Government Schemes

Fertilizer Subsidy scheme: ୟୁରିଆ ଉପଲବ୍ଧତା ତଥ୍ୟ ଦେବ SMS

ଯଦି ଆପଣ ଜଣେ କୃଷକ ତେବେ ୟୁରିଆର ଏକ ବ୍ୟାଗ ପାଇବା ପାଇଁ ଆପଣଙ୍କୁ ଅନେକ ସମୟରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି l ଆପଣଙ୍କ ନିକଟରେ ଥିବା ସରକାରୀ କେନ୍ଦ୍ରରେ ୟୁରିଆର ବ୍ୟାଗ ଅଛି କି ନାହିଁ ତାହା ଜାଣିବା ପାଇଁ ଆପଣଙ୍କୁ ବାରମ୍ବାର ଆଉ ଯିବାକୁ ପଡିବ ନାହିଁ ସରକାରୀ କେନ୍ଦ୍ରକୁ l

31 October, 2023 10:17 AM IST By: Tanushree Mahapatra

ଯଦି ଆପଣ ଜଣେ କୃଷକ ତେବେ ୟୁରିଆର ଏକ ବ୍ୟାଗ ପାଇବା ପାଇଁ ଆପଣଙ୍କୁ ଅନେକ ସମୟରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି l ଆପଣଙ୍କ ନିକଟରେ ଥିବା ସରକାରୀ କେନ୍ଦ୍ରରେ ୟୁରିଆର ବ୍ୟାଗ ଅଛି କି ନାହିଁ ତାହା ଜାଣିବା ପାଇଁ ଆପଣଙ୍କୁ ବାରମ୍ବାର ଆଉ ଯିବାକୁ ପଡିବ ନାହିଁ ସରକାରୀ କେନ୍ଦ୍ରକୁ l ଅନେକ ଥର ଆପଣଙ୍କୁ ଖାଲି ହାତରେ ଫେରିବାକୁ ପଡିଥାଏ କେନ୍ଦ୍ରରେ ସାର ନପାଇ |

କିନ୍ତୁ ଆପଣ ଜାଣନ୍ତି କି ?  ୟୁରିଆର ଉପଲବ୍ଧତା ଜାଣିବାର ଏକ ସହଜ ଉପାୟ ଅଛି | SMS ମାଧ୍ୟମରେ ଦୋକାନରେ ୟୁରିଆ ବିଷୟରେ ଜାଣିବାର ଏହା ହେଉଛି ଏକ ଉପାୟ l ଯାହା ଆପଣଙ୍କୁ ସାହାଯ୍ୟ କରେ ସାର ସେଠାରେ ଉପଲବ୍ଧ ରହିଛି କି ନାହିଁ l  

ଆସନ୍ତୁ ଆପଣଙ୍କୁ ଏହି ପଦ୍ଧତି ବିଷୟରେ କହିବା, ସାର ବିଭାଗ DBT ପ୍ରକଳ୍ପ ଅଧୀନରେ କୃଷକମାନଙ୍କୁ ସାର ବିକ୍ରୟ ପାଇଁ SMS ସେବା କାର୍ଯ୍ୟକାରୀ କରିଛି | ପ୍ରତ୍ୟେକ ସାର କ୍ରୟ ଉପରେ କୃଷକ ମୋବାଇଲରେ ଏସଏମଏସ ମାଧ୍ୟମରେ ରସିଦ ପାଇବେ। ସାର ବିଭାଗ ୩୦ ସେପ୍ଟେମ୍ବର ୨୦୨୦ ରେ ଏସଏମଏସ ସିଷ୍ଟମ ଆରମ୍ଭ କରିଥିଲା । ଏହା ସତ୍ତ୍ୱେ ପ୍ରତିବର୍ଷ ଚାଷୀଙ୍କୁ ସାର ବିଷୟରେ ଚିନ୍ତା କରିବାକୁ ପଡେ l ଇନଭଏସ୍ ନମ୍ବର, ଖୁଚୁରା ବ୍ୟବସାୟୀଙ୍କ ନାମ, ପ୍ରଦାନ କରାଯିବାକୁ ଥିବା ମୋଟ ପରିମାଣ, କିଣାଯାଇଥିବା ପରିମାଣ ଏବଂ ସରକାର ବହନ କରୁଥିବା ସବସିଡି ଭଳି ସବିଶେଷ ତଥ୍ୟରେ ଏସ୍ଏମ୍ଏସ୍ ଅନ୍ତର୍ଭୂକ୍ତ କରିବ। ରିଟେଲ ଆଉଟଲେଟରେ ସାରର ଉପଲବ୍ଧତା ବିଷୟରେ କୃଷକମାନଙ୍କୁ ପର୍ଯ୍ୟାୟକ୍ରମେ SMS ଦ୍ୱାରା ସମସ୍ତ ତଥ୍ୟ ପଠାଯିବ l

୯୧୭୭୩୮୨୯୯୮୯୯ କୁ (ଖୁଚୁରା ବ୍ୟବସାୟୀ ID ସହିତ) SMS ପଠାଇ ଖୁଚୁରା ଆଉଟଲେଟରେ ସାରର ଉପଲବ୍ଧତା ବିଷୟରେ କୃଷକମାନେ ସୂଚନା ପାଇପାରିବେ | ସାରର କଳା ମାର୍କେଟିଂ ଏକ ବଡ ସମସ୍ୟା ଠାରୁ ଚାଷୀଙ୍କୁ ସୁରକ୍ଷା ଯୋଗାଇବ | ତେଣୁ କୃଷକମାନେ ଠିକ୍ ସମୟରେ ସାର ପାଇବାରେ ସକ୍ଷମ ନୁହଁନ୍ତି ବୋଲି ଆଉ ହଇରାଣ ହରକତ ହେବେ ନାହିଁ । ତେଣୁ ଏହି ନମ୍ବରଟି କୃଷକମାନଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ହୋଇପାରେ | ପ୍ରଥମେ ସାର ଅଛି କି ନାହିଁ ଜାଣନ୍ତୁ ଏବଂ ତା’ପରେ ଏହାକୁ କିଣିବାକୁ କେନ୍ଦ୍ରକୁ ଯାଆନ୍ତୁ l

ନାଇଟ୍ରୋଜେନ୍ ସାର ଉପରେ କୃଷକମାନଙ୍କୁ ୪୭.୦୨ ଟଙ୍କା, ଫସଫରସ୍ ସାରରେ କେଜି ପିଛା ୨୦.୮୨ ଟଙ୍କା ଏବଂ ପୋଟାସିୟମ୍ ସାରରେ ୨.୩୮ ଟଙ୍କା ସବସିଡି ପ୍ରଦାନ କରାଯାଇଛି । ସେପ୍ଟେମ୍ବର ମାସରେ ଶେଷ ହେଉଥିବା ୨୦୨୩-୨୪ ଖରିଫ ଋତୁ ପାଇଁ ସରକାର ୧.୦୮ ଲକ୍ଷ କୋଟି ଟଙ୍କା ସବସିଡି ବଣ୍ଟନ କରିଛନ୍ତି, ଯେଉଁଥିରେ ୟୁରିଆ ପାଇଁ ୭୦,୦୦୦ କୋଟି ଏବଂ DAP ଏବଂ ଅନ୍ୟାନ୍ୟ ସାର ପାଇଁ ୩୮,୦୦୦ କୋଟି ଟଙ୍କା ରହିଛି । ଏହା ହେଉଛି ରବି ଋତୁ ଫସଲ ବୁଣିବାର ସମୟ ଏବଂ ସରକାର ମଧ୍ୟ ଏହି ଋତୁ ପାଇଁ ସାର ଉପରେ ସବସିଡି ଘୋଷଣା କରିଛନ୍ତି । 

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)