Government Schemes

ଖାଦ୍ୟ ସୁରକ୍ଷା ଯୋଜନା: ୧୦୦୦ ଟଙ୍କା ସହ ମିଳିବ ଅନେକ ସୁବିଧା

ରାସନ ସହିତ ମିଳିବ ୧୦୦୦ ଟଙ୍କା l ଏ ନେଇ ଓଡ଼ିଶା ସରକାର କଣ କହିଲେ କ୍ୟାବିନେଟ ବୈଠକରେ .....

13 February, 2024 11:46 AM IST By: Tanushree Mahapatra

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗତକାଲି ବସିଥିବା କ୍ୟାବିନେଟ ବୈଠକରେ ୨୬ଟି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ୧୪ଟି ବିଭାଗର ୨୬ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି କ୍ୟାବିନେଟ ବିଭାଗ । ଜମି ସେଟେଲମେଣ୍ଟ ଆଇନରେ ସଂଶୋଧନ ସମ୍ପର୍କିତ ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବା ସୂଚନ ରହିଛି ।

ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରତି ହିତାଧିକାରୀଙ୍କ ପରିବାରକୁ ୧ ହଜାର ଲେଖାଏଁ ଟଙ୍କା ଓ ଦୁଇଟି ଝୋଟ ବ୍ୟାଗ ଦେବା ପ୍ରସ୍ତାବକୁ ମଧ୍ୟ ଗତକାଲି କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରାଯାଇଛି  । ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ କରିବାକୁ ମିଳିବ ସରକାରୀ ସହାୟତା । ଏଥିପାଇଁ ୯୫୯ ଦଶମିକ ୫ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କ୍ୟାବିନେଟରେ ଗତକାଲି ସୂଚନା ଦିଆଯାଇଛି । ୯୫. ୯୦ ଲକ୍ଷ ପରିବାରକୁ ମିଳିବ ଏହି ସହାୟତା ଯାହା ହିତାଧିକାରୀଙ୍କୁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିବ ।

ରାଜ୍ୟ କ୍ୟାବିନେଟରେ ଗତକାଲିର ଏହା ହେଉଛି ବଡ଼ ନିଷ୍ପତ୍ତି । ଏବେ ରାସନ କାର୍ଡ ହିତାଧିକାରୀଙ୍କୁ ମିଳିବ ରାସନ ସହିତ ୧୦୦୦ ଟଙ୍କା । ଖାଦ୍ୟ ସୁରକ୍ଷା ଯୋଜନା ହିତାଧିକାରୀଙ୍କୁ ମିଳିବ ୨ଟି ବ୍ୟାଗ ଏବଂ ଏକ ହଜାର ଟଙ୍କା ଆର୍ଥିକ ସହାୟତା ରାଶି । ଏଥିରେ ୯୫ ଲକ୍ଷ ୯୦ ହଜାର ହିତାଧିକାରୀ ଉପକୃତ ହେବେ ବୋଲି ସୁଚନା ରହିଛି । ୧୪ ଟି ବିଭାଗର ୨୭ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ଲାଗିଛି ଗତକାଲି  । ଏଥିସହ ଗ୍ରାମାଞ୍ଚଳ ଯୁବବର୍ଗଙ୍କ ପାଇଁ ନୂଆ ଯୋଜନା ‘ସ୍ୱୟଂ’କୁ ମଧ୍ୟ ଅନୁମୋଦନ ମିଳିଛି । ବ୍ୟବସାୟ ପାଇଁ ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିବ ଋଣ । ଯାହା ଶୁଝିବା ପାଇଁ ୪ ବର୍ଷ ପର୍ଯ୍ୟନ୍ତ ସମୟ ପ୍ରଦାନ କରାଯିବ l

୧୮ ରୁ ୩୫ ବର୍ଷ ମଧ୍ୟରେ ବୟସ ଥିବା ଯୁବକ ଏବଂ ଯୁବତୀଙ୍କ ପାଇଁ ଋଣ ବ୍ୟବସ୍ଥା ରହିଛି । ସହରରେ ଯୁବପିଢି ପାଇଁ ଯୁବ ଉଦ୍ୟୋଗୀ ସ୍ୱୟଂ ସହରୀ ଯୋଜନାକୁ ମଧ୍ୟ ଅନୁମୋଦନ ମିଳିଛି । ଗତକାଲି ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ମାରିଛନ୍ତି ଓଡ଼ିଶା ରାଜ୍ୟ ସରକାର । ୧୪ଟି ବିଭାଗର ୨୭ଟି ପ୍ରସ୍ତାବ ଉପରେ ମୋହର ମାରିଥିବା ଜଣାପଡିଛି ।

ଦେଶରେ ଅନେକ ରାସନ କାର୍ଡଧାରୀ ଅଛନ୍ତି , ଯେଉଁମାନେ ରାସନ କାର୍ଡ ତାଲିକାରେ ଏକ ନୂଆ ପରିବାର ସଦସ୍ୟଙ୍କ ନାମ ଅପଡେଟ୍ ମଧ୍ୟ କରିବାକୁ ଚାହାଁନ୍ତି l କାର୍ଡରେ ସେହି ସଦସ୍ୟାଙ୍କ ନାମ ଯୋଡିବା ପାଇଁ ଚାହୁଁଛନ୍ତି l ତେବେ ଏପରି ପରିସ୍ଥିତିରେ ଆଉ ବ୍ୟସ୍ତ ହୁଅନ୍ତୁ ନାହିଁ କାରଣ ଅନଲାଇନରେ ଆପଣ ଏହି କାମ ବସି ଘରେ କରିପାରିବେ । ଆପଣ ଅନଲାଇନ୍ ଏବଂ ଅଫଲାଇନ୍ ମାଧ୍ୟମରେ ରାସନ କାର୍ଡରେ ନୂଆ ନାମ ଯୋଡ଼ିପାରିବେ। ସମସ୍ତ ସରକାରୀ ଯୋଜନା ମଧ୍ୟରେ ମାଗଣା ରାସନ ଅନ୍ୟତମ ଯାହାଦ୍ୱାରା ଦେଶର ହଜାର ହଜାର ଗରିବ ଲୋକ ମାଗଣାରେ ଖାଦ୍ୟଶସ୍ୟ ପାଉଛନ୍ତି l ଗରିବ ଲୋକ ଯେଉଁମାନେ ଉଚିତ ହିତାଧିକାରୀ ତାଙ୍କୁ ସରକାର ମାଗଣା ରାସନ ଯୋଗାଇ ଦେଉଛନ୍ତି l ତାହା ମଧ୍ୟ ଖୁବ କମ ମୂଲ୍ୟରେ l ଏହି ମାଗଣା ରାସନ ରାସନ କାର୍ଡରେ ଓଡ଼ିଶା ସରକାର ପ୍ରଦାନ କରିବେ ୧୦୦୦ ଟଙ୍କା l

Big Update: ଏଣିକି PDS ଦୋକାନରୁ ଅନଲାଇନରେ ମିଳିବ ସାମଗ୍ରୀ

Online Ration card: ସାମିଲ କରନ୍ତୁ ଫ୍ୟାମିଲି ମେମ୍ବରଙ୍କ ନାମ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)