Government Schemes

PM Shramyogi Maandhan Yojana କୁ ନେଇ ବଡ଼ ଅପଡେଟ

ଶ୍ରମିକ ଠାରୁ ଆରମ୍ଭ କରି ଚାଷୀ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି ଦେଶରେ l

17 May, 2023 7:00 PM IST By: Tanushree Mahapatra

ଶ୍ରମିକ ଠାରୁ ଆରମ୍ଭ କରି ଚାଷୀ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି ଦେଶରେ l ଯାହାର ଫାଇଦା ସେମାନେ ଉଠାଇ ପାରୁଛନ୍ତି l ତେବେ କେନ୍ଦ୍ରର ଏକ ବଡ ଅପଡେଟ ସାମ୍ନାକୁ ଆସିଛି l  ତେବେ ଶ୍ରମିକ, କ୍ଷୁଦ୍ର ବ୍ୟବସାୟୀ ଏବଂ କୃଷକଙ୍କ ହିତ ଉଦ୍ଦେଶ୍ୟରେ ସରକାରଙ୍କ ପେନସନ ଯୋଜନା ମାନଧନ ଯୋଜନା ବର୍ତ୍ତମାନ ଶ୍ରମିକଙ୍କୁ ସହଯୋଗର ହାତ ବଢ଼ାଇଛି ।

ଏବେ କେବଳ ପଞ୍ଜୀକୃତ ବ୍ୟକ୍ତିଙ୍କ ସଂଖ୍ୟା ହ୍ରାସ ପାଇନାହିଁ ବରଂ ବଜେଟ୍ ବଣ୍ଟନ ସ୍ଥିର କିମ୍ବା ହ୍ରାସ ପାଇଥିବା ନଜର ଆସିଛି ।

ତେବେ ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା କୋଟି କୋଟି ଲୋକଙ୍କ ଅର୍ଥନୀତିରେ ସରକାର ୨୦୧୯ ଓ ୨୦୨୦ ପାଇଁ ମଧ୍ୟବର୍ତ୍ତୀ ବଜେଟରେ ମାନଧନ ଯୋଜନା ଆରମ୍ଭ କରାଯାଇଥିଲା । ଏଜି ଶ୍ରମିକମାନଙ୍କ ପାଇଁ ଏକ ପେନସନ୍ କାର୍ଯ୍ୟକ୍ରମ ଯଥା ଶ୍ରମ ଯୋଗୀ ମହାଜନ ଯୋଜନା ହେଉଛି ସରକାରଙ୍କ ଏକ ପ୍ରମୁଖ କଲ୍ୟାଣକାରୀ ଯୋଜନା  l ଏହି ପେନସନ ସ୍କିମ୍ ସେମାନଙ୍କୁ ୬୦ବର୍ଷ ବୟସରୁ ୩ ହଜାର ଟଙ୍କା ପର୍ଯ୍ୟନ୍ତ ମାସିକ ପେନସନ ଗ୍ୟାରେଣ୍ଟି ଦବାରେ ସାହାଯ୍ୟ କରୁଛି ।

ସେହିପରି ବଜେଟ୍ ପ୍ରସ୍ତାବ ଅନୁଯାୟୀ, ଏହି ପେନସନ ଯୋଜନା ଅନୁଯାୟୀ ୨୯ ବର୍ଷ ବୟସ୍କା କର୍ମଚାରୀଙ୍କୁ ୬୦ ବର୍ଷ ବୟସ ପର୍ଯ୍ୟନ୍ତ ମାସିକ ମାତ୍ର ୧୦୦ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡିବ । ଅନ୍ୟପକ୍ଷରେ, ଏହି ଯୋଜନାରେ ନିଜକୁ ସାମିଲ କରିବା ପାଇଁ ଜଣେ ୧୮ ବର୍ଷ ବୟସ୍କ ଶ୍ରମିକଙ୍କୁ ମାସକୁ ମାତ୍ର ୫୫ ଟଙ୍କା ଦେବାକୁ ପଡିବ । ସରକାର କର୍ମଚାରୀଙ୍କ ପେନସନ ଆକାଉଣ୍ଟରେ ଏହି ଟଙ୍କାକୁ ପ୍ରତିମାସରେ ସମାନ ପରିମାଣର ଜମା କରିବେ । ମାର୍ଚ୍ଚ ୩୧, ୨୦୨୦ ସୁଦ୍ଧା ୪୩ ଲକ୍ଷରୁ ଅଧିକକର୍ମଚାରୀ ଏହି ଯୋଜନା ଅଧୀନରେ ପଞ୍ଜୀକୃତ ହୋଇଥିବାର ସୂଚନା ରହିଥିଲା  । ସେହିପରି ୨୦୨୦-୨୧ ଆର୍ଥିକ ବର୍ଷରେ କେବଳ ୧ଲକ୍ଷରୁ ଊର୍ଧ୍ଵ ଶ୍ରମିକ ପଞ୍ଜୀକୃତ ହୋଇଥିଲେ ଏବଂ ଏହା ମୋଟ ପଞ୍ଜୀକୃତ ଶ୍ରମିକ ସଂଖ୍ୟାକୁ ୪୪ଲକ୍ଷକୁ ବୃଦ୍ଧି କରିଥିଲା ।

ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟର ଡ୍ୟାସବୋର୍ଡ ଅନୁଯାୟୀ, ଜାନୁଆରୀ ୨୦୨୩ରେ ୫୬ଲକ୍ଷ ରୁ ଅଧିକରେ ପହଞ୍ଚିବା ପରେ ପଞ୍ଜୀକୃତ ଶ୍ରମିକଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇଲା । ୨୦୧୯-୨୦ ଆର୍ଥିକ ବର୍ଷର ମଧ୍ୟବର୍ତ୍ତୀ ବଜେଟରେ ପାଞ୍ଚ ବର୍ଷ ମଧ୍ୟରେ ଅଣସଂଗଠିତ କ୍ଷେତ୍ରର ପ୍ରାୟ ୧୦ କୋଟି କର୍ମଚାରୀ ଏହି ପେନସନ ଯୋଜନାରେ ସାମିଲ ହେବେ ବୋଲି ଆଶା କରାଯାଉଥିଲା । ଏହା କ୍ଷୁଦ୍ର ଏବଂ ସୀମାବଦ୍ଧ କୃଷକମାନଙ୍କ ପାଇଁ ଆରମ୍ଭ ହୋଇଥିଲା ।

ଶ୍ରମ ମନ୍ତ୍ରଣାଳୟର ୱେବସାଇଟ୍ ଅନୁଯାୟୀ, ଏପ୍ରିଲ୍ ୩୦, ୨୦୨୩ ମସିହା ସୁଦ୍ଧା କର୍ମଯୋଗୀ ମାନଧନ ଯୋଜନାରେ କ୍ଷୁଦ୍ର ବ୍ୟବସାୟୀ ଓ ଦୋକାନୀ ଯୋଗ ଦେଇଥିଲେ । ଏଥି ସହିତ ପ୍ରଧାନମନ୍ତ୍ରୀ କିସାନ ମାନଧନ ଯୋଜନା ଅଧୀନରେ ମଧ୍ୟ ଚାଷୀଙ୍କୁ ସଂଯୋଗ କରାଯାଇଥିଲା ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)