Government Schemes

ଏବେ ଗାଁ ଗାଁ ରେ ‘ମୋ ସେବା କେନ୍ଦ୍ର’, ସେବା ଯୋଗାଇବେ ସରକାର...

ରାଜ୍ୟବାସୀଙ୍କ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଆଦି ସମସ୍ତ ସୁବିଧା ପାଇଁ ରାଜ୍ୟ ସରକାର ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ବିଶେଷ କରି ଗ୍ରାମାଞ୍ଚଳରେ ବସବାସ ବସବାସ କରୁଥିବା ଲୋକମାନେ କିପରି ଶିକ୍ଷା କ୍ଷେତ୍ର ସହ ଜଡ଼ିତ ସମସ୍ତ ସେବା ପାଇବା ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ପାରିବେ ସେନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାଧାନ୍ୟ ଦେଉଛନ୍ତି ।

12 April, 2023 1:49 PM IST By: Priyambada Rana

ରାଜ୍ୟବାସୀଙ୍କ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଆଦି ସମସ୍ତ ସୁବିଧା ପାଇଁ ରାଜ୍ୟ ସରକାର ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ବିଶେଷ କରି ଗ୍ରାମାଞ୍ଚଳରେ ବସବାସ ବସବାସ କରୁଥିବା ଲୋକମାନେ କିପରି ଶିକ୍ଷା କ୍ଷେତ୍ର ସହ ଜଡ଼ିତ ସମସ୍ତ ସେବା ପାଇବା ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ପାରିବେ ସେନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାଧାନ୍ୟ ଦେଉଛନ୍ତି ।

ତେବେ ଜନସାଧାରଣ ଯେପରି ଗୋଟିଏ ସ୍ଥାନରେ ଏକାଧିକ ସେବା ପାଇ ପାରିବେ ସେନେଇ ସରକାର ଯତ୍ନଶୀଳ ହୋଇଛନ୍ତି । ରାଜ୍ୟର ପ୍ରତ୍ୟେକ ପଞ୍ଚାୟତ ଅଫିସ ଭିତରେ ‘ମୋ ସେବା କେନ୍ଦ୍ର’ ରହିବ । ଯେଉଁ ପଞ୍ଚାୟମାନଙ୍କରେ ଏହି କେନ୍ଦ୍ର ନାହିଁ ସେଠାରେ ନୂଆ ମୋ ସେବା କେନ୍ଦ୍ର ଖୋଲାଯିବ । ସରକାରୀ ସ୍ତରରେ ଏନେଇ ନିଷ୍ପତ୍ତି ନିଆଯିବା ସହିତ ପ୍ରତି ପଞ୍ଚାୟତ ଅଫିସକୁ ସର୍ଭିସ୍ ଡେଲିଭରି ହବରେ ପରିଣତ କରିବାକୁ ଲକ୍ଷ୍ୟ କରାଯାଇଛି ।

ରାଜ୍ୟରେ ଏବେ ୬୫୦୦ ମୋ ସେବା କେନ୍ଦ୍ର କାର୍ଯ୍ୟକ୍ଷମ ହେଉଥିବା ବେଳେ ଅଧିକାଂଶ କେନ୍ଦ୍ର ଗାଁମାନଙ୍କର ଖୋଲିବା ସହ ଲୋକଙ୍କୁ ଜରୁରୀ ସେବା ଯୋଗାଉଛି । ତେବେ ପଞ୍ଚାୟତକୁ ସେବା ପ୍ରଦାନର ହବ୍ ଭାବେ ପରିଣତ କରିବା ଉଦ୍ଦେଶ୍ୟରେ ସବୁ ମୋ ସେବା କେନ୍ଦ୍ରକୁ ଯୁଦ୍ଧକାଳୀନ ଭିତ୍ତିରେ ପଞ୍ଚାୟତ ଅଫିସ ପରିସରକୁ ନିଆଯିବ । ଏଥିପାଇଁ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ରାଜ୍ୟ ବୈଦ୍ୟୁତିକ ଓ ଆଇଟି ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି । ଏଥିସହିତ ପଞ୍ଚାୟତ ଅଫିସ ପରିସରରେ ମୋ ସେବା ପାଇଁ ଆବଶ୍ୟକ ଭିତ୍ତିଭୂମି ସ୍ଥାପନ କରିବାକୁ ପଞ୍ଚାୟତିରାଜ ବିଭାଗକୁ କୁହାଯାଇଛି ।

ପଞ୍ଚାୟତ ଅଫିସରେ ମୋ ସେବା କେନ୍ଦ୍ର କାର୍ଯ୍ୟକାରୀ ହେବା ଫଳରେ ଜନସାଧାରଣ ଗୋଟିଏ ସ୍ଥାନରେ ୧୫ରୁ ଅଧିକ ସେବା ପାଇ ପାରିବେ । ଏହି ସେବାଗୁଡ଼ିକ ମଧ୍ୟରେ ଆଧାର କାର୍ଡ ଆବେଦନ, ଭୋଟର ପରିଚୟ ପତ୍ର ଆବେଦନ, ରାସନ କାର୍ଡ ସେବା, ବ୍ୟାଙ୍କିଂ ସେବା, ବିବାହ ରେଜିଷ୍ଟ୍ରେସନ, ପେନସନ ସେବା, ଗାଡ଼ି ଟିକସ, ଗାଡ଼ି ମାଲିକାନା ପରିବର୍ତ୍ତନ, କୃଷି ସେବା, ଡ୍ରାଇଭିଂ ଲାଇସେନ୍ସ ଆବେଦନ, ବିଲ୍ ପେମେଣ୍ଟ, ରିଚାର୍ଜ, ସରକାରୀ ଚାକିରି ଆବେଦନ, ପାନ କାର୍ଡ ଆବେଦନ, ଡିଜିଟାଲ ସାଇନ, ଜିଏସଟି ଭଳି ସେବା ମିଳିପାରିବ । ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ଜନସାଧାରଣ ବିଶେଷ ଭାବେ ଉପକୃତ ହୋଇ ପାରିବେ।

ମୋ ସେବା କେନ୍ଦ୍ର ମାଧ୍ୟମରେ ୪୦୦ରୁ ଅଧିକ ସେବା ସୁଲଭ ମୂଲ୍ୟରେ ନାଗରିକଙ୍କ ପାଇଁ ଉପଲବ୍ଧ କରାଯାଇଛି । ପୂର୍ବରୁ ଏହି ମଡେଲ୍ “ସହରାଂଚଳ ମୋ ସେବା କେନ୍ଦ୍ର” ସହରାଞ୍ଚଳ ନାଗରିକଙ୍କ ବସବାସ କରୁଥିବା ଲୋକଙ୍କ ଦୈନନନ୍ଦିନ ଡିଜିଟାଲ୍ ସେବାର ଆବଶ୍ୟକତାକୁ ପୂରଣକରୁଥିଲା । ଏହି ସେବାକେନ୍ଦ୍ରରେ ୪ଟି ସାଧାରଣ କାଉଣ୍ଟର ଏବଂ ୨ଟି ଆଧାର କାଉଣ୍ଟର ଉପଲବ୍ଧ କରାଯାଇଥିଲା । ଏହି କେନ୍ଦ୍ରରେ ସାଧାରଣ ଲୋକଙ୍କ ପାଇଁ ସୁବ୍ୟବସ୍ଥିତ ପ୍ରତୀକ୍ଷାଗୃହର ମଧ୍ୟ ବ୍ୟବସ୍ଥା କରାଯାଇଥିଲା ।

ଖୁବ୍ ଶୀଘ୍ର କୃଷକଙ୍କ ଆକାଣ୍ଟକୁ ଆସୁଛି ୬ହଜାର ଟଙ୍କା...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)