Government Schemes

Pradhan Mantri Awas Yojana: ୩ କୋଟି ଘରକୁ ମିଳିଲା ଅନୁମୋଦନ

୩ କୋଟି ଗ୍ରାମୀଣ ଓ ସହରାଞ୍ଚଳ ଗୃହ ନିର୍ମାଣ ପାଇଁ ସହାୟତା ପ୍ରଦାନ କରିବେ କେନ୍ଦ୍ର ସରକାର । କେନ୍ଦ୍ର କ୍ୟାବିନେଟ ଏ ସଂକ୍ରାନ୍ତ ପ୍ରସ୍ତାବକୁ ଅନୁମୋଦନ କରିଛି।

11 June, 2024 11:47 AM IST By: Tanushree Mahapatra

ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମଏୱାଇ) ଅଧୀନରେ ୩ କୋଟି ଗ୍ରାମୀଣ ଓ ସହରାଞ୍ଚଳ ଗୃହ ନିର୍ମାଣ ପାଇଁ ସହାୟତା ପ୍ରଦାନ କରିବେ ସରକାର l ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମଏୱାଇ) ଅଧୀନରେ ୩ କୋଟି ଗ୍ରାମୀଣ ଓ ସହରାଞ୍ଚଳ ଗୃହ ନିର୍ମାଣ ପାଇଁ ସହାୟତା ପ୍ରଦାନ କରିବେ କେନ୍ଦ୍ର ସରକାର । ଆଜି କେନ୍ଦ୍ର କ୍ୟାବିନେଟ ଏ ସଂକ୍ରାନ୍ତ ପ୍ରସ୍ତାବକୁ ଅନୁମୋଦନ କରିଛି।

ଯୋଗ୍ୟ ଗ୍ରାମୀଣ ଓ ସହରାଞ୍ଚଳ ପରିବାରକୁ ମୌଳିକ ସୁବିଧା ସହ ଗୃହ ନିର୍ମାଣ ପାଇଁ ସହାୟତା ପ୍ରଦାନ କରିବା ଲାଗି ଭାରତ ସରକାର ୨୦୧୫-୧୬ରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରୀ କରି ଆସୁଛନ୍ତି। ପିଏମଏୱାଇ ଅଧୀନରେ, ଗତ ୧୦ ବର୍ଷ ମଧ୍ୟରେ ଆବାସ ଯୋଜନା ଅନ୍ତର୍ଗତ ଯୋଗ୍ୟ ଗରିବ ପରିବାର ପାଇଁ ମୋଟ ୪ କୋଟି ୨୧ ଲକ୍ଷ ଘର ସମ୍ପୂର୍ଣ୍ଣ ହୋଇଛି ।

ପିଏମଏୱାଇ ଅଧୀନରେ ନିର୍ମିତ ସମସ୍ତ ଘରକୁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ଯୋଜନା ସହିତ ସମନ୍ୱୟ ମାଧ୍ୟମରେ ଘରୋଇ ଶୌଚାଳୟ, ଏଲପିଜି ସଂଯୋଗ, ବିଦ୍ୟୁତ୍‌ ସଂଯୋଗ, କାର୍ଯ୍ୟକ୍ଷମ ଘରୋଇ ଟ୍ୟାପ୍ ସଂଯୋଗ ଇତ୍ୟାଦି ମୌଳିକ ସୁବିଧା ଯୋଗାଇ ଦିଆଯାଇଥାଏ।

ଯୋଗ୍ୟ ପରିବାର ସଂଖ୍ୟା ବୃଦ୍ଧି କାରଣରୁ ସୃଷ୍ଟି ହୋଇଥିବା ଗୃହ ଆବଶ୍ୟକତା ପୂରଣ କରିବା ପାଇଁ ୩ କୋଟି ଅତିରିକ୍ତ ଗ୍ରାମୀଣ ଓ ସହରାଞ୍ଚଳ ପରିବାରକୁ ଘର ନିର୍ମାଣ ପାଇଁ ସହାୟତା ପ୍ରଦାନ କରିବାକୁ ଆଜିର କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନିଆଯାଇଛି।

PM Awas Yojana ପାଇଁ ଯୋଗ୍ୟତା :-

-ଆବେଦନକାରୀଙ୍କ ବୟସ ୧୮ ବର୍ଷ କିମ୍ବା ଏହାଠାରୁ ଅଧିକ ହେବା ବାଧ୍ୟତାମୂଳକ ଅଟେ l

-ବାର୍ଷିକ ଆୟ ୧୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପରିବାର ପାଇଁ ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା ଉପଲବ୍ଧ l

-ଯଦି ପରିବାରର କେହି ସରକାରୀ ଚାକିରି କରନ୍ତି ତେବେ ସେ ମଧ୍ୟ ଏହି ଯୋଜନାର ଲାଭ ପାଇବେ ନାହିଁ l

-EWS ସହିତ ଜଡିତ ଲୋକଙ୍କ ବାର୍ଷିକ ଆୟ ୩ ଲକ୍ଷରୁ କମ୍ ହେବା ଉଚିତ୍ l

PMAY ସ୍କିମ୍ ପାଇଁ ଡକ୍ୟୁମେଣ୍ଟ୍ ଆବଶ୍ୟକ :-

-ପରିଚୟ ପତ୍ର

-ଠିକଣା ପ୍ରମାଣ

-ଆୟ ପ୍ରମାଣ

-ସମ୍ପତ୍ତି ଡକ୍ୟୁମେଣ୍ଟ୍

PM Awas Yojana ପାଇଁ କିପରି ଆବେଦନ କରିବେ :-

PMAY ସ୍କିମ୍ ପାଇଁ ଆବେଦନ ଦୁଇଟି ଉପାୟରେ କରାଯାଇପାରିବ ଯେପରିକି ଅନଲାଇନ୍ ଏବଂ ଅଫଲାଇନ୍ l ଅଫଲାଇନରେ ଆବେଦନ କରିବାକୁ, ଆପଣଙ୍କୁ ନିକଟତମ ସାଧାରଣ ସେବା କେନ୍ଦ୍ର (CSC) କୁ ଯିବାକୁ ପଡିବ l ଏଥି ସହିତ, ଆପଣ ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା http://pmayg.nic.in/ ର ଅଫିସିଆଲ୍ ପୋର୍ଟାଲ୍ ମାଧ୍ୟମରେ ଅନଲାଇନରେ ଆବେଦନ କରିପାରିବେ l

ଅଧିକ ପଢ଼ନ୍ତୁ

HEAVY RAIN: ଏହି ସ୍ଥାନରେ ପ୍ରବଳ ବର୍ଷା

ପ୍ରଥମ ଫାଇଲ ଦସ୍ତଖତ କଲେ ପ୍ରଧାନମନ୍ତ୍ରୀ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)