଲ ବୀମାକୁ ନେଇ ମଧ୍ୟ ଏକ ବଡ ଘୋଷଣା କରାଯାଇଛି । ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ପିଏମ କିସାନ ଯୋଜନା ସହ ଆଉ ଏକ ଯୋଜନା ଅଧୀନରେ ନିଜ ରାଜ୍ୟର ୧.୧୫ କୋଟି କୃଷକଙ୍କୁ ସହାୟତାର ହାତ ବଢାଇଛନ୍ତି ମହାରାଷ୍ଟ୍ର(Maharastra) ସରକାର । କୃଷକମାନଙ୍କୁ ବାର୍ଷିକ ୬୦୦୦ ଟଙ୍କା ପ୍ରଦାନ କରିବା ପାଇଁ ଘୋଷଣା କରାଯାଇଛି ।

କୃଷକମାନଙ୍କୁ ଆର୍ଥିକ କ୍ଷେତ୍ରରେ ମଜବୁତ କରିବା ସହ କୃଷି କ୍ଷେତ୍ରରେ ବିକାଶ ନେଇ ନମୋ ଶେତକରୀ ମହାସଂମନ ନିଧି ଯୋଜନା ପ୍ରଣୟନ କରିଛି ମହାରାଷ୍ଟ୍ର । ଏହାଦ୍ୱାରା ରାଜ୍ୟର କୃଷକମାନଙ୍କୁ ବାର୍ଷିକ ୬୦୦୦ ଟଙ୍କା ପ୍ରଦାନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଅର୍ଥାତ୍ କେନ୍ଦ୍ର ସରକାରଙ୍କ ପିଏମ କିସାନ ଯୋଜନା ଏବଂ ରାଜ୍ୟ ସରକାରଙ୍କ ଯୋଜନାରେ ୧୨ ହଜାର ଟଙ୍କାର ଆର୍ଥିକ ସହାୟତା ପାଇପାରିବେ ରାଜ୍ୟର କୃଷକ । ଏ ନେଇ କୃଷକଙ୍କ ମହଲରେ ଖୁସି ଖେଳିଯାଇଛି ।

ଏହାବ୍ୟତୀତ କୃଷକଙ୍କ ପାଇଁ ୧ ଟଙ୍କାରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଘୋଷଣା କରାଯାଇଛି । ଏଥିପାଇଁ ରାଜ୍ୟ ମୋଟ ୩,୩୧୨ କୋଟି ଟଙ୍କାର ଖର୍ଚ୍ଚ ବହନ କରିବ । ଏହି ଯୋଜନା ଅଧୀନରେ କୃଷକମାନେ ଏବେ ବର୍ତ୍ତମାନ କେବଳ ୧ ଟଙ୍କା ଶୁଳ୍କ ଦେଇ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପୋର୍ଟାଲରେ ନିଜର ପଞ୍ଜୀକରଣ କରିପାରିବେ । ତେବେ ଏହି ବୀମାର କିସ୍ତି ରାଜ୍ୟ ସରକାର ବହନ କରିବେ ବୋଲି ଘୋଷଣା କରାଯାଇଛି ।

ସେହିପରି ଆତ୍ମହତ୍ୟାରେ ପ୍ରଭାବିତ ରାଜ୍ୟର ୧୪ଟି ଜିଲ୍ଲାକୁ ନେଇ ମଧ୍ୟ ବଡ ଘୋଷଣା କରିଛନ୍ତି ମହାରାଷ୍ଟ୍ର ସରକାର । ଏଠାକାର କୃଷକମାନଙ୍କୁ ପିଡିଏସ ଚାଉଳ ପରିବର୍ତ୍ତେ ୧୮୦୦ ଟଙ୍କାର ଆର୍ଥିକ ରାଶି ପ୍ରଦାନ କରାଯିବ । ଏହାଦ୍ୱାରା କୃଷକମାନଙ୍କର ଆର୍ଥିକ ସ୍ତିତିରେ ସୁଧାର ଅଣାଯାଇପାରିବ ବୋଲି ଆଶା କରାଯାଉଛି । ଯାହାଦ୍ୱାରା ଏହି ଜିଲ୍ଲାମାନଙ୍କରେ ବଢୁଥିବା କୃଷକ ଆତ୍ମହତ୍ୟା ଘଟଣା ଧିରେ ଧିରେ ହ୍ରାସ ପାଇବ । ମହାରାଷ୍ଟ୍ର ପରେ ଏବେ ଅପେକ୍ଷା ଯେ କେବେ ଓଡ଼ିଶାରେ ଏହି ଯୋଜନା କାର୍ଯ୍ୟକାରୀ ହେଉଛି ।

ବର୍ତ୍ତମାନ ଫ୍ରୀ ରାସନ ସହ ମିଳିବ ସମସ୍ତଙ୍କୁ ୧୦୦୦

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)