Government Schemes

Ration Cardଧାରୀଙ୍କ ପାଇଁ ଖୁସି ଖବର: ଏବେ ସରକାର ବାଣ୍ଟିବେ ୨ଥର ରାସନ

ରାସନ୍ କାର୍ଡଧାରୀଙ୍କ ପାଇଁ ସରକାରଙ୍କର ବଡ଼ ଘୋଷଣା ଯାହା ରାସନ କାର୍ଡ ଧାରୀଙ୍କ ପାଇଁ ବଡ ଖବର । ଏଣିକି ରାସନ କାର୍ଡରୁ ହିତାଧିକାରୀଙ୍କୁ ମିଳିବ ଫାଇଦା ।

16 May, 2023 2:16 PM IST By: Tanushree Mahapatra

ରାସନ୍ କାର୍ଡଧାରୀଙ୍କ ପାଇଁ ସରକାରଙ୍କର ବଡ଼ ଘୋଷଣା ଯାହା ରାସନ କାର୍ଡ ଧାରୀଙ୍କ ପାଇଁ ବଡ ଖବର । ଏଣିକି ରାସନ କାର୍ଡରୁ ହିତାଧିକାରୀଙ୍କୁ ମିଳିବ ଫାଇଦା । ଯଦି ଆପଣ ଜଣେ ରାସନ୍ କାର୍ଡଧାରୀ ଆଉ ପ୍ରତି ମାସରେ ଆପଣ ସରକାରଙ୍କ ତରଫରୁ ରାସନ୍ ଯୋଜନାର ଫାଇଦା ଉଠାଉଛନ୍ତି, ତେବେ ଏହି ଖବର ହିଁ ଆପଣମାନଙ୍କ ପାଇଁ ଖୁବ ଜରୁରୀ ଅଟେ ।

ରାସନ କାର୍ଡକୁ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଭାବରେ ବିବେଚନା କରାଯାଏ ସମ୍ପୂର୍ଣ୍ଣ ଦେଶରେ । ଏହି  ମାଗଣା ରାସନ ସମେତ ଗରିବ ଲୋକ ଅନେକ ଯୋଜନାର ଲାଭ ପାଆନ୍ତି, ବର୍ତ୍ତମାନ ରାସନ କାର୍ଡ ନମ୍ବର ବିନା ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାରେ ପଞ୍ଜୀକରଣ ମଧ୍ୟ ହୋଇପାରୁ ନାହିଁ । ତେଣୁ, ଆପଣ ସର୍ବଦା ଆପଣଙ୍କ ରାସନ କାର୍ଡକୁ ଅପଡେଟ୍ ରଖିବା ଉଚିତ ଏବଂ ଘରର ସମସ୍ତ ସଦସ୍ୟଙ୍କ ନାମ ଏଥିରେ ପଞ୍ଜିକୃତ ହେବା ଉଚିତ । କାରଣ ଏହି କାର୍ଡ ଦ୍ୱାରା ଆପଣ ଅନେକ ସରକାରୀ ଲାଭ ଉଠାଇପାରିବେ l

ଆଉ ଏବେ ସରକାର ଦେଇଛନ୍ତି ଏ ନେଇ ଏକ ବଡ ଅପଡେଟ l ଯଦି ଆପଣ ଜଣେ ରାସନ କାର୍ଡ ଧାରକ, ତେବେ ଏହି ଖବର ଆପଣଙ୍କୁ ନିଶ୍ଚୟ ଖୁସି କରିବ ବୋଲି ଆଶା  । ସରକାର ଏହି ମାସ ଅର୍ଥାତ ମେ ମାସରେ ଏକା ଥରକେ   ଦୁଇମାସ ପାଇଁ ରାସନ ବଣ୍ଟନ କରିବାକୁ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି । ସରକାରୀ ଦୋକାନରୁ ଦୁଇଟି ଭିନ୍ନ ତାରିଖରେ ଏହି ରାସନ ବଣ୍ଟନ କରାଯିବ ବୋଲି ସୂଚନା ଦିଆଯାଇଛି ଖାଉଟିଙ୍କୁ  । ସେହିପରି ହରିୟାଣା ସରକାରଙ୍କ ତରଫରୁ ଚିନି, ଗହମ ଏବଂ ଚାଉଳ ମେ ମାସରେ ଦୁଇଥର ପାଇଁ ରାଜ୍ୟର କାର୍ଡଧାରୀଙ୍କୁ ବଣ୍ଟନ କରିବେ ରାସନ  । ଏହି ରାସନ ଉଭୟ ଏପ୍ରିଲ ଏବଂ ମେ ମାସ ପାଇଁ ହେବ ।

ସରକାରଙ୍କ ଏହି ନିଷ୍ପତ୍ତି ଅନୁଯାୟୀ ଏପ୍ରିଲ ମାସ ରାସନ ଡିପୋଗୁଡିକ ମାଧ୍ୟମରେ ଏହି ରାସନ ବଣ୍ଟନ କରାଯାଉଛି । ଏହା ପରେ, ମେ’ର ରାସନ ବଣ୍ଟନ ପ୍ରାୟ ୨୦ ତାରୀଙ୍କର ବଣ୍ଟନ କରାଯିବ । କିଛି କାରଣକୁ ନେଇ ହରିୟାଣାରେ  ଜାନୁଆରୀର ରାସନ ଫେବୃଆରୀରେ, ଫେବୃଆରୀର ରାସନ ମାର୍ଚ୍ଚରେ ଓ ମାର୍ଚ୍ଚର ରାସନ ଏପ୍ରିଲରେ ବଣ୍ଟନ କରାଯାଇଥିବାର ନଜର ଆସିଥିଲା ।

ଆଉ ଏବେ ଏପ୍ରିଲର ରାସନ ମେ ମାସରେ ବଣ୍ଟନ କରାଯାଉଛି । ଏହା ସହିତ, ମେ ୨୦ ରେ ମେ ମାସ ପାଇଁ ରାସନ ବଣ୍ଟନ କରିବାର ଯୋଜନା ଅଛି । ଏହି ରାସନ ବଣ୍ଟନ ଜରିଆରେ ୩୧.୮୭ ଲକ୍ଷ କାର୍ଡଧାରୀ ଉପକୃତ ହେବେ l ତେବେ ହରିୟାଣାର ଖାଦ୍ୟ ଯୋଗାଣ ବିଭାଗ ମେ ମାସରେ ୩୧.୮୭ ଲକ୍ଷ କାର୍ଡଧାରୀଙ୍କୁ ରାସନ କାର୍ଡ ମାଧ୍ୟମରେ ଗହମ ଏବଂ ଚିନି ବଣ୍ଟନ କରିବେ ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)