Government Schemes

ଆସନ୍ତାକାଲି ଚାଷୀଙ୍କ ଆକାଉଣ୍ଟକୁ ଆସିବ ଦୁଇଟି କିସ୍ତିର ଟଙ୍କା

ସେ ରାଜ୍ୟ ହେଉ କି କେନ୍ଦ୍ର ସେମାନେ ସବୁବେଳେ ଦେଶର ଜନତାଙ୍କ ସୁବିଧା କଥା ଚିନ୍ତା କରିଛନ୍ତି l ସେ ଚାଷୀ ଠାରୁ ଆରମ୍ଭ କରି ସାଧାରଣ ଜନତା ସମସ୍ତଙ୍କ ପାଇଁ କିଛି ନା କିଛି ଯୋଜନା ପ୍ରଣୟନ କରାଇଛନ୍ତି ଯାହା ସେମାନଙ୍କୁ ସମସ୍ତ ସୁବିଧା ଯୋଗାଇବାରେ ସାହାଯ୍ୟ କରୁଛି l

19 August, 2023 2:50 PM IST By: Tanushree Mahapatra

ସେ ରାଜ୍ୟ ହେଉ କି କେନ୍ଦ୍ର ସେମାନେ ସବୁବେଳେ ଦେଶର ଜନତାଙ୍କ ସୁବିଧା କଥା ଚିନ୍ତା କରିଛନ୍ତି l ସେ ଚାଷୀ ଠାରୁ ଆରମ୍ଭ କରି ସାଧାରଣ ଜନତା ସମସ୍ତଙ୍କ ପାଇଁ କିଛି ନା କିଛି ଯୋଜନା ପ୍ରଣୟନ କରାଇଛନ୍ତି ଯାହା ସେମାନଙ୍କୁ ସମସ୍ତ ସୁବିଧା ଯୋଗାଇବାରେ ସାହାଯ୍ୟ କରୁଛି l ତେବେ କୃଷକ ହେଉଛନ୍ତି ଆମ ଦେଶର ମେରୁଦଣ୍ଡ l ଚାଷ ହେଉଛି ଆମ ଦେଶର ଆର୍ଥିକ ସ୍ଥିତିକୁ ମଜବୁତ କରିବା ପାଇଁ ସରକାର ଅନେକ ଯୋଜନା କରୁଛନ୍ତି l

କେନ୍ଦ୍ର ସରକାର ଦେଶର ପ୍ରତିଟି ବିଭାଗ ପାଇଁ ଭିନ୍ନ ଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି । ତେବେ ଭିନ୍ନ ଭିନ୍ନ ଯୋଜନା ପାଇଁ ସରକାର ବିଭିନ୍ନ ପ୍ରକାର ଚାଷୀଙ୍କ ଭିନ୍ନ ପ୍ରକାର ଚାଷ ପାଇଁ ସୁବିଧା କରିଛନ୍ତି l ଯାହାକୁ ବ୍ୟବହାର କରି ଜଣେ ଚାଷୀ ଚାଷ କରିବା ପରେ ତାହାର ଆୟ ଦ୍ବିଗୁଣିତ ହେବ l

କେନ୍ଦ୍ର ହେଉ କି ରାଜ୍ୟ ହେଉ ସରକାର ଚାଷୀଙ୍କ ପାଇଁ ବିଭିନ୍ନ ଯୋଜନା ଦ୍ୱାରା ଅନେକ ପ୍ରକାର ବିହନ ଠାରୁ ଆରମ୍ଭ କରି ସବସିଡି ପ୍ରଦାନ କରୁଛନ୍ତି l ଯାହାକୁ ଚାଷୀ ବ୍ୟବହାର କରି ନିଜ ଚାଷର ଆୟ ଦ୍ବିଗୁଣିତ କରିପାରୁଛନ୍ତି l ସେହିପରି ସରକାର ଗତକାଲି ଆଉ ଏକ ଯୋଜନାର ଦୁଇଟି କିସ୍ତି ପ୍ରଦାନ କରିବେ ଚାଷୀଙ୍କୁ l ଯାହା ଚାଷୀଙ୍କୁ ଏହି ସମୟରେ ଅଧିକ ଲାଭ ପ୍ରଦାନ କରିବ ବୋଲି ଆଶା କରାଯାଉଛି l

ତେବେ ଏହି ଯୋଜନା ଅଧୀନରେ ଥିବା ଅବଶିଷ୍ଟ ଦୁଇଟି କିସ୍ତିର ପରିମାଣ ଅକ୍ଟୋବର ଏବଂ ମାର୍ଚ୍ଚ ମାସରେ ଚାଷୀଙ୍କୁ ପ୍ରଦାନ କରାଯିବ l ଯାହା ପ୍ରାୟ ୪ ହଜାର କୋଟି ଟଙ୍କା ହେବ ବୋଲି ସରକାରୀ ଆକଳନ ଅନୁଯାୟୀ ସୂଚନା ପ୍ରଦାନ କରାଯାଇଛି । ସୂଚନା ଅନୁଯାୟୀ ଚଳିତ ଆର୍ଥିକ ବର୍ଷରେ ଛତିଶଗଡର ସରକାର ଏହି ଯୋଜନା ଅଧୀନରେ ମୋଟ ୬୮୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି ଚାଷୀଙ୍କୁ l କିନ୍ତୁ ଗତ ଖରିଫ ଋତୁରେ ପଞ୍ଜୀକୃତ କୃଷକଙ୍କ ସଂଖ୍ୟା ଅନୁଯାୟୀ , ଏକର ଜମି ଏବଂ ଧାନ କ୍ରୟ ରେକର୍ଡକୁ ଆଖି ଆଗରେ ରଖି ଇନପୁଟ୍ ସବସିଡିର ପରିମାଣ ଏହି ଯୋଜନା ଅନ୍ତର୍ଗତ କୃଷକମାନଙ୍କୁ ବୃଦ୍ଧି କରାଯାଇଥିବା ସରକାର କହିଛନ୍ତି । ସରକାରୀ ହିସାବ ଅନୁଯାୟୀ ଏହି ପରିମାଣ ପ୍ରାୟ ୮ହଜାର କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । 

ଏହି ଯୋଜନା ଅଧୀନରେ ହିତାଧିକାରୀମାନେ ଧାନ, ମିଲେଟ ପ୍ରଜାତି କୋଡୋ-କୁଟକି, ରାଗି, ଶସ୍ୟ ଜାତୀୟ ଡାଲି ତେଲ ବିହନ ଉତ୍ପାଦନ କରୁଥିବା କୃଷକ ଏବଂ ଧାନ ବଦଳରେ ଅନ୍ୟ ଫସଲ ସହିତ ବୃକ୍ଷ ରୋପଣ କରୁଥିବା କୃଷକ ଅନ୍ତର୍ଭୁକ୍ତ କରାଯାଇଛି  । ତେବେ ଜାଣିଛନ୍ତି କି ? ରାଜୀବ ଗାନ୍ଧୀ କିସାନ ନ୍ୟାୟ ଯୋଜନା ଅଧୀନରେ ପଂଜିକୃତ କୃଷିର ମୂଲ୍ୟ ହ୍ରାସ ତଥା ଫସଲର ବିବିଧତାକୁ ଆହୁରି ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଖରିଫ ଫସଲ ଉତ୍ପାଦନ କରୁଥିବା ଚାଷୀଙ୍କୁ ଏକର ପିଛା ୯ହଜାର ଟଙ୍କା ଇନପୁଟ ସବସିଡି ଦିଆଯାଉଛି ଯାହାଦ୍ୱାରା ସେମାନେ ଲାଭବାନ ହେଉଛନ୍ତି । ସେହିପରି ଖରିଫ ବର୍ଷ ୨୦୧୯ରୁ ଲାଗୁ ହୋଇଥିବା ଏହି ଯୋଜନା ଅଧୀନରେ ରାଜ୍ୟର ପ୍ରାୟତଃ ୨୦ ହଜାର ୧୦୩ କୋଟି ଟଙ୍କା ଚାଷୀଙ୍କୁ ଇନପୁଟ ସବସିଡି ପ୍ରଦାନ କରାଯାଇଛି ସରକାରଙ୍କ ତରଫରୁ । ତେବେ ଏହି ଯୋଜନାରେ ଚଳିତ ଆର୍ଥିକ ବର୍ଷରେ ଦ୍ୱିତୀୟକିସ୍ତି ରାଶି ଅନ୍ତର୍ଭୁକ୍ତ କରି ଏହି ସଂଖ୍ୟା ୨୧,୯୯୭ କୋଟି ୯୬ ଲକ୍ଷ ହେବ ବୋଲି କୁହାଯାଉଛି  ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)