Government Schemes

ପିଏମ କିସାନ ଯୋଜନାର ବଡ଼ ଅପଡେଟ: ଜାଣନ୍ତୁ କେବେ ଜାରି ହେବ ୧୪ତମ କିସ୍ତି...

କୁହାଯାଉଛି ଯେ ପିଏମ କିସାନ ସମ୍ମାନ ନିଧି ଯୋଜନାର ୧୪ତମ କିସ୍ତି ମେ ଏବଂ ଜୁନ୍ ମାସରେ ରିଲିଜ୍ ହୋଇପାରେ ।ତେବେ ଏ ନେଇ ସରକାର ଏପର୍ଯ୍ୟନ୍ତ କୌଣସି ସରକାରୀ ଘୋଷଣା କରିନାହାଁନ୍ତି। ୧୪ତମ କିସ୍ତିରେ ଦେଶର କୋଟି କୋଟି କୃଷକ ଉପକୃତ ହେବା ନେଇ ଆଶା ରଖିଛନ୍ତି ଚାଷୀ ।

24 April, 2023 11:53 AM IST By: Priyambada Rana

୨୭ ଫେବୃଆରୀରେ ପିଏମ ମୋଦୀ ୧୩ତମ କିସ୍ତି ପ୍ରକାଶ କରିଥିଲେ। ଯାହାର ଲାଭ ୮ କୋଟିରୁ ଅଧିକ ଛୋଟ ଓ ମଧ୍ୟବିତ୍ତ ଶ୍ରେଣୀର କୃଷକଙ୍କୁ ମିଳିଥିଲା । ମାତ୍ର ଏବେ ଦେଶର ବହୁ ସଂଖ୍ୟକ ଛୋଟ ଓ ମଧ୍ୟବିତ୍ତ ବର୍ଗର କୃଷକମାନେ ଋଣଦାତାମାନଙ୍କଠାରୁ ଋଣ ନେଇ ଚାଷ କରନ୍ତି । କିନ୍ତୁ ଅନେକ ସମୟରେ ଦେଖାଯାଇଥାଏ ଯେ ପାଣିପାଗ ସେମାନଙ୍କ ହୀତରେ ରହି ନଥାଏ ବା ସେମାନଙ୍କ ସହ ସହଯୋଗ କରେ ନାହିଁ ଅର୍ଥାତ ଅତିରିକ୍ତ ବର୍ଷା ଏବଂ କୁଆପଥର ବର୍ଷା ସେମାନଙ୍କ ଫସଲକୁ ନଷ୍ଟ କରିଦେଇଥାଏ ।

ଏଭଳି ପରିସ୍ଥିତିରେ କୃଷକମାନେ ଋଣରେ ବୁଡ଼ିଯାଆନ୍ତି। ଚାଷୀଙ୍କ ଏହି ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାର ଦେଶରେ ‘ପ୍ରଧାନମନ୍ତ୍ରୀ କିସାନ ସାମ୍ମାନ ନିଧି’ ଯୋଜନା ଚଳାଉଛନ୍ତି।ଏହି ଯୋଜନା ଅନ୍ତର୍ଗତ କେନ୍ଦ୍ରରେ ଥିବା ମୋଦୀ ସରକାର ବର୍ଷକୁ ହଜାର ହଜାର ଟଙ୍କା ଚାଷୀଙ୍କୁ ପ୍ରଦାନ କରୁଛନ୍ତି।

କୃଷକମାନେ ସମାନ୍ନ ନିଧି ଯୋଜନାରେ ଟଙ୍କା ନେଇ ସାର ଏବଂ ବିହନ କ୍ରୟ କରିବାରେ ସକ୍ଷମ ହୋଇପାରୁଛନ୍ତି । ଏଭଳି ପରିସ୍ଥିତିରେ ସେମାନଙ୍କୁ ଋଣଦାତାମାନଙ୍କଠାରୁ ଋଣ ନେବାକୁ ପଡ଼ିବ ନାହିଁ । ତେବେ କେନ୍ଦ୍ର ସରକାରଙ୍କ ଏହି ଯୋଜନାରୁ ମଧ୍ୟମ ଏବଂ କ୍ଷୁଦ୍ର ଶ୍ରେଣୀ କୃଷକମାନେ ବହୁ ଉପକୃତ ହୋଇଛନ୍ତି। ଆଗ ତୁଳନାରେ ସେମାନଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ଆସିଛି ।କେନ୍ଦ୍ରରେ ବିଜେପି ସରକାର ୨୦୧୯ ମସିହାରେ ପିଏମ କିସାନ ଯୋଜନା ଆରମ୍ଭ କରିଥିଲେ।

ଏହି ଯୋଜନା ଅନୁଯାୟୀ ମୋଦି ସରକାର ପ୍ରତିବର୍ଷ ଚାଷୀଙ୍କୁ ୬,୦୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇଥାନ୍ତି । ଏହି ରାଶି କୃଷକଙ୍କ ଆକାଉଣ୍ଟକୁ ବର୍ଷକୁ ୩ ଥର ପଠାଯାଇଥାଏ । ଏହି ରାଶି କୃଷକମାନଙ୍କୁ ପ୍ରତି ଚାରି ମାସରେ ୨,୦୦୦ ଟଙ୍କା କିସ୍ତିରେ ଦିଆଯାଏ । ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୩ଟି କିସ୍ତି ପ୍ରଦାନ କରିଛନ୍ତି। ବର୍ତ୍ତମାନ କୃଷକମାନେ ୧୪ତମ କିସ୍ତି ପାଇଁ ଅପେକ୍ଷା କରିଛନ୍ତି ।

କିନ୍ତୁ କୃଷକମାନେ ୧୪ତମ କିସ୍ତି ବିଷୟରେ ଚିନ୍ତା କରି ବ୍ୟସ୍ତ ହେବାର କୌଣସି ଆବଶ୍ୟକତା ନାହିଁ । କୁହାଯାଉଛି ଯେ ପିଏମ କିସାନ ସମ୍ମାନ ନିଧି ଯୋଜନାର ୧୪ତମ କିସ୍ତି ମେ ଏବଂ ଜୁନ୍ ମାସରେ ରିଲିଜ୍ ହୋଇପାରେ  ।ତେବେ ଏ ନେଇ ସରକାର ଏପର୍ଯ୍ୟନ୍ତ କୌଣସି ସରକାରୀ ଘୋଷଣା କରିନାହାଁନ୍ତି। ୧୪ତମ କିସ୍ତିରେ ଦେଶର କୋଟି କୋଟି କୃଷକ ଉପକୃତ ହେବା ନେଇ ଆଶା ରଖିଛନ୍ତି ଚାଷୀ ।

ଏଠାରେ ଆମେ କହି ରଖୁଛୁ ଯେ ପିଏମ ମୋଦୀ ୨୭ ଫେବୃଆରୀରେ ୧୩ତମ କିସ୍ତି ପ୍ରଦାନ କରିଛନ୍ତି। ଯାହାର ଲାଭ ଉଠାଇଥିଲେ ୮ କୋଟିରୁ ଅଧିକ ଚାଷୀ । ଏଥିପାଇଁ ୧୬,୮୦୦ କୋଟି କୋଟି ଟଙ୍କା ମୁକ୍ତ କରାଯାଇଥିଲା। ତେବେ ୧୩ତମ କିସ୍ତିରେ ହଜାର ହଜାର ଅଯୋଗ୍ୟ କୃଷକ ମଧ୍ୟ ପିଏମ କିସାନ ସମ୍ମାନ ନିଧି ଯୋଜନା ଲାଭ ଉଠାଇଛନ୍ତି ।

ଖୁବ୍ ଶୀଘ୍ର କୃଷକଙ୍କ ଆକାଣ୍ଟକୁ ଆସୁଛି ୬ହଜାର ଟଙ୍କା...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)