Government Schemes

ମହିଳା ସମ୍ମାନ ସଞ୍ଚୟ ଯୋଜନାରେ ବଡ଼ ଅପଡେଟ

ମହିଳାଙ୍କ ପାଇଁ ଅନେକ ଯୋଜନା ପ୍ରଣୟନ କରାଯାଉଛି ଦେଶ ତଥା ରାଜ୍ୟରେ l ଯାହାଦ୍ୱାରା ମହିଳା ଆର୍ଥିକ ସ୍ଥିତିରେ ମଜବୁତ ହୋଇପାରୁଛନ୍ତି l ସେହିପରି କେନ୍ଦ୍ର ସରକାର ମହିଳାମାନଙ୍କୁ ଉପହାର ଦେଇ ମହିଳା ସମ୍ମାନ ଯୋଜନା ସଞ୍ଚୟ ପତ୍ର ନାମକ ଏକ ଯୋଜନା ପ୍ରଣୟନ କରିଥିଲେ ।

09 August, 2023 9:00 AM IST By: Tanushree Mahapatra

ମହିଳାଙ୍କ ପାଇଁ ଅନେକ ଯୋଜନା ପ୍ରଣୟନ କରାଯାଉଛି ଦେଶ ତଥା ରାଜ୍ୟରେ l ଯାହାଦ୍ୱାରା ମହିଳା ଆର୍ଥିକ ସ୍ଥିତିରେ ମଜବୁତ ହୋଇପାରୁଛନ୍ତି l ସେହିପରି କେନ୍ଦ୍ର ସରକାର ମହିଳାମାନଙ୍କୁ ଉପହାର ଦେଇ ମହିଳା ସମ୍ମାନ ଯୋଜନା ସଞ୍ଚୟ ପତ୍ର ନାମକ ଏକ ଯୋଜନା ପ୍ରଣୟନ କରିଥିଲେ । ଯାହା ମହିଳାଙ୍କୁ ଟଙ୍କା ସଂଚୟ ରଖିବାରେ ସାହାଯ୍ୟ କରୁଛି l ତେବେ ଏହି ଯୋଜନାକୁ ଦେଶରେ ସବୁ ଡାକଘରେ ଆରମ୍ଭ କରାଯାଇଛି ଖାସ ମହିଳାଙ୍କ ପାଇଁ  । 

ଏହା ଡାକ ବିଭାଗ ଦ୍ଵାରା ନୂଆ ଏକ ସଞ୍ଚୟ ଯୋଜନା ମଧ୍ୟ କୁହା ଯାଇପାରେ । ଏହି ଯୋଜନା ମାଧ୍ୟମରେ ଆପଣ ଆସନ୍ତା ୨ ବର୍ଷ ପାଇଁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟଙ୍କା ରଖି ପାରିବେ । ଏହି ଯୋଜନାରେ ମହିଳାମାନେ ୧୦୦୦ ଟଙ୍କାରୁ ଜମା ଆରମ୍ଭ କରିପାରିବେ । ଏହି ଟଙ୍କା ୨ ବର୍ଷ ଡିପୋଜିଟ ପରେ ଆପଣ ସୁଧ ସହ ମୂଳ ଟଙ୍କା ମଧ୍ୟ ପାଇ ପାରିବେ । ଖୁସିର କଥା ଏହା ଯେ, ଏହା ଅଧୀନରେ ମହିଳା ପ୍ରାୟ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନିଯୋଗ କରିପାରିବେ । ଏହା ସହିତ, ଏହି ଯୋଜନା ଅଧୀନରେ ଦିଆଯାଇଥିବା ସୁଧ ହାର ବାର୍ଷିକ ୭.୫ ପ୍ରତିଶତ ଅଟେ l ଯାହା ତିନି ମାସ ମଧ୍ୟରେ ଦିଆଯାଏ । ଏହା ବ୍ୟତୀତ ପରିପକ୍ୱତା ଅବଧି ମଧ୍ୟ ୨ ବର୍ଷ ପାଇଁ ସ୍ଥିର କରାଯାଇଛି । ବର୍ତ୍ତମାନ ମହିଳାଙ୍କ ପାଇଁ ଏହି ଯୋଜନା ବିଷୟରେ ଏକ ନୂତନ ସୂଚନା ଆସିଛି । 

ମହିଳା ସମ୍ମାନ ସଞ୍ଚୟ ପ୍ରମାଣପତ୍ର ଯୋଜନା  ଅନୁଯାୟୀ ଏପର୍ଯ୍ୟନ୍ତ ପ୍ରାୟ ୮,୬୩୦ କୋଟି ଟଙ୍କା ଜମା କରାଯାଇଛି । ଏହି ଯୋଜନା ଅଧୀନରେ ମୋଟ ୧୪,୮୩,୯୮୦ ଖାତା ମଧ୍ୟ ଖୋଲାଯାଇଛି । ଏହାର ଅର୍ଥ ହେଉଛି ଯେ, ମହିଳାମାନେ ଏହି ଯୋଜନାରେ ଅଧିକରୁ ଅଧିକ ଟଙ୍କା ବିନିଯୋଗ କରୁଛନ୍ତି । ତେବେ ଏହି ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟରେ ମହିଳା ସାମ୍ମାନ ଯୋଜନା ସଞ୍ଚୟ ପ୍ରମାଣପତ୍ର ଯୋଜନା ଘୋଷଣା କରାଯାଇଥିଲା ଅର୍ଥମନ୍ତ୍ରୀଙ୍କ ଦ୍ୱାରା । ବାଳିକା ସମେତ ଯେକୌଣସି ବୟସର ମହିଳାମାନେ ଦୁଇ ବର୍ଷ କାର୍ଯ୍ୟକାଳ ପର୍ଯ୍ୟନ୍ତ ସର୍ବନିମ୍ନ ୧୦୦୦ ଟଙ୍କା ଏବଂ ସର୍ବାଧିକ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା କରିପାରିବେ।

କେନ୍ଦ୍ର ସରକାର ଏହି ଯୋଜନା ଚଳାଇବା ପାଇଁ ଡାକଘର,ସମସ୍ତ ସରକାରୀ କ୍ଷେତ୍ର ବ୍ୟାଙ୍କ ଏବଂ ଚାରିଟି ଘରୋଇ କ୍ଷେତ୍ର ବ୍ୟାଙ୍କ ପଞ୍ଜିକରଣ କରିଛନ୍ତି ଖାସ ମହିଳାଙ୍କ ଏହି ଯୋଜନା ଦ୍ୱାରା ସେମାନଙ୍କୁ ସାହାଯ୍ୟ କରିବା ପାଇଁ । ତେବେ ଅଧିକାଂଶ ବ୍ୟାଙ୍କ ଅନଲାଇନ୍ ବ୍ୟାଙ୍କିଙ୍ଗ୍ ମାଧ୍ୟମରେ ଏପର୍ଯ୍ୟନ୍ତ ଏହି ଯୋଜନା ପ୍ରଦାନ କରିପାରୁ ନାହାନ୍ତି । ତେବେ ଏହି ଆକାଉଣ୍ଟ କେବଳ ଅଫଲାଇନରେ ହିଁ ଖୋଲାଯାଇପାରିବ । କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ଏଥିପାଇଁ ତଥ୍ୟ ଦର୍ଶାଇଛି ଯେ, ଏହି ଯୋଜନା ଅନ୍ତର୍ଗତ ଖୋଲାଯାଇଥିବା ଆକାଉଣ୍ଟରେ ସମସ୍ତ ରାଜ୍ୟ ମଧ୍ୟରେ ମହାରାଷ୍ଟ୍ର ଶୀର୍ଷରେ ରହିଛି ।

ମହାରାଷ୍ଟ୍ରରେ ୨୯୬,୭୭୧ ମହିଳା ୧,୫୬୦ କୋଟି ଟଙ୍କା ଜମା କରିଥିବା ସୂଚନା ରହିଛି । ୯୭୭ କୋଟି ଟଙ୍କା ଜମା ସହିତ ଖୋଲାଯାଇଥିବା ୨୫୫,୧୨୫ ଆକାଉଣ୍ଟ ସହିତ ତାମିଲନାଡୁ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଏହି ଯୋଜନାରେ କର୍ଣ୍ଣାଟକ ୧୦୫,୧୩୪ ଆକାଉଣ୍ଟ ସହିତ ତୃତୀୟ ସ୍ଥାନରେ ରହିଛି  । ଏଥିରେ, ୨୦୨୪ ଆର୍ଥିକ ବର୍ଷରେ ଏପର୍ଯ୍ୟନ୍ତ ପ୍ରାୟତଃ ୬୩୯ କୋଟି ଟଙ୍କା ଜମା ରେକର୍ଡ କରାଯାଇଛି ସରକାରଙ୍କ ଆକଳନ ଅନୁଯାୟୀ । ଏଥି ସହିତ, ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା ଅଧୀନରେ ମଧ୍ୟ ସଂଗ୍ରହ ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ ପ୍ରାୟ ୧୭୬ ପ୍ରତିଶତ ବୃଦ୍ଧି ହୋଇ ୫୫,୦୦୦ କୋଟି ଟଙ୍କାରେ ପହଞ୍ଚିଛି। ଏହାର ଆର୍ଥିକ ଅଭାବକୁ ପୂରଣ କରିବା ପାଇଁ କେନ୍ଦ୍ର NSSF ଉପରେ ନିଜର ନିର୍ଭରଶୀଳତା ବୃଦ୍ଧି କରିଛି  । ଆର୍ଥିକ ବର୍ଷ ୨୦୨୩ ରେ ୩.୯୬ ଟ୍ରିଲିୟନରୁ ଆର୍ଥିକ ବର୍ଷ ୨୪ ରେ ୪.୭୧ ଟ୍ରିଲିୟନକୁ ବୃଦ୍ଧି କରିବାକୁ ସରକାର ବଜେଟ ମଧ୍ୟ କରିଛନ୍ତି ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)