Government Schemes

E-Shram Card: ଶ୍ରମିକଙ୍କ ପାଇଁ ବଡ଼ ଖବର !

ପ୍ରତି ମାସରେ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ୫୦୦ ରୁ ୧୫୦୦ ହଜାର ଟଙ୍କା ଆସେ ଏହି ଯୋଜନା ଅଧୀନରେ ।

08 July, 2024 4:42 PM IST By: Tanushree Mahapatra

କେନ୍ଦ୍ର ସରକାର ଅନେକ ଗୁଡିଏ ଯୋଜନା କାର୍ଯ୍ୟକାରୀ କରିଛନ୍ତି ଦେଶରେ । ଅନେକ ଗୁଡିଏ ଯୋଜନା କାର୍ଯ୍ୟକାରୀ କରାଯାଇଛି ଏବଂ ସମୟ କ୍ରମେ ସେଗୁଡିକରେ ସଂଶୋଧନ ମଧ୍ୟ କରାଯାଉଛି । ଏହି ଯୋଜନାଗୁଡିକ ମଧ୍ୟରୁ ଅନେକ ଭାରତୀୟଙ୍କ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ କିମ୍ବା ଗରିବ ଶ୍ରେଣୀର ଲୋକଙ୍କ ପାଇଁ ସରକାର ଯୋଜନା ପ୍ରଚଳନ କରିଛନ୍ତି । ଯାହା ଗରିବ ଶ୍ରମିକ ପରିବାରଙ୍କ ପାଇଁ ପରିଚାଳିତ ହେଉଥିବା ଯୋଜନାଗୁଡ଼ିକ ମଧ୍ୟରୁ E-Shramik ଯୋଜନା ଅନ୍ୟତମ । ଏଥିରେ ଶ୍ରମିକଙ୍କୁ ସରକାର ଆର୍ଥିକ ସହାୟତା ପ୍ରଦାନ କରିଥାନ୍ତି l

ଏହି ଯୋଜନା ମାଧ୍ୟମରେ E-Shram କାର୍ଡ ବାହାର କରିବା ନିହାତି ଆବଶ୍ୟକ ଶ୍ରମିକମାନଙ୍କୁ । ଯାହା ଦ୍ବାରାକି ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଥିବା ଲୋକେ ଅନେକ ଲାଭ ପାଇପାରିବେ । ତେବେ ଏହାକୁ ଜଣେ ଶ୍ରମିକ ଘରେ ବସି ମଧ୍ୟ ଆବେଦନ କରି ପାରିବ । ତେବେ ଏହାକୁ କିଭଳି ଘରେ ଆବେଦନ କରିବେ ତାହା ଜାଣନ୍ତି କି ଆପଣ ? E-Shramik ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଥିବା ଲୋକଙ୍କ ପାଇଁ ବିଭାଗ ସରକାର ଇ-ଶ୍ରମ ଯୋଜନା ଆରମ୍ଭ କରିଛନ୍ତି । ପ୍ରତି ମାସରେ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ୫୦୦ ରୁ ୧୫୦୦ ହଜାର ଟଙ୍କା ଆସେ ଏହି ଯୋଜନା ଅଧୀନରେ ।

ଇ-ଶ୍ରମ କାର୍ଡର ମୂଳ ଉଦ୍ଦେଶ୍ୟ ହେଉଛି ଗରିବ ଲୋକଙ୍କୁ ରୋଜଗାର ଯୋଗାଇବା । ଶ୍ରମିକ ଇ-ଶ୍ରମ ପୋର୍ଟାଲ ମାଧ୍ୟମରେ ଲାଭ ଉଠାଉଛନ୍ତି । ଅଣସଂଗଠିତ କ୍ଷେତ୍ରରେ ପ୍ରବାସୀ ଶ୍ରମିକ, ପ୍ଲାଟଫର୍ମରେ କାମ କରୁଥିବା କର୍ମଚାରୀ, ନିର୍ମାଣ ଶ୍ରମିକ, ଘରୋଇ କାମ କରୁଥିବା ଶ୍ରମିକ, ରାସ୍ତା କଡରେ ଥିବା ଦୋକାନୀ ଏବଂ କୃଷି ଶ୍ରମିକ ଏହି ଯୋଜନାରେ ଉପକୃତ ହୋଇପାରୁଛନ୍ତି । ତେବେ ଶ୍ରମିକମାନେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦୁର୍ଘଟଣା ବୀମା ଏହା ମାଧ୍ୟମରେ ପାଇ ପାରିବେ । ଅନ୍ୟପଟେ ଗର୍ଭବତୀ ମହିଳାଙ୍କ ପିଲାମାନଙ୍କର ଭରଣପୋଷଣ ସହାୟତା ଏବଂ ଦୁର୍ଘଟଣାରେ ଅକ୍ଷମ ହେଲେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ ।

ଶ୍ରମିକ ଶ୍ରେଣୀର ସମସ୍ତ ଲୋକ ଏହି ଶ୍ରମ ଯୋଜନାର ପ୍ରତ୍ୟକ୍ଷ ଲାଭ ପାଉଛନ୍ତି । ଏହି କାର୍ଡ଼ ମାଧ୍ୟମରେ ପ୍ରତି ମାସରେ ୫୦୦ ରୁ ୧୫୦୦ ହଜାର ଟଙ୍କାର ପେନସନ୍‌ ଆସିଥାଏ ବ୍ୟାଙ୍କ ଆକାଉଣ୍ଟକୁ । ସେହିପରି ସ୍ୱାସ୍ଥ୍ୟ ଚିକିତ୍ସା ପାଇଁ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦିଆଯିବ । ପ୍ରଥମ ଗୃହ ନିର୍ମାଣରେ ମଧ୍ୟ ଶ୍ରମିକ କାର୍ଡ ମାଧ୍ୟମରେ ସରକାରୀ ଆର୍ଥିକ ସହାୟତା ପ୍ରଦାନ କରାଯିବ । ଶିକ୍ଷା ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ଏହି କାର୍ଡ ମାଧମୟରେ । ତେବେ ଜଣେ ଶ୍ରମିକ ଇ-ଶ୍ରମ ପୋର୍ଟାଲରେ ନିଜକୁ ପଞ୍ଜିକରଣ କରିବାକୁ ହେଲେ ଅଫିସିଆଲ୍ ୱେବସାଇଟ୍‌ Www.eshram.gov.in କୁ ପରିଦର୍ଶନ କରିବାକୁ ହେବ । ଫର୍ମ ପୂରଣ କରିବା ପରେ ନିଜେ ଆବଶ୍ୟକୀୟ ଦସ୍ତାବିଜ ଦେଇ ନିଜକୁ ପଞ୍ଜିକୃତ କରିପାରିବେ ଏହି ପୋର୍ଟାଲରେ । ଇ-ଶ୍ରମ ଯୋଜନାରେ ନିଜକୁ ସାମିଲ କରିବା ପାଇଁ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ସହ ଆଧାର କାର୍ଡରେ ନିଜର ମୋବାଇଲ ନମ୍ବର ଲିଙ୍କ ଥିବା ନିହାତି ଜରୁରୀ ।

ଅଧିକ ପଢ଼ନ୍ତୁ

ନାମୋ ଡ୍ରୋନ୍ ଦିଦି: କୃଷିରେ ମହିଳାଙ୍କୁ କରିବ ସଶକ୍ତ

ରାଜ୍ୟ କୃଷି ବିଭାଗରେ ନିଯୁକ୍ତି: ବିଜ୍ଞପ୍ତି ପ୍ରକାଶ କଲା OPSC

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)