Government Schemes

ଏହି ସବୁ ସରକାରୀ ଯୋଜନା ବଢ଼ାଇଥାଏ ଚାଷୀଙ୍କ ଆୟ...

ସରକାରଙ୍କ ଦ୍ୱାରା ଅନେକ ଯୁଗାନ୍ତକାରୀ ଯୋଜନା ମାନ କାର୍ଯ୍ୟକାରୀ ହୋଇଛି । କିନ୍ତୁ ସେହି ସବୁ ଯୋଜନାମାନଙ୍କ ମଧ୍ୟରୁ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ କିସାନ ସାମ୍ମାନ ନିଧି ଯୋଜନା, ପ୍ରଧାନମନ୍ତ୍ରୀ ଫସଲ ବିମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ କୁସୁମ ଯୋଜନା, ରାଜ୍ୟ ସରକାରଙ୍କ କାଳିଆ ଯୋଜନା, ବଳରାମ ଯୋଜନା ଆଦି ଅନ୍ୟତମ ।

30 May, 2023 8:00 AM IST By: Priyambada Rana

କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ଚାଷୀଙ୍କ ଆୟକୁ ବୃଦ୍ଧି କରିବା ପାଇଁ ପ୍ରୟାସ ଚଳାଇଛନ୍ତି । ଉଭୟ ସରକାର ଚାଷୀଙ୍କ ଆୟକୁ ଦୃଷ୍ଟିରେ ରଖି ନିଜ ନିଜ ସ୍ତରରେ ଯୋଜନାମାନ ପ୍ରଣୟନ କରୁଛନ୍ତି। ଏହି ଯୋଜନା ମାଧ୍ୟମରେ ଚାଷୀଙ୍କୁ ବମ୍ପର ସବସିଡି ଦିଆଯାଉଛି। ବିଶେଷ କଥା ହେଉଛି ଏହି ଯୋଜନାଗୁଡିକରୁ କୃଷକମାନେ ଅନେକ ମାତ୍ରାରେ ଉପକୃତ ମଧ୍ୟ ହେଉଛନ୍ତି। ସରକାରୀ ଯୋଜନା ମାଧ୍ୟମରେ ପୂର୍ବପେକ୍ଷା ଅନେକ ଚାଷୀଙ୍କ ଆୟ ବୃଦ୍ଧି ପାଇଛି ।

କେନ୍ଦ୍ର ସରକାରଙ୍କ ଦ୍ୱାରା ଅନେକ ଯୁଗାନ୍ତକାରୀ ଯୋଜନା ମାନ କାର୍ଯ୍ୟକାରୀ ହୋଇଛି । କିନ୍ତୁ ସେହି ସବୁ ଯୋଜନାମାନଙ୍କ ମଧ୍ୟରୁ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ କିସାନ ସାମ୍ମାନ ନିଧି ଯୋଜନା, ପ୍ରଧାନମନ୍ତ୍ରୀ ଫସଲ ବିମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ କୁସୁମ ଯୋଜନା, ରାଜ୍ୟ ସରକାରଙ୍କ କାଳିଆ ଯୋଜନା, ବଳରାମ ଯୋଜନା ଆଦି ଅନ୍ୟତମ ।ଏଥିସହିତ ହରିୟାଣା ସରକାରଙ୍କ ଦ୍ୱାରା ପଶୁ କୃଷକ କ୍ରେଡିଟ୍ କାର୍ଡ ଯୋଜନା ଏବଂ ବିହାର ସରକାରଙ୍କ ଦ୍ୱାରା ମୁଖ୍ୟ ଉଦ୍ୟାନ କୃଷି ମିଶନ ଯୋଜନା ଚାଲିଛି। ଏହି ଯୋଜନା ମାଧ୍ୟମରେ କୃଷକମାନଙ୍କୁ ସବସିଡି ରାଶି ଦିଆଯାଉଛି, ଯାହାଫଳରେ କୃଷକ ଭାଇମାନେ କୃଷି କ୍ଷେତ୍ରରେ ଉନ୍ନତି କରିପାରିବେ । କରିପାରିବେ ତେବେ ଏହି ଯୋଜନାଗୁଡ଼ିକ ବିଷୟରେ ଜାଣିବା...

ପ୍ରଧାନମନ୍ତ୍ରୀ କିସାନ୍ ସାମ୍ମାନ ନିଧି ଯୋଜନା: ପ୍ରଧାନମନ୍ତ୍ରୀ କିସାନ ସାମ୍ମାନ ନିଧି ଯୋଜନା ପିଏମ୍ କିସାନ୍ ଯୋଜନା ଭାବରେ ଜଣାଶୁଣା । ଏହା କେନ୍ଦ୍ର ସରକାରଙ୍କ ଯୋଜନା ।ମାର୍ଜିତ ଏବଂ କ୍ଷୁଦ୍ର ଚାଷୀଙ୍କ ଆୟ ବୃଦ୍ଧି ପାଇଁ କେନ୍ଦ୍ର ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି ।ଏହା ଯୋଜନା ଅଧୀନରେ କୃଷକମାନଙ୍କୁ ଏକ ବର୍ଷରେ ଆର୍ଥିକ ସହାୟତା ଭାବରେ ୬୦୦୦ଟଙ୍କା ଦିଆଯାଇଥାଏ । ବିଶେଷ କଥା ହେଉଛି ଏହି ଟଙ୍କା ତିନିଟି ସମାନ କିସ୍ତିରେ ଦିଆଯାଇଥାଏ । ସମ୍ପୁର୍ଣ୍ଣ ରାଶି ସିଧାସଳଖ କୃଷକଙ୍କ ଆକାଉଣ୍ଟରେ ପଠାଇଥାନ୍ତି କେନ୍ଦ୍ର ସରକାର ।ଅଦ୍ୟାବଧି ସରକାର ପିଏମ କିସାନ ଯୋଜନାର ୧୩ଟି କିସ୍ତି ପ୍ରଦାନ କରିଛନ୍ତି। ବର୍ତ୍ତମାନ କୃଷକମାନେ ୧୪ତମ କିସ୍ତି ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ୨୭ ଫେବୃଆରୀରେ ୧୩ ତମ କିସ୍ତି ପାଇଁ ପିଏମ ମୋଦୀ ୧୬ ହଜାର କୋଟିରୁ ଅଧିକ ଟଙ୍କା ପ୍ରଦାନ କରିଛନ୍ତି ।ଏପର୍ଯ୍ୟନ୍ତ ଦେଶର ୧୩ କୋଟି କୃଷକ ୧୩ତମ କିସ୍ତିର ଲାଭ ଉଠାଇଛନ୍ତି ।

ପ୍ରଧାନମନ୍ତ୍ରୀ ଫସଲ ବିମା ଯୋଜନା: କେନ୍ଦ୍ର ସରକାର ୨୦୧୬ମସିହାରେ ପ୍ରଧାନମନ୍ତ୍ରୀ ଫସଲ ବିମା ଯୋଜନା ପ୍ରଣୟନ କରିଥିଲେ। ଏହି ଯୋଜନା ଅଧୀନରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଫସଲ ନଷ୍ଟ ହେଲେ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଇଥାଏ । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅନୁଯାୟୀ ଦେଶରେ ମୋଟ ୩୭.୫୯ କୋଟି ଚାଷୀ ପଞ୍ଜୀକୃତ ହୋଇଛନ୍ତି। ବିଶେଷ କଥା ହେଉଛି ୭ବର୍ଷ ମଧ୍ୟରେ ୧୧.୬୮ କୋଟି କୃଷକ ଫସଲ କ୍ଷୟକ୍ଷତି ପାଇଁ ଆବେଦନ କରିଛନ୍ତି। ଏହା ବଦଳରେ ଚାଷୀଙ୍କୁ ୧.୩ ଲକ୍ଷ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି।

କାଳିଆ ଯୋଜନା: କୃଷକଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା କାଳିଆ ଯୋଜନା ପ୍ରଣୟନ କରିଛନ୍ତି ।ଏହା ଏକ ଦୁରଦୃଷ୍ଟି ସମ୍ପନ୍ନ ଯୋଜନା । ଏହି ଯୋଜନା ମାଧ୍ୟମରେ ୧୦,୦୦୦ କୋଟିରୁ ଊର୍ଦ୍ଧ୍ଵ ରାଶି ବିନିଯୋଗ କରାଯାଇ ରାଜ୍ୟର ଅସମର୍ଥ କୃଷକ ପରିବାର, ଭୂମିହୀନ ଚାଷୀ ଏବଂ ନାମମାତ୍ର ଚାଷୀଙ୍କ ଆକାଉଣ୍ଟକୁ ସରକାର ଟଙ୍କା ପଠାଇଥାନ୍ତି । ‘କାଳିଆ ’ ଯୋଜନା ମାଧ୍ୟମରେ ରାଜ୍ୟ ସରକାର ୯୨ ପ୍ରତିଶତ ଚାଷୀ ଏବଂ ପ୍ରାୟ ସମସ୍ତ ଅଭାବଗ୍ରସ୍ତ ଭୂମିହୀନ ଚାଷୀ ମାନଙ୍କୁ ପରିସରଭୁକ୍ତ କରିବା ପାଇଁ ବ୍ୟବସ୍ତା କରିଛନ୍ତି ।

ପଶୁ କିସାନ୍ କ୍ରେଡିଟ୍ କାର୍ଡ ଯୋଜନା: ଏହି ଯୋଜନା ହରିୟାଣାରେ ବିଜେପି ସରକାର ଦ୍ୱାରା ପରିଚାଳିତ ହେଉଛି। ଏହି ଯୋଜନା ଅଧୀନରେ କୃଷକମାନଙ୍କୁ ବହୁତ କମ୍ ସୁଧରେ ଋଣ ଦିଆଯାଇଥାଏ, ଯାହାଫଳରେ ସେମାନେ ପଶୁପାଳନ ବ୍ୟବସାୟ ଆରମ୍ଭ କରିପାରିବେ ।କୃଷକ ଭାଇ ପଶୁ କିସାନ କ୍ରେଡିଟ କାର୍ଡ ଜରିଆରେ ସର୍ବନିମ୍ନ ୬୦ ହଜାର ଟଙ୍କାରୁ ଆରମ୍ଭ କରି ସର୍ବାଧିକ ୩ଲକ୍ଷ ଟଙ୍କା ଉଠାଇପାରିବେ । ବର୍ତ୍ତମାନ ହରିୟାଣା ସରକାର ମଇଁସି ପାଳନ ପାଇଁ ୬୦,୨୪୯ ଟଙ୍କା, ମେଣ୍ଢା ଓ ଛେଳି ପାଳିବା ପାଇଁ ୪,୦୬୩ ଟଙ୍କା ଏବଂ ପଶୁ କିସାନ କ୍ରେଡିଟ କାର୍ଡରେ ଘୁଷୁରି ପାଳନ ପାଇଁ ୧୬,୩୨୭ ଟଙ୍କା ଋଣ ପ୍ରଦାନ କରୁଛନ୍ତି।

ମୁଖ୍ୟମନ୍ତ୍ରୀ ଉଦ୍ୟାନ କୃଷି ମିଶନ ଯୋଜନା: ବିହାର ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ଅଧିନରେ ବିଭିନ୍ନ ପ୍ରକାରର ଫଳ ଓ ପନିପରିବା ଚାଷ କରୁଥିବା ଚାଷୀଙ୍କୁ ବମ୍ପର ସବସିଡି ଦିଆଯାଇଥାଏ । ଏହି ଯୋଜନାର ଲାଭ ଉଠାଇବାକୁ କୃଷକମାନଙ୍କୁ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟର ୱେବସାଇଟ୍ ପରିଦର୍ଶନ କରି ଆବେଦନ କରିବାକୁ ପଡିବ।

ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନା ୧୪ତମ କିସ୍ତିର ତାରିଖ ଘୋଷଣା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)