Government Schemes

KALIA SCHEME: ଏହି ତାରିଖକୁ ଆସିବ କିସ୍ତି ଟଙ୍କା

ଏହି ଯୋଜନା ଅଧୀନରେ ପ୍ରତ୍ୟେକ ହିତାଧିକାରୀ ପରିବାରକୁ ବର୍ଷକୁ ୪୦୦୦ ହଜାର ଟଙ୍କା ଦିଆଯାଏ ...

10 May, 2024 12:00 PM IST By: Tanushree Mahapatra

ରାଜ୍ୟର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ଓଡ଼ିଶାରେ କାଳିଆ ଯୋଜନା ପ୍ରଚଳିତ । ଏହି ଯୋଜନା ଅଧୀନରେ ରାଜ୍ୟର କୃଷକ ଏବଂ କୃଷି ଶ୍ରମିକ ପରିବାରର ପିଲାମାନଙ୍କୁ ଉତ୍ତମ ଅଧ୍ୟୟନ ପାଇଁ ଶିକ୍ଷା ଋଣ ମଧ୍ୟ ଦିଆଯାଏ l ଏହିପରି, ଏହି ଯୋଜନା ଓଡିଶାର କୃଷକ ପରିବାରମାନଙ୍କୁ ସେମାନଙ୍କର ଆର୍ଥିକ ଚିନ୍ତା ଦୂର କରି ସେମାନଙ୍କର ଜୀବନଶୈଳୀରେ ଉନ୍ନତି ଆଣିବାରେ ସାହାଯ୍ୟ କରେ l

ଏହି ଯୋଜନା ଅଧୀନରେ ପ୍ରତ୍ୟେକ ହିତାଧିକାରୀ ପରିବାରକୁ ବର୍ଷକୁ ୪୦୦୦ ହଜାର ଟଙ୍କା ଦିଆଯାଏ l ଏହି ଆର୍ଥିକ ସହାୟତା ହିତାଧିକାରୀମାନଙ୍କୁ ବର୍ଷକୁ ଦୁଇଥର ଫସଲ ପୂର୍ବରୁ ଦିଆଯାଏ l ଏହି କଲ୍ୟାଣ ଯୋଜନା ରାଜ୍ୟ ସରକାର ୨୦୧୮-୧୯  ଆର୍ଥିକ ବର୍ଷରେ ଆରମ୍ଭ କରିଥିଲେ ।

କାଳିଆ ଯୋଜନା ଅନୁଯାୟୀ, ଏହି ରାଶି ଗତ ମାର୍ଚ୍ଚ ୧୧, ୨୦୨୪ ରେ ରାଜ୍ୟ କୃଷକଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରାଯାଇଥିଲା । ଏହି ସମୟ ମଧ୍ୟରେ ୪୫.୭୬ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ୯୩୩ କୋଟି ଟଙ୍କା ହସ୍ତାନ୍ତର କରାଯାଇଛି । ନିକଟରେ ଓଡିଶାରେ ଏହି ଯୋଜନା ଆସନ୍ତା ତିନି ବର୍ଷ ପାଇଁ ବୃଦ୍ଧି କରାଯାଇଛି । ଏହା ବ୍ୟତୀତ ରାଜ୍ୟ ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ଜିଲ୍ଲା ପାଇଁ ୩୦ ଟି କାଳିଆ କେନ୍ଦ୍ର ଉଦଘାଟନ କରିଥିଲେ । ଯଦି ଆପଣ ମଧ୍ୟ ଓଡିଶାର ଜଣେ କୃଷକ ଅଟନ୍ତି ଏବଂ କାଳିଆ ଯୋଜନା ସହ ଜଡିତ ସର୍ବଶେଷ ସୂଚନା ପାଇବାକୁ ଚାହାଁନ୍ତି, ତେବେ ଏହି ଖବରରେ ଆମେ ଆପଣଙ୍କୁ କହିବୁ ଏହି ଯୋଜନା ଅଧୀନରେ ପରବର୍ତ୍ତୀ କିସ୍ତି କେବେ ପାଇବେ ?

ପରବର୍ତ୍ତୀ କିସ୍ତି କେବେ ଆସିବ ?

ଓଡ଼ିଶା ସରକାରଙ୍କ ଏହି କଲ୍ୟାଣ ଯୋଜନା ରାଜ୍ୟର ୪୦ ଲକ୍ଷ କ୍ଷୁଦ୍ର ଚାଷୀଙ୍କୁ ସାହାଯ୍ୟ କରୁଛି । ହିତାଧିକାରୀ କୃଷକମାନେ କାଳିଆ ଯୋଜନାର ପରବର୍ତ୍ତୀ କିସ୍ତିର ଲାଭ ପାଇବାକୁ ଅପେକ୍ଷା କରିଛନ୍ତି, KYC କାର୍ଯ୍ୟ କରିବା ସେମାନଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଛି l ସେହି କୃଷକ, ଯାହାର ଆଧାର ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ସହିତ ଲିଙ୍କ୍ ହୋଇନାହିଁ, ଏହି ଯୋଜନାର ଲାଭ ପାଇବେ ନାହିଁ କାରଣ ଟଙ୍କା ସେମାନଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର ହେବ ନାହିଁ l ତେଣୁ କୃଷକମାନେ ସେମାନଙ୍କର ଆଧାର ନମ୍ବରକୁ ଠିକ୍ ସମୟରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ସହିତ ଲିଙ୍କ କରିବା ଉଚିତ୍ l ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କାଳିଆ ଯୋଜନା ଅନ୍ତର୍ଗତ ପରବର୍ତ୍ତୀ କିସ୍ତିର ପରିମାଣ ଜୁନ୍ ରେ କୃଷକଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରାଯାଇପାରିବ । କାରଣ ଏହା ପରେ ଖରିଫ ଋତୁ ଆରମ୍ଭ ହେବ l ଏହି ସମୟରେ ଚାଷୀଙ୍କୁ ଅର୍ଥ ଆବଶ୍ୟକ ହୋଇଥାଏ l

ଏହି ଯୋଜନା ପାଇଁ ଆବଶ୍ୟକ ଯୋଗ୍ୟତା -

-ହିତାଧିକାରୀ କ୍ଷୁଦ୍ର ଏବଂ ନିମ୍ନ କୃଷକ ବର୍ଗରେ ରହିଥିବା ଆବଶ୍ୟକ l

-ଏହି ଯୋଜନା ଅଧୀନରେ, ସେହି ପରିବାର ଯେଉଁମାନେ କୃଷକ କିନ୍ତୁ ସେମାନଙ୍କର ନିଜସ୍ୱ ଜମି ନାହିଁ ସେମାନେ ସେମାନଙ୍କର ଜୀବିକା ପାଇଁ ସହାୟତା ପାଇପାରିବେ l

-କାଳିଆ ଯୋଜନା ଅଧୀନରେ ଅଭାବୀ କୃଷକ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି l

-ଦୁର୍ବଳ କୃଷକ ଏବଂ ଭୂମିହୀନ କୃଷକ ଶ୍ରମିକ ଅନ୍ତର୍ଭୁକ୍ତ ମଧ୍ୟ l ଏହା ବ୍ୟତୀତ କୃଷି ଶ୍ରମିକମାନେ ମଧ୍ୟ ଅଛନ୍ତି, ଯେଉଁମାନେ ବୃଦ୍ଧ, ଭିନ୍ନକ୍ଷମ ଏବଂ ଅସୁସ୍ଥ ଅଟନ୍ତି । ଏହିପରି ପରିବାରରେ ଜଣେ ସଦସ୍ୟଙ୍କୁ ଏହି ଯୋଜନାର ସୁବିଧା ଦିଆଯିବ।

ଏହି ଯୋଜନା ପାଇଁ ଆବଶ୍ୟକ ଡକ୍ୟୁମେଣ୍ଟ୍ -

-ବ୍ୟାଙ୍କ ଆକାଉଣ୍ଟ ନମ୍ବର

-ଆଧାର କାର୍ଡ ନମ୍ବର

-ମୋବାଇଲ୍ ନମ୍ବର

-ବ୍ଲକ ଜିଲ୍ଲା ଏବଂ ପଞ୍ଚାୟତ ବିବରଣୀ

-ନିଜ ଜମି ତଥ୍ୟ

ଅଧିକ ପଢ଼ନ୍ତୁ

Heavy rain alert: ଏହି ଜିଲ୍ଲାରେ ପ୍ରବଳ ଛେଚିବ!

ପବିତ୍ର ଅକ୍ଷୟ ତୃତୀୟା: ଆରମ୍ଭ ହେବ ରଥ ନିର୍ମାଣ କାର୍ଯ୍ୟ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)