Government Schemes

Big Update: ଏଣିକି PDS ଦୋକାନରୁ ଅନଲାଇନରେ ମିଳିବ ସାମଗ୍ରୀ

ସାଧାରଣ ଗରିବଙ୍କ କଲ୍ୟାଣ ପାଇଁ ବଡ଼ ପଦକ୍ଷେପ ନିଆଯିବ। ଯାହାର ସମ୍ପୂର୍ଣ୍ଣ ସୂଚନା ଏହି ଆର୍ଟିକଲରେ ରହିଛି l

12 February, 2024 2:01 PM IST By: Tanushree Mahapatra

ଦେଶରେ ଅନେକ ରାସନ କାର୍ଡଧାରୀ ଅଛନ୍ତି , ଯେଉଁମାନେ ରାସନ କାର୍ଡ ତାଲିକାରେ ଏକ ନୂଆ ପରିବାର ସଦସ୍ୟଙ୍କ ନାମ ଅପଡେଟ୍ କରିବାକୁ ଚାହାଁନ୍ତି l କାର୍ଡରେ ସେହି ସଦସ୍ୟାଙ୍କ ନାମ ଯୋଡିବା ପାଇଁ ଚାହୁଁଛନ୍ତି l ତେବେ ଏପରି ପରିସ୍ଥିତିରେ ଆଉ ବ୍ୟସ୍ତ ହୁଅନ୍ତୁ ନାହିଁ କାରଣ ଅନଲାଇନ ମଧ୍ୟରେ ଆପଣ ଏହି କାମ ବସି ଘରେ କରିପାରିବେ ।

ଆପଣ ଅନଲାଇନ୍ ଏବଂ ଅଫଲାଇନ୍ ମାଧ୍ୟମରେ ରାସନ କାର୍ଡରେ ନୂଆ ନାମ ଯୋଡ଼ିପାରିବେ। ମାଗଣା ରାସନ ପାଇଁ ସରକାର ବିଭିନ୍ନ ସମୟରେ ନୂଆ ନୂଆ ପଦକ୍ଷେପ ନେଉଛନ୍ତି l ଯାହାର ଫାଇଦା ଏବେ ଘରର ଅନ୍ୟ ସଦସ୍ୟ ମଧ୍ୟ ଉଠାଇପାରିବେ l ଯେଉଁଥିରେ କେବଳ ମାଗଣା କିମ୍ବା ସବସିଡିଯୁକ୍ତ ରାସନ ନୁହେଁ ସରକାରୀ ଯୋଜନାର ଉତ୍ତମ ଲାଭ ମଧ୍ୟ ପାଇବେ ହିତାଧିକାରୀ ।

ସରକାରଙ୍କ ନୂଆ ପଦକ୍ଷେପ ଅନୁଯାୟୀ , ସରକାରୀ ରାସନ ଦୋକାନ ପ୍ରସଙ୍ଗରେ କେନ୍ଦ୍ର ସରକାର ଏକ ନୂଆ ଯୋଜନା ଲାଗୁ କରିବାକୁ ଯାଉଛନ୍ତି । ସାଧାରଣ ଗରିବଙ୍କ କଲ୍ୟାଣ ପାଇଁ ବଡ଼ ପଦକ୍ଷେପ ନିଆଯିବ। ଦେଶର ଗରିବ ଲୋକଙ୍କ କଲ୍ୟାଣ ପାଇଁ ରାସନ କାର୍ଡ ଦେଇ ଖାଦ୍ୟ ଏବଂ ଆର୍ଥିକ ସମ୍ବଳ ଯୋଗାଉଛନ୍ତି କେନ୍ଦ୍ର ସରକାର । କିନ୍ତୁ ନିକଟରେ କେନ୍ଦ୍ର ସରକାର PDS ରାସନ ଦୋକାନଗୁଡିକ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଯାହାର ସମ୍ପୂର୍ଣ୍ଣ ସୂଚନା ଏହି ଆର୍ଟିକଲରେ ରହିଛି l

ସରକାରୀ ରାସନ ଦୋକାନ ମାଧ୍ୟମରେ ଗୁଣାତ୍ମକ ଅତ୍ୟାବଶ୍ୟକ ସାମଗ୍ରୀ ଅନଲାଇନରେ ବିକ୍ରି ହୋଇପାରିବ କି ନାହିଁ ? ଅନଲାଇନରେ ଆପଣ କିପରି ପାଇବେ ଖାଦ୍ୟଦ୍ରବ୍ୟ ? ତାହା ଉପରେ କେନ୍ଦ୍ର ସରକାର ବର୍ତ୍ତମାନ ପରୀକ୍ଷଣ କରୁଛନ୍ତି । ରିହାତି ଷ୍ଟୋର ମାଧ୍ୟମରେ ସାବୁନ ଏବଂ ସାମ୍ପୁ ବିକ୍ରୟ କରିବାର ପ୍ରସ୍ତାବ ଉପରେ କେନ୍ଦ୍ର ସରକାର କାର୍ଯ୍ୟ କରୁଛନ୍ତି । NDC ରେ, ସ୍ୱଳ୍ପ ମୂଲ୍ୟର ଦୋକାନ ମାଧ୍ୟମରେ ଅନଲାଇନ୍ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବାକୁ ଯୋଜନା କରୁଛନ୍ତି ସରକାର । ONDC ହେଉଛି ଏକ ଇ-ବାଣିଜ୍ୟ ପ୍ଲାଟଫର୍ମ ଯାହା କେନ୍ଦ୍ର ସରକାର ସୃଷ୍ଟି କରିଛନ୍ତି । ଯାହା ଏକ ସରକାରୀ ଇ-ବାଣିଜ୍ୟ ପ୍ଲାଟଫର୍ମ l ଏହା ମାଧ୍ୟମରେ ଡୋର୍ ଟୁ ଡୋର ବିକ୍ରୟ ପାଇଁ ପ୍ରସ୍ତୁତି ଚାଲିଛି ସମସ୍ତ ଦ୍ରବ୍ୟ ।

ଏହା ଇ-କମର୍ସ ୟୁପିଆଇ ଭାବରେ ମଧ୍ୟ ବେଶ ଜଣାଶୁଣା । ଆମ ଦେଶରେ ଅନ୍ୟାନ୍ୟ ଇ-ବାଣିଜ୍ୟ ପ୍ରତିଯୋଗୀମାନଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ କେନ୍ଦ୍ର ସରକାର ଗୁଣାତ୍ମକ ଅତ୍ୟାବଶ୍ୟକ ସାମଗ୍ରୀ ବିତରଣ କରିବାର ଯୋଜନା ପ୍ରସ୍ତୁତ କରିଛନ୍ତି । ଯାହା ହିତାଧିକାରୀଙ୍କୁ ଅନେକ ଲାଭ ଦେବ l ବର୍ତ୍ତମାନ କେନ୍ଦ୍ର ସରକାର ଦୋକାନ ଗୁଡ଼ିକରେ ଅତି କମ୍ ମୂଲ୍ୟରେ ଚାଉଳ, ଗହମ, ବିଭିନ୍ନ ଶସ୍ୟ, ଡାଲି, ଚିନି ଏବଂ ଅନ୍ୟାନ୍ୟ ଦ୍ରବ୍ୟ ଗରିବ ଲୋକଙ୍କୁ ବିକ୍ରି କରୁଛନ୍ତି । ପବ୍ଲିକ୍ ଡିଷ୍ଟ୍ରିବ୍ୟୁଟ୍ ସିଷ୍ଟମ୍ ତଥା PDS ଅଧୀନରେ ରାସନ ଦୋକାନଗୁଡିକ ମଧ୍ୟ ଏଥିପାଇଁ କାର୍ଯ୍ୟ କରୁଛି ।

ବର୍ତ୍ତମାନ ଆମ ଦେଶରେ ସୂଚନା ଅନୁଯାୟୀ ପାଞ୍ଚ ଲକ୍ଷରୁ ଅଧିକ PDS ଦୋକାନ କାର୍ଯ୍ୟ କରୁଛି ମାଗଣା ରାସନ ବିତରଣ ପାଇଁ । ଏଥିରୁ ପ୍ରାୟତଃ ୮୦ କୋଟିରୁ ଅଧିକ ଲୋକ ଉପକୃତ ମଧ୍ୟ ହେଉଛନ୍ତି । କେନ୍ଦ୍ର ସରକାର ଏକ ବୃହତ ଜନସାଧାରଣ ବିତରଣ ନେଟୱାର୍କକୁ ପରୀକ୍ଷାମୂଳକ ଭାବରେ ଅନଲାଇନ୍ ଅର୍ଡର ଉପଭୋକ୍ତା ଉତ୍ପାଦ ଉପଲବ୍ଧ କରାଇବାକୁ ଚେଷ୍ଟା କରୁଛନ୍ତି । ଏହି ପରୀକ୍ଷଣ ପ୍ରଥମ କରି ହିମାଚଳ ପ୍ରଦେଶର ଉନା ଏବଂ ହମିରପୁର ଜିଲ୍ଲାରେ ଚାଲିଛି ।

ସେମାନେ ଏହାକୁ ସମଗ୍ର ଦେଶରେ କାର୍ଯ୍ୟକାରୀ କରିବାକୁ ଏବେ ଚିନ୍ତା କରୁଛନ୍ତି । ଅନ୍ୟାନ୍ୟ ଅନଲାଇନ ସାଇଟ ଭଳି କମ୍ପାନୀ ପାଇଁ ଏହା ଏକ ବଡ଼ ଆହ୍ବାନ ହେବ । ଯଦି ଏହି ପରୀକ୍ଷଣ ସଫଳ ହୁଏ ତେବେ ଆଗାମୀ ଦିନରେ ଲୋକମାନେ PDS ଦୋକାନରୁ ଅନଲାଇନରେ ବିଭିନ୍ନ ପ୍ରକାରର ଉତ୍ପାଦ କିଣି ପାରିବେ । କେବଳ ଅପେକ୍ଷା ସରକାରଙ୍କ ଏହି ନିଷ୍ପତ୍ତି କେବେଠାରୁ ଆରମ୍ଭ ହେବ ବିଭିନ୍ନ ରାଜ୍ୟରେ l

Online Ration card: ସାମିଲ କରନ୍ତୁ ଫ୍ୟାମିଲି ମେମ୍ବରଙ୍କ ନାମ

Free Electricity: ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍