Government Schemes

୯ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର

ରାଜ୍ୟ ସରକାର ବିଭିନ୍ନ ସମୟରେ ରାଜ୍ୟରେ ସରକାରୀ କର୍ମଚାରୀଙ୍କ ପାଇଁ ବିଭିନ୍ନ ପ୍ରକାର ନିଷ୍ପତ୍ତି ନେଇଥାନ୍ତି l ଯାହାଦ୍ୱାରା ସରକାରୀ କର୍ମଚାରୀଙ୍କର ଅନେକ ଲାଭ ହୋଇଥାଏ l

19 November, 2023 12:30 PM IST By: Tanushree Mahapatra

ରାଜ୍ୟ ସରକାର ବିଭିନ୍ନ ସମୟରେ ରାଜ୍ୟରେ ସରକାରୀ କର୍ମଚାରୀଙ୍କ ପାଇଁ ବିଭିନ୍ନ ପ୍ରକାର ନିଷ୍ପତ୍ତି ନେଇଥାନ୍ତି l ଯାହାଦ୍ୱାରା ସରକାରୀ କର୍ମଚାରୀଙ୍କର ଅନେକ ଲାଭ ହୋଇଥାଏ l କାର୍ଯ୍ୟରତ କର୍ମଚାରୀଙ୍କ ସହିତ ପେନସନ ପାଉଥିବା କର୍ମଚାରୀଙ୍କୁ ମଧ୍ୟ ଏହି ଲାଭ ମିଳିଥାଏ l ସେହିପରି ଗତକାଲି ଓଡିଶା ସରକାର ୯ ପ୍ରତିଶତ ମାହାଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି କର୍ମଚାରୀଙ୍କ ପାଇଁ l ଯାହା ନିଷ୍ପତ୍ତି ନେବା ପରେ ଏକ ଖୁସି ମାହୋଲ ସୃଷ୍ଟି ହୋଇଛି କର୍ମଚାରୀଙ୍କ ମଧ୍ୟରେ l 

ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ୯ ପ୍ରତିଶତ ମହଙ୍ଗା ଭତ୍ତା (ଡିଏ) ଲାଗୁ କରିବା ଲାଗି ଓଡିଶା ସରକାର ନିଷ୍ପତ୍ତି ନେଇଛନ୍ତି । ସେହିପରି ଗତ ୬ ତାରିଖରେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ କର୍ମଚାରୀଙ୍କ ପାଇଁ ମଧ୍ୟ କେନ୍ଦ୍ର ସରକାର ମହଙ୍ଗା ଭତ୍ତା ଲାଗୁ କରିଥିଲା । ସୂଚନା ଅନୁଯାୟୀ, ସରକାରୀ କର୍ମଚାରୀମାନେ ୨୨୧ ପ୍ରତିଶତ ମହଙ୍ଗା ଭତ୍ତା ପାଉଥିବା ବେଳେ ଏହି ବୃଦ୍ଧି ପାଇବା ପରେ ଏବେ ୨୩୦ ପ୍ରତିଶତକୁ ବୃଦ୍ଧି ହେବ । ଏହା ଗତ ଜୁଲାଇ ମାସରୁ ପିଛିଲା ଭାବେ ଲାଗୁ ହେବ ବୋଲି କିହଯାଇଛି । ଏନେଇ ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ମଧ୍ୟ ଜାରି କରାଯାଇଛି ।

ତେବେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶନାମାକୁ ଗ୍ରହଣ କରି ଓଡିଶା ରାଜ୍ୟ ସରକାର ମହଙ୍ଗା ଭତ୍ତା ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେହିପରି ଷଷ୍ଠ ବେତନ କମିଶନଙ୍କ ସୁପାରିଶ ମୁତାବକ, ରାଜ୍ୟର ସରକାରୀ କର୍ମଚାରୀମାନେ ସଂଶୋଧିତ ହାରରେ ନିଜ ନିଜର ବେତନ ପାଇବେ । ତେବେ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଲକ୍ଷାଧିକ କର୍ମଚାରୀ ଉପକୃତ ହେବେ ବୋଲି କୁହାଯାଇଛି । କେଉଁ ଶିକ୍ଷକମାନେ ଏବଂ କାର୍ଯ୍ୟରତ ଅନ୍ୟ ଅଣଶିକ୍ଷକମାନେ ଡିଏ ପାଇବାକୁ ଯୋଗ୍ୟ ସେନେଇ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ସ୍ପଷ୍ଟ କରିଛନ୍ତି ।

କିନ୍ତୁ ଏହି ନିଷ୍ପତ୍ତି ଅନୁଯାୟୀ, ଓଆରଏସପି ନିୟମ-୨୦୦୮ ଅନୁଯାୟୀ ଦରମା ପାଉଥିବା କର୍ମଚାରୀମାନେ ହିଁ ଏହି ମହଙ୍ଗା ଭତ୍ତା ପାଇବାକୁ ଯୋଗ୍ୟ ହେବେ ବୋଲି ସ୍ପଷ୍ଟ କୁହାଯାଇଛି । ଚଳିତ ଆର୍ଥିକ ବର୍ଷ ଜୁଲାଇ ମାସ ପହିଲା ସୁଦ୍ଧା ଚାକିରିରେ ଯୋଗ ଦେଇଥିବା ରାଜ୍ୟ ସରକାରଙ୍କ କର୍ମଚାରୀମାନେ ଏହି ସୁଯୋଗ ପାଇବେ । ସେହିପରି ରାଜ୍ୟରେ ବିଭିନ୍ନ ବିଭାଗ ଅନୁଯାୟୀ ଏବଂ ନିଯୁକ୍ତି ଅନୁଯାୟୀ ଏହି ମହଙ୍ଗା ଭତ୍ତା ପାଇବା ପାଇଁ ଯୋଗ୍ୟ ହେବେ l ବିଶ୍ୱବିଦ୍ୟାଳୟଗୁଡ଼ିରେ ନିୟମିତ ଭାବେ ଚାକିରି କରିଥିବା ଶିକ୍ଷକ, ଅଣଶିକ୍ଷକ କର୍ମଚାରୀ ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ତଥା ୟୁଜିସି ହାରରେ ନିଯୁକ୍ତି ପାଇଥିବା ଶିକ୍ଷକ, ଓଆରଏସପି ଆଇନ-୨୦୧୦ ଅଧିନରେ ନିଯୁକ୍ତି ପାଇଥିବା ମେଡିକାଲ କଲଜ ପ୍ରଫେସରମାନେ ଏହି ମହଙ୍ଗା ଭତ୍ତା ପାଇବା ପାଇଁ ଯୋଗ୍ୟ l

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)