Government Schemes

Mission Shakti: କର୍ମଚାରୀଙ୍କୁ ବମ୍ପର ଫାଇଦା

ମିଶନ ଶକ୍ତିର ମୋଟ ୫୯,୫୦୯ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଉପକୃତ ହେବେ.....

10 March, 2024 11:51 AM IST By: Tanushree Mahapatra

ମିଶନ ଶକ୍ତି କମ୍ୟୁନିଟି ସର୍ପୋର୍ଟ ଷ୍ଟାଫ୍‌ଙ୍କ ପ୍ରୋତ୍ସାହନ ରାଶି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଏ ନେଇ ଘୋଷଣା କରିଛନ୍ତି। ସରକାରଙ୍କ ଏହି ପ୍ରୋତ୍ସାହନ ଅର୍ଥରାଶି ବୃଦ୍ଧି ଯୋଗୁଁ ମିଶନ ଶକ୍ତିର ମୋଟ ୫୯,୫୦୯ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଉପକୃତ ହେବେ ବୋଲି କୁହାଯାଉଛି ।

ରାଜ୍ୟରେ ମହିଳା ସଶକ୍ତୀକରଣରେ ମିଶନ ଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ମାନଙ୍କ ଅବଦାନକୁ ସମ୍ମାନ ଜଣାଇ ସରକାର ଏହା ଘୋଷଣା କରିଛନ୍ତି l ମିଶନ ଶକ୍ତି ମହିଳାଙ୍କୁ ଆହୁରି ଅଧିକ ଉତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରୋତ୍ସାହନ ରାଶିକୁ ବୃଦ୍ଧି କରିଛନ୍ତି ।

ମିସନ ଶକ୍ତି ଅଧୀନରେ ମୋଟ ୫୯,୫୦୯ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଯଥା ଏମ୍‌ବିକେ, ସିଆରପି-ସିଏମ୍‌, ବ୍ୟାଙ୍କ ମିତ୍ର କର୍ମଚାରୀ , ପ୍ରାଣୀ ମିତ୍ର କର୍ମଚାରୀ , କୃଷି ମିତ୍ର ଓ ଜୀବିକା ସହାୟିକା କାର୍ଯ୍ୟରତ ଥିବା ସମସ୍ତ କର୍ମଚାରୀଙ୍କୁ ମିଳିବ ଏହି ସହାୟତା ରାଶିର ଫାଇଦା । ଏହି ନୂତନ ଘୋଷଣା ଅନୁଯାୟୀ ମିଶନ ଶକ୍ତି ଅଧୀନରେ ଗ୍ରାମପଞ୍ଚାୟତ ସ୍ତରରେ କାର୍ଯ୍ୟରତ ସମସ୍ତ କମ୍ୟୁନିଟି ସପୋର୍ଟ ଷ୍ଟାଫମାନେ ମଧ୍ୟ ଉପକୃତ ହେବେ।

ତେବେ ଏହି ବର୍ଦ୍ଧିତ ପ୍ରୋତ୍ସାହନ ରାଶି ୨୦୨୩ ମସିହା ଅକ୍ଟୋବର ମାସଠାରୁ ପିଛିଲା ଭାବେ ଲାଗୁ ହେବ ବୋଲି ସୂଚନା ଦିଆଯାଇଛି । ଏମ୍‌ବିକେ, ବ୍ୟାଙ୍କ ମିତ୍ର ଓ ଜୀବିକା ସହାୟିକାମାନେ ମାସିକ ୧୦,୭୫୦ ଟଙ୍କା, କୃଷି ମିତ୍ର ଓ ପ୍ରାଣୀ ମିତ୍ର ମାସିକ ୬,୨୫୦ ଟଙ୍କା ଏବଂ ସିଆରପି-ସିଏମ୍‌ ମାସକୁ ୬୧୦୦ ଟଙ୍କା ପାଇବେ ବୋଲି ଜଣାପଡ଼ିଛି।

ଏହି ବର୍ଦ୍ଧିତ ପ୍ରୋତ୍ସାହନ ରାଶି ପିଛିଲା ଭାବେ ପ୍ରଦାନ କରାଯିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି l  ଏ ବାବଦକୁ ରାଜ୍ୟ ସରକାର ୯୬.୫୧ କୋଟି ଅତିରିକ୍ତ ଅର୍ଥ ରାଶିର ବ୍ୟୟ ବରାଦ କରିଛନ୍ତି । ଉଲ୍ଲେଖ ଯେ ୫-ଟି ଅଧ୍ୟକ୍ଷଙ୍କ ଜିଲ୍ଲା ଗସ୍ତ ସମୟରେ କମ୍ୟୁନିଟି ସର୍ପୋର୍ଟ ଷ୍ଟାଫ୍‌ମାନେ ତାଙ୍କୁ ପ୍ରୋତ୍ସାହନ ରାଶି ବୃଦ୍ଧି ବିଷୟରେ  ଦୃଷ୍ଟି ଆକର୍ଷଣ କରିଥିଲେ । ଯାହାକୁ ଆଖି ଆଗରେ ରଖି ଗତକାଲି ସରକାର ଏ ନେଇ ଘୋଷଣା କରିଛନ୍ତି l

MILLETS MISSION: କାହିଁକି ହେଲା ଫେମସ ?

Hybrid Chilli Varieties: ୩ କିସମର ହାଇବ୍ରିଡ ଲଙ୍କା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)