Government Schemes

ମୋଦୀ ସରକାରଙ୍କ ଏହି ଯୋଜନା ଦେବ ଡବଲ ଲାଭ

ଚାଷୀ ଠାରୁ ଆରମ୍ଭ କରି ବେରୋଜଗାରଙ୍କ ପାଇଁ କେନ୍ଦ୍ର ସରକାର ଅନେକ ସହାୟତା ପ୍ରଦାନ କରୁଛନ୍ତି l ଅନେକ ଯୋଜନା ଦେଶରେ କାର୍ଯ୍ୟକାରୀ କରାଯାଇଛି ଯାହାଦ୍ୱାରା ଦେଶବାସୀ ଉପକୃତ ହୋଇପାରୁଛନ୍ତି l ସେହିପରି କେନ୍ଦ୍ର ସରକାରଙ୍କ ଏପରି ଯୋଜନା ରହିଛି ଯେଉଁଥିରେ ଆପଣ ଅଳ୍ପ ନିବେଶ କରି ଲାଭଦାୟକ ବୀମା କଭର ପାଇପାରିବେ ।

13 November, 2023 10:38 AM IST By: Tanushree Mahapatra

ଚାଷୀ ଠାରୁ ଆରମ୍ଭ କରି ବେରୋଜଗାରଙ୍କ ପାଇଁ କେନ୍ଦ୍ର ସରକାର ଅନେକ ସହାୟତା ପ୍ରଦାନ କରୁଛନ୍ତି l ଅନେକ ଯୋଜନା ଦେଶରେ କାର୍ଯ୍ୟକାରୀ କରାଯାଇଛି ଯାହାଦ୍ୱାରା ଦେଶବାସୀ ଉପକୃତ ହୋଇପାରୁଛନ୍ତି l ସେହିପରି କେନ୍ଦ୍ର ସରକାରଙ୍କ ଏପରି ଯୋଜନା ରହିଛି ଯେଉଁଥିରେ ଆପଣ ଅଳ୍ପ ନିବେଶ କରି ଲାଭଦାୟକ ବୀମା କଭର ପାଇପାରିବେ । ସେହି ଯୋଜନା ମଧ୍ୟରୁ ଏକ ଯୋଜନା ହେଉଛି ପ୍ରଧାନମନ୍ତ୍ରୀ ସୁରକ୍ଷ ବିମା (PMSBY) । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଥମ କାର୍ଯ୍ୟକାଳ ମଧ୍ୟରେ ଏହି ଯୋଜନା ଆରମ୍ଭ ହୋଇଥିଲା l  ଏହି ଯୋଜନା ମାଧ୍ୟମରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କଭର ପ୍ରଦାନ କରାଯାଉଛି ସରକାରଙ୍କ । 

ପ୍ରଧାନମନ୍ତ୍ରୀ ସୁରକ୍ଷ ବିମା ଯୋଜନା ମାଧ୍ୟମରେ ଏହି ଲାଭ ଉଠାଇପାରିବେ l ମୋଦୀ ସରକାରଙ୍କ ପ୍ରଥମ କାର୍ଯ୍ୟକାଳର ଏହି ଯୋଜନା ହେଉଛି ୧ ବର୍ଷର ଦୁର୍ଘଟଣା ସରକାରୀ ବୀମା ଯୋଜନା । ଏହା ଅଧୀନରେ ଦୁର୍ଘଟଣା ଜନିତ ମୃତ୍ୟୁ କିମ୍ବା ଅକ୍ଷମତା କଭର ମିଳିଥାଏ । କିନ୍ତୁ ବର୍ଷକୁ ବର୍ଷ ଏହାକୁ ରିନ୍ୟୁ କରିବାକୁ ପଡିଥାଏ । ୧୮ ରୁ ୭୦ ବର୍ଷ ବର୍ଗରେ ଆସୁଥିବା ବ୍ୟକ୍ତି, ଯାହାର ବ୍ୟକ୍ତିଗତ କିମ୍ବା ଡାକଘର ଆକାଉଣ୍ଟ ରହିଛି, ସେହି ବ୍ୟକ୍ତିମାନେ ଏହି ଯୋଜନା ଅଧୀନରେ ନାମ ଲେଖାଇବାକୁ ଯୋଗ୍ୟ ବିବେଚିତ ହେବେ ।

ତେବେ ଆସନ୍ତୁ ଜାଣିବା ଯୋଜନାର ପ୍ରିମିୟମ କ’ଣ ରହିଛି ? ଏହି ଯୋଜନାର ପ୍ରିମିୟମରେ ଦୁର୍ଘଟଣା ହେତୁ ମୃତ୍ୟୁ ହୋଇଥିବ କିମ୍ବା ବିକଳାଙ୍ଗ ହୋଇଥିବେ ସେଥିପାଇଁ ତାଙ୍କୁ ବାର୍ଷିକ ୨୦ ଟଙ୍କା ପ୍ରିମିୟମରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆକସ୍ମିକ ମୃତ୍ୟୁ ସହ ବିକଳାଙ୍ଗ କଭର ମିଳିବ । ଏହି ଯୋଜନା ଅଧୀନରେ ନାମାଙ୍କନପତ୍ର ଆକାଉଣ୍ଟଧାରୀଙ୍କ ବ୍ୟାଙ୍କର ୱେବସାଇଟ୍ କିମ୍ବା ଡାକଘରେ ପୋଷ୍ଟ ଅଫିସ୍ ସେଭିଂ ବ୍ୟାଙ୍କ ଆକାଉଣ୍ଟ ମାମଲାରେ ଡାକଘରକୁ ଯାଇ ଆବେଦନ କରିପାରିବ । ତେବେ ଏହି ଯୋଜନା ମାଧ୍ୟମରେ ପ୍ରିମିୟମ ଆକାଉଣ୍ଟଧାରୀଙ୍କ ୧ ଲକ୍ଷ ଟଙ୍କା ଆଦେଶ ଉପରେ ଆଧାର କରି ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ପ୍ରତିବର୍ଷ ଅଟୋ ଡେବିଟ୍ କରାଯାଇଥାଏ । 

ପୂର୍ବରୁ ଏହି ଯୋଜନାର ପ୍ରିମିୟମ ବାର୍ଷିକ ୧୨ ଟଙ୍କା ରହିଥିଲା । ତେବେ ଗତ ବର୍ଷ ସରକାର ଏହି ପ୍ରିମିୟମକୁ ୨୦ ଟଙ୍କାକୁ ବୃଦ୍ଧି କରିଥିଲେ ଯାହା ଦେଶବାସୀଙ୍କ ଅନେକ ସହାୟତା ମିଳିପାରୁଛି । ସ୍କିମ୍ ଏବଂ ଫର୍ମଗୁଡିକ ବିଷୟରେ ବିସ୍ତୃତ ସୂଚନା ଆପଣ ହିନ୍ଦୀ, ଇଂରାଜୀ ଏବଂ ଆଞ୍ଚଳିକ ଭାଷାରେ ପାଇ ପାରିବେ l ଅଧିକ ତଥ୍ୟ ଜାଣିବା ପାଇଁ ଆପଣ   https://jansuraksha.gov.in ପରିଦର୍ଶନ କରନ୍ତୁ । 

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)