Government Schemes

Pm Kisan: ଚାଷୀଙ୍କୁ ମାନିବାକୁ ହେବ ସର୍ତ୍ତ !

ଏଥିପାଇଁ ଚାଷୀ ପଞ୍ଜୀକୃତ ମୋବାଇଲ୍ ନମ୍ବର ଏବଂ ଆଧାର କାର୍ଡର ଆବଶ୍ୟକତାକୁ ମଧ୍ୟ ବାଧ୍ୟତାମୂଳକ କରାଯାଇଥିଲା।

07 August, 2024 3:14 PM IST By: Tanushree Mahapatra

ପିଏମ କିସାନ ହିତାଧିକାରୀ ଚାଷଙ୍କ ପାଇଁ ଜରୁରୀ ସୂଚନା । ଏଣିକି ଆଧାର କାର୍ଡ଼ ସାହାଯ୍ୟରେ ଯୋଜନାର ଷ୍ଟାଟସ ଦେଖବା ଅସମ୍ଭବ ହେବ । ଚାଷୀଙ୍କ ପାଇଁ ବିଭିନ୍ନ ଜନକଲ୍ୟାଣ କାମ ସରକାର କରିଥାନ୍ତି l ସେଥିମଧ୍ୟରୁ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ସରକାରଙ୍କ ଯୋଜନା ମଧ୍ୟରୁ ଅନ୍ୟତମ । ତେଣୁ ଏହା ଉପରେ ସ୍ୱତନ୍ତ୍ର ନିଜେ ପିଏମ ନରେନ୍ଦ୍ର ମୋଦି ନଜର ରଖିଥାନ୍ତି । ପ୍ରଧାନମନ୍ତ୍ରୀ ନିଜେ DBT ମାଧ୍ୟମରେ ଚାଷୀଙ୍କୁ ଚାରି ମାସରେ ଠାରେ କିସ୍ତି ଟଙ୍କା ସ୍ଥାନାନ୍ତର କରନ୍ତି ।

ଚାଷୀ ଯେପରି କୌଣସି ଠକାମିର ଶିକାର ନ ହୁଅନ୍ତୁ ତାହାକୁ ଦୃଷ୍ଟିରେ ରଖି ସ୍ୱଚ୍ଛତା ଆଣିବା ପାଇଁ ବିଭାଗ ସମୟ ସମୟରେ ଅନେକ ପରିବର୍ତ୍ତନ କରିଥାଏ । ତେବେ ସରକାର କିଛି ନୂତନ ପରିବର୍ତ୍ତନ ଆଣିଛନ୍ତି ଏହି ଯୋଜନାରେ l ବର୍ତ୍ତମାନ ଚାଷୀ ଆଧାର କାର୍ଡ ମାଧ୍ୟମରେ ନିଜ ନିଜର ଷ୍ଟାଟସ ଯାଞ୍ଚ କରିବା ପାଇଁ ଥିବା ସୁବିଧାକୁ ସରକାର ବନ୍ଦ କରି ଦେଇଛନ୍ତି। କୃଷକଙ୍କ ଆକାଉଣ୍ଟକୁ ସୁରକ୍ଷା ଦେବା ପାଇଁ ସରକାର ଏହି ପରିବର୍ତ୍ତନ କରୁଛନ୍ତି। ବର୍ତ୍ତମାନ ଏହି ମାଧ୍ୟମରେ କୃଷକମାନେ ଷ୍ଟାଟସକୁ ସହଜରେ ଯାଞ୍ଚ କରିପାରୁଥିଲେ । ଏଥିପାଇଁ ଚାଷୀ ପଞ୍ଜୀକୃତ ମୋବାଇଲ୍ ନମ୍ବର ଏବଂ ଆଧାର କାର୍ଡର ଆବଶ୍ୟକତାକୁ ମଧ୍ୟ ବାଧ୍ୟତାମୂଳକ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ଏହି ନିୟମକୁ ପରିବର୍ତ୍ତନ କରିଛନ୍ତି ସରକାର ।

ଏହାର ଅର୍ଥ ବର୍ତ୍ତମାନ କୃଷକ ଆଧାର କାର୍ଡ ବ୍ୟବହାର ଅଫିସିଆଲ ୱେବସାଇଟରେ ହିତାଧିକାରୀ ଷ୍ଟାଟସ ଯାଞ୍ଚ କରବେ ନାହିଁ। ତାଙ୍କୁ ନୂତନ କିଛି ସର୍ତ୍ତ ଅନୁସରଣ କରିବାକୁ ହେବ । କିଛି ସର୍ତ୍ତ ଅନୁଯାୟୀ, ଯୋଗ୍ୟ ଚାଷୀ ଘରେ ବସି ତାଙ୍କ ନିଜ ଷ୍ଟାଟସକୁ ସହଜରେ ଯାଞ୍ଚ କରିପାରିବେ । କୃଷକ ଏ ପର୍ଯ୍ୟନ୍ତ କେତେ କିସ୍ତି ପାଇଛନ୍ତି, କେତେବେଳେ ଏହି କିସ୍ତି ଟଙ୍କା ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଇଥିଲା, ଯଦି କୌଣସି କାରଣ ଯୋଗୁଁ କିସ୍ତି ଅଟକିଯାଏ ତେବେ ଏହାର କାରଣ କ’ଣ ହୋଇଥିବା , ଏହିପରି ସମସ୍ତ ସୂଚନା ଗୋଟିଏ ସ୍ଥାନରେ ଏବଂ ଗୋଟିଏ କ୍ଲିକରେ ଉପଲବ୍ଧ କରାଯିବ ।

ଜୁନ୍ ୧୮ ତାରିଖରେ ଯୋଗ୍ୟ କୃଷକଙ୍କ ଆକାଉଣ୍ଟରେ ୧୭ ତମ କିସ୍ତି ପ୍ରଦାନ କରାଯାଇଥିଲା। ଏହା ସରକାରୀ ଆକଳନ ଅନୁଯାୟୀ ୯.୨୬ କୋଟି ଚାଷୀ ଏହାର ଲାଭ ଉଠାଇଛନ୍ତି । ବର୍ତ୍ତମାନ ୧୮ ତମ କିସ୍ତି ଚାଷୀଙ୍କ ଆକାଉଣ୍ଟରେ ଜମା କରିବାକୁ କାର୍ଯ୍ୟ ଚାଲିଛି । ଅକ୍ଟୋବର ପ୍ରଥମ ସପ୍ତାହରେ ଆକାଉଣ୍ଟକୁ ୧୮ ତମ କିସ୍ତି ମୁକ୍ତ ହୋଇପାରେ ବୋଲି ଚାଷୀ ଆଶାୟୀ ରହିଛନ୍ତି । ପିଏମ କିସାନ pmkisan.gov.in ର ଅଫିସିଆଲ୍ ୱେବସାଇଟ୍ କୁ ଯିବାକୁ ପଡିବ ନୂତନ ସର୍ତ୍ତ ଜାଣିବାକୁ । ଏହା ପରେ ଆପଣଙ୍କୁ ସେଠାରେ ସମସ୍ତ ନୂତନ ତଥ୍ୟ ମିଳିବ । ଏହା ପରେ ପଞ୍ଜୀକୃତ ହୋଇଥିବା ଅପଣଙ୍କ ମୋବାଇଲ୍ ନମ୍ବର ପ୍ରବେଶ କରିବାକୁ ହେବ । କ୍ୟାପଚା କୋଡ୍ ପ୍ରବେଶ ପରେ ଷ୍ଟାଟସ ପରଦାରେ ଦୃଶ୍ୟମାନ ହେବ ।

ଅଧିକ ପଢ଼ନ୍ତୁ

ଜାତୀୟ ହସ୍ତତନ୍ତ ଦିବସ: ବୁଣାକାରଙ୍କ କାର୍ଯ୍ୟ ପ୍ରତି ସମ୍ମାନ ଦେବାକୁ ପ୍ରୟାସ

ଚାଷ ଜମିର ରୂପମୟ ରୂପକାର: ଏମ.ଏସ ସ୍ୱାମୀନାଥନ