Government Schemes

GOVT SCHEME: ଚାଷୀଙ୍କୁ ସରକାର ଦେବେ ୨୫୦୦୦ !

ଅସମୟ ବର୍ଷା ବା ଖରାପ ପାଗ ଚାଷୀଙ୍କ କ୍ଷତି କରିଥାଏ । କିନ୍ତୁ ଏଥିପାଇଁ ଚିନ୍ତା କରିବା ଆବଶ୍ୟକତା ନାହିଁ । ଏହି ଯୋଜନା ପାଇବାକୁ ଅନ୍‌ଲାଇନ୍‌ରେ ଆବେଦନ କରିବେ ଚାଷୀ ।

03 October, 2024 12:03 PM IST By: Tanushree Mahapatra

ଦେଶର ଅର୍ଥନୀତିରେ ମୁଖ୍ୟ ଭୂମିକାରେ ରହିଛନ୍ତି ଦେଶର ଚାଷୀ । ସେହି ଚାଷୀଙ୍କ ଚାଷ କାମକୁ ଆହୁରି ଅଧିକ ମଜବୁତ କରିବାକୁ ସରକାର ଚେଷ୍ଟା ଜାରି ରଖିଛନ୍ତି l ରାଜ୍ୟ ଠାରୁ ଆରମ୍ଭ କରି କେନ୍ଦ୍ର ସରକାର ପର୍ଯ୍ୟନ୍ତ ବିଭିନ୍ନ ସରକାରୀ ଯୋଜନା ପ୍ରଚଳନ କରାଯାଉଛି ଚାଷୀଙ୍କ ପାଇଁ l ଚାଷୀଙ୍କ ସ୍ବାର୍ଥକୁ ସବୁବେଳେ ଅଗ୍ରାଧିକାର ଦିଆଯାଉଛି ।

ଅନେକ ଯୋଜନା ମଧ୍ୟ କାର୍ଯ୍ୟକାରୀ କରାଯାଉଛି ଚାଷୀଙ୍କ ପାଇଁ । ଚାଷୀଙ୍କୁ ଅନେକ ଲାଭ ମଧ୍ୟ ମିଳୁଛି । କେନ୍ଦ୍ରୀୟ ଯୋଜନାଗୁଡ଼ିକ ଅନେକ ଲାଭ ହେଉଛି । ଏହି କ୍ରମରେ ରାଜ୍ୟ ସରକାର ମଧ୍ୟ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଏ ସମସ୍ତ ଯୋଜନା ସମ୍ପର୍କରେ ଚାଷୀମାନେ ନିହାତି ଜାଣିବା ଜରୁରୀ ।

ଏଥର ଚାଷୀଙ୍କୁ ୨୫୦୦୦ ଟଙ୍କା ପର୍ଯ୍ୟନ୍ତ ସହୟତା ରାଶି ପ୍ରଦାନ କରାଯାଉଛି । ଏହି ଯୋଜନାରେ ହିତାଧିକାରୀ ହୋଇଥିଲେ ଫସଲ କ୍ଷତି ପାଇଁ ଡରିବାର ନାହିଁ । କାରଣ ଏହି ଚାଷୀଙ୍କ ଫସଲ କ୍ଷତି ଭରଣା ଏଥର କରିବେ ସରକାର । ଅସମୟ ବର୍ଷା ବା ଖରାପ ପାଗ ଚାଷୀଙ୍କ କ୍ଷତି କରିଥାଏ । କିନ୍ତୁ ଏଥିପାଇଁ ଚିନ୍ତା କରିବା ଆବଶ୍ୟକତା ନାହିଁ । ଏହି ଯୋଜନା ପାଇବାକୁ ଅନ୍‌ଲାଇନ୍‌ରେ ଆବେଦନ କରିବେ ଚାଷୀ । ଏହି ଯୋଜନା ମାଧ୍ୟମରେ ୩୩ ପ୍ରତିଶତ ନଷ୍ଟ ହୋଇଥିଲେ ୨୦ ହଜାର ଟଙ୍କା ସହାୟତା ଯୋଗାଇ ଦିଆଯିବ ।

୬୦ ପ୍ରତିଶତରୁ ଅଧିକ ଫସଲ କ୍ଷତି ହେଲେ ୨୫ ହଜାର ଟଙ୍କା ସହାୟତା ଦିଆଯିବ । ଏହି ଯୋଜନା ପାଇଁ କୌଣସି ସମୟ ସୀମା ମଧ୍ୟ ରଖାଯାଇ ନାହିଁ । ହିତାଧିକାରୀ ଯେତେବେଳେ ଚାହିଁବେ ଏହି ଯୋଜନାରେ ନିଜେ ପଞ୍ଜିକୃତ ହୋଇପାରିବେ । ଏହି ଯୋଜନା ଗୁଜୁରାଟରେ ମୁଖ୍ୟମନ୍ତ୍ରୀ କିସାନ ସହାୟ ଯୋଜନା ନାମରେ କାର୍ଯ୍ୟକାରୀ କରିଛନ୍ତି । ଫଳରେ ଏହାର ଲାଭ ଆଗକୁ ଲକ୍ଷ ଲକ୍ଷ ଚାଷୀ ପାଇବାକୁ ଯାଉଛନ୍ତି । ଫସଲ କ୍ଷତି ହେଲେ ଏହି ଯୋଜନାରେ ଲାଭ ମିଳି ପାରିବ ବୋଲି କୁହାଯାଇଛି । ଏଥିପାଇଁ ଚାଷୀ ଅନ୍‌ଲାଇନ୍‌ରେ ଆବେଦନ କରିବେ । ଗୁଜରାଟରେ ଏଭଳି ଯୋଜନା କାର୍ଯ୍ୟକାରୀ ହେବା ପରେ କେନ୍ଦ୍ର ସରକାର ଅନ୍ୟ ରାଜ୍ୟରେ ଏହାକୁ ଲାଗୁ କରିବା ପାଇଁ ଚେଷ୍ଟା କରୁଛନ୍ତି । ସମ୍ପୃକ୍ତ ଚାଷୀ ଗୁଜୁରାଟର ମୂଳ ବାସିନ୍ଦା ହୋଇଥିବା ଆବଶ୍ୟକ ଏହି ଯୋଜନା ପାଇବାକୁ l

ଅଧିକ ପଢ଼ନ୍ତୁ

ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ଉପରେ କେନ୍ଦ୍ର ମନ୍ତ୍ରୀଙ୍କ ଗୁରୁତ୍ୱ

ବାୟୋ ଇ-ଥ୍ରୀ ନୀତି ଉପରେ ବାର୍ତ୍ତାଳାପ କାର୍ଯ୍ୟକ୍ରମ