Government Schemes

Business Idea: ୧ ଏକରରେ ଚାଷୀଙ୍କୁ ୧୦ ଲକ୍ଷ ଫାଇଦା !

ଏହି ଚାଷ ପାଇଁ ହେକ୍ଟର ପିଛା ମୂଲ୍ୟ ୭,୫୦,୦୦୦ ଟଙ୍କା ସ୍ଥିର କରାଯାଇଛି । ଏହା ଉପରେ କୃଷକମାନଙ୍କୁ ୪୦% ଅର୍ଥାତ୍ ୩ ଲକ୍ଷ ଟଙ୍କା ପ୍ରଦାନ କରାଯିବ ।

08 July, 2024 11:42 AM IST By: Tanushree Mahapatra

ଚାଷୀଙ୍କର ଆୟ ବୃଦ୍ଧି ପାଇଁ କୃଷକମାନଙ୍କୁ ଉଦ୍ୟାନ କୃଷି ଦିଗରେ ଉତ୍ସାହିତ କରାଯାଉଛି ରାଜ୍ୟ ଟଥତ କେନ୍ଦ୍ର ସରକାରଙ୍କ ଦ୍ୱାରା l ଏଥିପାଇଁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଅନେକ ଯୋଜନା ଚଳାଉଛନ୍ତି ଦେଶରେ । ସରକାର ଫଳ ଓ ଫୁଲ ଚାଷ ପାଇଁ ଚାଷୀଙ୍କୁ ସବସିଡି ମଧ୍ୟ ପ୍ରଦାନ କରୁଛନ୍ତି l ଏହି କ୍ରମରେ ବିହାର ସରକାର ଡ୍ରାଗନ୍ ଫଳ ଚାଷ ପାଇଁ ରାଜ୍ୟ କୃଷକମାନଙ୍କୁ ୪୦ ପ୍ରତିଶତ ସବସିଡି ପ୍ରଦାନ କରୁଛନ୍ତି । ଏହି ଲାଭ ପାଇବା ପାଇଁ କୃଷକମାନଙ୍କୁ ଅନଲାଇନରେ ଆବେଦନ କରିବାକୁ ପଡିବ l ଯାହା ତାଙ୍କ ଚାଷ ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବ l

'ମୁଖ୍ୟମନ୍ତ୍ରୀ ଉଦ୍ୟାନ କୃଷି ମିଶନ ଯୋଜନା' ଅଧୀନରେ ଡ୍ରାଗନ୍ ଫଳ ବିକାଶ ଯୋଜନା ଅଧୀନରେ ଏହାର ଚାଷକୁ ପ୍ରୋତ୍ସାହିତ କରାଯାଉଛି l ଏହି ଚାଷ ପାଇଁ ହେକ୍ଟର ପିଛା ମୂଲ୍ୟ ୭,୫୦,୦୦୦  ଟଙ୍କା ସ୍ଥିର କରାଯାଇଛି । ଏହା ଉପରେ କୃଷକମାନଙ୍କୁ ୪୦% ଅର୍ଥାତ୍ ୩ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ଡ୍ରାଗନ୍ ଫଳ ହେଉଛି ଏକ କାକଟସ୍ ଜାତୀୟ ଉଦ୍ଭିଦ l ଏହାର ଫଳ ପୋଷକ ତତ୍ତ୍ୱରେ ଭରପୂର ଅଟେ l ଏହାର ଚାହିଦା ମଧ୍ୟ ବଜାରରେ ଖୁବ ଅଧିକ l ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ହୋଇଥିବା ଏହା କର୍କଟ ଏବଂ ମଧୁମେହର ସମ୍ଭାବନାକୁ  ହ୍ରାସ କରିବାରେ ସାହାଯ୍ୟ କରେ l ଏହା ବ୍ୟତୀତ ଏହାର ବ୍ୟବହାର ହଜମ ପ୍ରକ୍ରିୟାକୁ ସୁସ୍ଥ ରଖେ l ଏହା ଖାଇବାକୁ ମଧ୍ୟ ଖୁବ ସ୍ୱାଦଯୁକ୍ତ l

ଦୁଇ ବର୍ଗ ମିଟର ଦୂରତା ଅନୁଯାୟୀ ଗୋଟିଏ ହେକ୍ଟରରେ ୫ ହଜାର ଉଦ୍ଭିଦ ଆବଶ୍ୟକ ହୋଇଥାଏ ଚାଷୀଙ୍କୁ l ଅନୁଦାନ ସମ୍ବନ୍ଧରେ ବିଭାଗ ନିଷ୍ପତ୍ତି ନେଇଥିବା ନୀତି ଅନୁଯାୟୀ, ହିତାଧିକାରୀ ଚାଷୀଙ୍କୁ ତିନି କିସ୍ତିରେ ଅନୁଦାନ ରାଶି ପ୍ରଦାନ କରାଯିବ । ଯାହା ଦ୍ୱାରା ଫଳର ଚାରା କିଣିବା ଠାରୁ ଆରମ୍ଭ କରି ଅମଳ ପର୍ଯ୍ୟନ୍ତ ଚାଷୀ ସମସ୍ତ ଆବଶ୍ୟକୀୟ ଜିନିଷ କିଣି ପାରିବେ l ବିହାର ସରକାର ଚାଷୀଙ୍କ ପାଇଁ ଏହି ଆର୍ଥିକ ସହାୟତା ଯୋଜନା ପ୍ରଚଳିତ କରିଛନ୍ତି l ଯାହାଦ୍ୱାରା ଚାଷୀ ଲାଭବାନ ହୋଇପାରୁଛନ୍ତି l

ପ୍ରଥମ କିସ୍ତିରେ, ମୋଟ ଅନୁଦାନର ୬୦ ପ୍ରତିଶତ ଅର୍ଥାତ୍ ୧ ,୮୦,୦୦୦ ଟଙ୍କା ଦିଆଯିବ l ଦ୍ୱିତୀୟ ଏବଂ ତୃତୀୟ କିସ୍ତିରେ, ୨୦- ୨୦ ପ୍ରତିଶତ ଅର୍ଥାତ୍ ୬୦-୬୦ ହଜାର ଟଙ୍କା ଅନୁଦାନ ପ୍ରଦାନ କରାଯିବ l ଦ୍ୱିତୀୟ ଏବଂ ତୃତୀୟ କିସ୍ତି ପାଇବା ପାଇଁ, ଏହା ଆବଶ୍ୟକ ହେବ ଯେ କ୍ଷେତରେ ଥିବା ୭୫ ରୁ ୯୦ ପ୍ରତିଶତ ଉଦ୍ଭିଦ ସଠିକ ଭାବେ ରୋପଣ ହୋଇଥିବ l

ଗୋଟିଏ ଋତୁରେ ଫଳ ତିନିଥର :-

ପୁଷ୍ଟିକର ଡ୍ରାଗନ ଫଳ ଚାଷ ପାଇଁ କୌଣସି ବିଶେଷ ପରିବେଶ ଆବଶ୍ୟକ କରେ ନାହିଁ l ସାଧାରଣ ତାପମାତ୍ରା ଏବଂ ସାଧାରଣ ବୃଷ୍ଟିପାତ ମଧ୍ୟରେ ଏହି ଚାଷ ସହଜରେ କରାଯାଇପାରିବ l ଏହା ଗୋଟିଏ ଋତୁରେ ତିନିଥର ଫଳ ଦେଇଥାଏ ଏବଂ ଗୋଟିଏ ଉଦ୍ଭିଦ ପ୍ରାୟ ୫୦ ଫଳ ଉତ୍ପାଦନ କରିଥାଏ l ଏହା ଏକ ଏକରରୁ ଅତି କମରେ ୮ ରୁ ୧୦ ଲକ୍ଷ ଟଙ୍କା ରୋଜଗାର ପ୍ରଦାନ କରେ l ଏଥିରେ ଉତ୍ପାଦନ ପ୍ରାୟ ୧୮ ରୁ ୨୦ ବର୍ଷ ପର୍ଯ୍ୟନ୍ତ ନିଆଯାଇପାରେ l ଅଧିକ ବର୍ଷ ପର୍ଯ୍ୟନ୍ତ ଏହି ଚାଷ ଲାଭ ପ୍ରଦାନ କରିଥାଏ l

ଅନ୍ଲାଇନ୍ ରେ ଆବେଦନ କରନ୍ତୁ :-

ଡ୍ରାଗନ୍ ଫଳ ଚାଷର ଲାଭ କୃଷକମାନଙ୍କୁ ଖୁବ ଶୀଘ୍ର ପ୍ରଦାନ କରାଯାଇଥାଏ ଆବେଦନ ପ୍ରକ୍ରିୟାର ଖୁବ ଅଳ୍ପ ଦିନ ମଧ୍ୟରେ l ଏଥିପାଇଁ କୃଷକମାନଙ୍କୁ ଅନଲାଇନରେ ଆବେଦନ କରିବାକୁ ପଡିବ। ଆବେଦନ କରିବାବେଳେ କୃଷକମାନଙ୍କୁ କୃଷକ ପଞ୍ଜୀକରଣ, ଅଦ୍ୟତନ ଜମି ରସିଦ, ଫଟୋ ସହିତ ଅନ୍ୟ ସମସ୍ତ ଦଲିଲ ପ୍ରଦାନ କରିବାକୁ ପଡିବ l ଜଣେ କୃଷକ ସର୍ବନିମ୍ନ ୦.୨୫  ଏକର ଏବଂ ସର୍ବାଧିକ ୧୦ ଏକର ପାଇଁ ଆବେଦନ କରିପାରିବେ l

ଅଧିକ ପଢ଼ନ୍ତୁ

EPFO UPDATE: ବଢିଲା PF ସୀମା...!

PM Fasal Bima Yojana: ଚାଷୀଙ୍କ ପାଇଁ ବରଦାନ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)