Government Schemes

ଜାଣନ୍ତ, କିପରି ଉଠାଇବେ ବିଜୁ କୃଷକ ବିକାଶ ଯୋଜନାର ଲାଭ....

ଓଡିଶା ସରକାର କୃଷି ଓ କୃଷକର ଉନ୍ନତି ପାଇଁ ୨୦୦୧-୦୨ମସିହା ଠାରୁ ରାଜ୍ୟରେ ବିଜୁ କୃଷକ ବିକାଶ ଯୋଜନା (BKVY) ପ୍ରଣୟନ କରିଛନ୍ତି । ଉକ୍ତ ଯୋଜନା ଅନୁଯାୟୀ, ରାଜ୍ୟରେ ଥିବା ସମସ୍ତ ପ୍ରାକୃତିକ ନଦୀ, ନାଳ ଓ ଝରଣାରୁ ବୋହି ଯାଉଥିବା ଜଳ ଓ ଭୂଗର୍ଭରେ ଥିବା ଭୂତଳ ଜଳକୁ ବ୍ୟବହାର କରି ଜଳସେଚନର ସୁବିଧା କରାଯାଉଛି। ଉକ୍ତ ଜଳ ଉତ୍ସ ନିକଟରେ ଏକ ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ମୋଟର ବସାଯାଇ ଚାଷଜମିକୁ ପାଣି ଯୋଗାଇ ଦିଆଯାଉଛି।

10 March, 2023 2:15 PM IST By: Priyambada Rana

ଓଡିଶା ସରକାର କୃଷି ଓ କୃଷକର ଉନ୍ନତି ପାଇଁ ୨୦୦୧-୦୨ମସିହା ଠାରୁ ରାଜ୍ୟରେ ବିଜୁ କୃଷକ ବିକାଶ ଯୋଜନା (BKVY) ପ୍ରଣୟନ କରିଛନ୍ତି । ଉକ୍ତ ଯୋଜନା ଅନୁଯାୟୀ, ରାଜ୍ୟରେ ଥିବା ସମସ୍ତ ପ୍ରାକୃତିକ ନଦୀ, ନାଳ ଓ ଝରଣାରୁ ବୋହି ଯାଉଥିବା ଜଳ ଓ ଭୂଗର୍ଭରେ ଥିବା ଭୂତଳ ଜଳକୁ ବ୍ୟବହାର କରି ଜଳସେଚନର ସୁବିଧା କରାଯାଉଛି। ଉକ୍ତ ଜଳ ଉତ୍ସ ନିକଟରେ ଏକ ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ମୋଟର ବସାଯାଇ ଚାଷଜମିକୁ ପାଣି ଯୋଗାଇ ଦିଆଯାଉଛି।

ଉକ୍ତ ପ୍ରକଳ୍ପ ପାଇଁ ସମସ୍ତ ଚାଷୀମାନଙ୍କର ଚାଷ ଜମି ୧୦ ଏକରରୁ ୧୦୦ ଏକର ମଧ୍ୟରେ ରହିବା ଉଚିତ । ଏହା ସହିତ, ନିକଟରେ ୧୧ କେଭି ବିଦ୍ୟୁତ ତାର ରହିବା ସହ ନଦୀ କିମ୍ବା ନାଳରେ ଯଥେଷ୍ଟ ଜଳ ଥିବା ଉଚିତ। ଚାଷୀମାନେ ସେମାନଙ୍କ ପ୍ରକଳ୍ପ ମୂଲ୍ୟର ୨୦ ଶତାଂଶ ଦେବା ନିହାତି ଜରୁରୀ ଅଟେ। ଚାଷୀମାନେ ଉକ୍ତ ୨୦ କିମ୍ବା ୧୦ ଶତାଂଶ ଦେୟ ବାବଦକୁ ପ୍ରକଳ୍ପରେ ବ୍ୟବହାର ହେଉଥିବା କରନାଳୀ କରିପାରିବେ କିମ୍ବା ପ୍ରକଳ୍ପପାଇଁ ଆବଶ୍ୟକ ହେଉଥିବା ଜମି କିମ୍ବା ପ୍ରକଳ୍ପର କାର୍ଯ୍ୟ ସମୟରେ ମଜୁରି ବାବଦ ଦେୟ ଦେଇପାରିବେ କିମ୍ବା ଆବଶ୍ୟକ ପଡିଲେ ସମସ୍ତ ଉପଭୋକ୍ତାମାନେ ମିଶି ନଗଦ ରାଶି ମଧ୍ୟ ଦେଇପାରିବେ।

ଜମି ତଦନ୍ତ:

ଚାଷୀମାନଙ୍କର ଏହି ଆବେଦନ ପତ୍ରଟିକୁ ଜିଲ୍ଲା ପାଳ ମହୋଦୟ ଉଠା ଜଳସେଚନ ନିର୍ବାହୀ ଯନ୍ତ୍ରୀଙ୍କ ନିକଟକୁ ସରଜମିନ ତଦନ୍ତ ପାଇଁ ପଠାଇଥାନ୍ତି। ନିର୍ବାହୀ ଯନ୍ତ୍ରୀ ତୁରନ୍ତ ଉକ୍ତ ପତ୍ରଟିକୁ ତାଙ୍କ ଅଧୀନରେ ଥିବା ସହକାରୀ ଯନ୍ତ୍ରୀ/କନିଷ୍ଠ ଯନ୍ତ୍ରୀଙ୍କୁ ପ୍ରକଳ୍ପର ଉପଯୁକ୍ତ ସମ୍ଭାବନା ସମ୍ବନ୍ଧରେ(Feasibility) ଜଣାଇବା ପାଇଁ ନିର୍ଦେଶ ଦେଇଥାନ୍ତି। ଉଠା ଜଳସେଚନର ଅଧିକାରୀମାନେ ଆବେଦନକରିଥିବା ପତ୍ରଟିକୁ ଗ୍ରାମକୁ ନେଇ ସେହି ଚାଷୀମାନଙ୍କୁ ଭେଟି ପ୍ରକଳ୍ପ ହେବାକୁଥିବା ଉଦ୍ଦିଷ୍ଟ ସ୍ଥାନକୁ ଯାଇ ନଦୀ କିମ୍ବା ନାଳରେ ପାଣି, ବିଦ୍ୟୁତ ଶକ୍ତିର ସହଜ ଲଭ୍ୟତା ସମ୍ବନ୍ଧରେ ଅନୁଧ୍ୟାନ କରିଥାନ୍ତି। ଏହା ସାଫଲ୍ୟ ହେଲେ, ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ଘଟେ, ନଚେତ ଏହାକୁ ଅସଫଳ ବୋଲି ଗ୍ରହଣ କରାଯାଇଥାଏ। ଭୂତଳ ଜଳ ସମ୍ବନ୍ଧରେ ଓଡିଶା ଉଠା ଜଳସେଚନ ନିଗମ, ଭୂତଳ ଜଳ ସର୍ଭେ ଓ ଅନୁସନ୍ଧାନ ବିଭାଗର ସାହାଯ୍ୟ ନେଇଥାଏ।

ସ୍ଵତନ୍ତ୍ର ଯୋଜନା:

ବିଜୁ କୃଷକ ବିକାଶ ଯୋଜନା ଅନ୍ତର୍ଗତ ୨ଟି ଅଲଗା ଅଲଗା ସ୍ଵତନ୍ତ୍ର ଯୋଜନା ରହିଅଛି । ଏଗୁଡିକ ହେଲା:-

ବିଜୁ କୃଷକ ବିକାଶ ଯୋଜନା (ନାବାର୍ଡ ସହାୟତା)- BKVY (RIDF)

ବିଜୁ କୃଷକ ବିକାଶ ଯୋଜନା (କେବିକେ ଜିଲ୍ଲା ଗୁଡିକ ପାଇଁ କେନ୍ଦ୍ର ସରକାରଙ୍କ ସ୍ଵତନ୍ତ୍ର ସହାୟତା) - BKVY (SCA)

ବିଜୁ କୃଷକ ବିକାଶ ଯୋଜନା:

ଉକ୍ତ ଯୋଜନାଟି ସମ୍ପୁର୍ଣ୍ଣ ଭାବେ ନାବାର୍ଡର ଋଣ ସହାୟତା ଉପରେ ନିର୍ଭର କରେ । ଏହି ଯୋଜନାର କାର୍ଯ୍ୟକାରୀତା ସମ୍ବନ୍ଧରେ ନିମ୍ନରେ ବର୍ଣ୍ଣନା କରାଯାଇଛି। 
ଚାଷୀମାନେ ଜିଲ୍ଲା କଲେକ୍ଟରଙ୍କୁ ଆବେଦନପତ୍ର ଜରିଆରେ ଜଣାଇ ପ୍ରକଳ୍ପ ମୂଲ୍ୟର ୨୦ ଶତାଂଶ (କିମ୍ବା ସ୍ଥଳ ବିଶେଷରେ ୧୦ଶତାଂଶ KBK/TASP/DPAP ଅଞ୍ଚଳ ଚାଷୀ ପାଇଁ ଉଦ୍ଦିଷ୍ଟ)ଦେବାପାଇଁ ସହମତି ପ୍ରକାଶ କରିଥାନ୍ତି। ଉଠାଜଳ ସେଚନ ନିର୍ବାହୀ ଯନ୍ତ୍ରୀ ପ୍ରକଳ୍ପର ସାଫଲ୍ୟତା ସମ୍ବନ୍ଧେ ଅନୁସନ୍ଧାନକରି ସଫଳ ହୋଇଥିବା ପ୍ରକଳ୍ପକୁ ମୂଲ୍ୟାୟନକରି ଏକ ସମ୍ପୁର୍ଣ୍ଣ ପ୍ରକଳ୍ପ ବିବରଣୀ (DPR) ପ୍ରସ୍ତୃତ କରନ୍ତି ଓ ଜିଲ୍ଲା କଲେକ୍ଟରଙ୍କ ନିକଟକୁ ପଠାଈଥାନ୍ତି । ଜିଲ୍ଲା କଲେକ୍ଟର ଏହାକୁ ଶାସନ ସଚିବ, ଜଳ ସମ୍ପଦ ବିଭାଗ, ଭୁବନେଶ୍ଵରଙ୍କ ନିକଟକୁ ରାଜ୍ୟ ସ୍ତରୀୟ ସ୍କ୍ରୀନିଂ କମିଟିର (SLSC- State Level Screening Committee) ଅନୁମୋଦନ ପାଇଁ ପଠାଇଥାନ୍ତି । SLSC ଅନୁମୋଦନ ପରେ ଏହା ରାଜ୍ୟର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ଉଚ୍ଚସ୍ତରୀୟ କମିଟି ମିଟିଂର (HPC- High Power Committee Meeting) ଅନୁମୋଦନ ପାଇଁ ପଠାଇଥାନ୍ତି। HPC ମିଟିଂର ଅନୁମୋଦନ ପରେ ଉକ୍ତ ପ୍ରକଳ୍ପଟିକୁ ରାଜ୍ୟରେ ଥିବା ନାବାର୍ଡ ଅଫିସକୁ ଋଣ ମଞ୍ଜୁରୀ ପାଇଁ ପଠାଇଥାନ୍ତି । ନାବାର୍ଡ ଋଣ ମଞ୍ଜୁରୀ ପରେ ରାଜ୍ୟ ସରକାର ନିଜ ଅଂଶଧନରୁ ପ୍ରଥମେ ପ୍ରକଳ୍ପ ପାଇଁ ପ୍ରକଳ୍ପ ମୂଲ୍ୟର ୮୦ ଶତାଂଶ ( କିମ୍ବା ସ୍ଥଳ ବିଶେଷରେ ୯୦ ଶତାଂଶ KBK/TASP/DPAP ଅଞ୍ଚଳ ଚାଷୀ ପାଇଁ ଉଦ୍ଦିଷ୍ଟ) ଅନୁଦାନ ଦେଇ କାର୍ଯ୍ୟାରମ୍ଭ ନିର୍ଦେଶ ଦେଇଥାନ୍ତି । ପ୍ରକଳ୍ପ କାର୍ଯ୍ୟଟି ସରିବାପରେ, ପ୍ରକଳ୍ପଟିକୁ ଚାଷୀକମିଟିଙ୍କୁ ହସ୍ତାନ୍ତର କରାଯାଇଥାଏ ଓ ଚାଷୀକମିଟି ଏହାର ପରିଚାଳନାଭାର ଗ୍ରହଣ କରି ନିଜସ୍ଵ ସୁତ୍ରରୁ ବିଦ୍ୟୁତ ଦେୟ ଦେବା ସଙ୍ଗେ ସଙ୍ଗେ ଚାଷକାର୍ଯ୍ୟ କରିଥାନ୍ତି ଓ ପ୍ରକଳ୍ପଟିର ରକ୍ଷଣାବେକ୍ଷଣା ଓ ମରାମତି କାର୍ଯ୍ୟ କରନ୍ତି।

ବିଜୁ କୃଷକ ବିକାଶ ଯୋଜନା:

ଏହି ଯୋଜନାଟି କେବିକେ ଅଞ୍ଚଳ ପାଇଁ ଉଦ୍ଦିଷ୍ଟ ଅଟେ। କେବିକେ ଜିଲ୍ଲାର ଚାଷୀମାନେ ଜିଲ୍ଲା କଲେକ୍ଟରଙ୍କୁ ଆବେଦନ ପତ୍ର ଜରିଆରେ ଉଠାଜଳସେଚନ ବସାଇବା ସମ୍ବନ୍ଧେ ଜଣାଇ ପ୍ରକଳ୍ପ ମୂଲ୍ୟର ୧୦ ଶତାଂଶ ଦେବାପାଇଁ ସହମତି ପ୍ରକାଶ କରିଥାନ୍ତି। ଉଠା ଜଳ ସେଚନ ନିର୍ବାହୀ ଯନ୍ତ୍ରୀ ପ୍ରକଳ୍ପର ସାଫଲ୍ୟତା ସମ୍ବନ୍ଧେ ଅନୁସନ୍ଧାନକରି, ସଫଳ ହୋଇଥିବା ପ୍ରକଳ୍ପକୁ ମୂଲ୍ୟାୟନକରି ଏକ ସମ୍ପୁର୍ଣ୍ଣ ପ୍ରକଳ୍ପ ବିବରଣୀ (DPR) ପ୍ରସ୍ତୃତ କରନ୍ତି ଓ ଜିଲ୍ଲା କଲେକ୍ଟରଙ୍କ ନିକଟକୁ ପଠ।ଇଥାନ୍ତି।ଜିଲ୍ଲା କଲେକ୍ଟର ଏହାକୁ ଶାସନ ସଚିବ, ଜଳ ସମ୍ପଦ ବିଭାଗ, ଭୁବନେଶ୍ଵରଙ୍କ ନିକଟକୁ ରାଜ୍ୟ ସ୍ତରୀୟ ସ୍କ୍ରୀନିଂ କମିଟିର (SLSC- State Level Screening Committee) ଅନୁମୋଦନ ପାଇଁ ପଠାଇଥାନ୍ତି । SLSC ଅନୁମୋଦନ ପରେ ରାଜ୍ୟ ସରକାର ନିଜସ୍ଵ ଅଂଶଧନରୁ ପ୍ରକଳ୍ପଟିର କାର୍ଯ୍ୟାରମ୍ଭ ପାଇଁ ପ୍ରକଳ୍ପ ମୂଲ୍ୟର ୯୦ ଶତାଂଶ ଅନୁଦାନ ଦେଇ କାର୍ଯ୍ୟାରମ୍ଭ ନିର୍ଦେଶ ଦେଇଥାନ୍ତି।

ଏବେ ସହଜରେ ମିଳିବ ଋଣ , ସରକାର ଯୋଗାଇବେ କ୍ରେଡିଟ କାର୍ଡ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)