Government Schemes

ମୋଦୀ ସରକାରଙ୍କ ଉପହାର: ଏବେ RD ରେ ମିଳିବ ଅଧିକ ଫାଇଦା

ବର୍ଷ ସରିବାକୁ ଆସିଲାଣି l ବର୍ଷ ଶେଷରେ ରହିଛି ଅନେକ ପର୍ବ ପର୍ବାଣି l ଆଉ ଏହି ଅବସରରେ ଦେଶବାସୀ କିମ୍ବା ସରକାରୀ କର୍ମଚାରୀଙ୍କୁ ଆବଶ୍ୟକ ସରକାରୀ ଉପହାର l କରମ ପ୍ରତିବର୍ଷ ସରକାର ତାଙ୍କ କର୍ମଚାରୀଙ୍କ ପାଇଁ କିଛି ନା କିଛି ଉପହାର ପ୍ରଦାନ କରିଥାନ୍ତି l

02 October, 2023 11:53 AM IST By: Tanushree Mahapatra

ବର୍ଷ ସରିବାକୁ ଆସିଲାଣି l ବର୍ଷ ଶେଷରେ ରହିଛି ଅନେକ ପର୍ବ ପର୍ବାଣି l ଆଉ ଏହି ଅବସରରେ ଦେଶବାସୀ କିମ୍ବା ସରକାରୀ କର୍ମଚାରୀଙ୍କୁ ଆବଶ୍ୟକ ସରକାରୀ ଉପହାର l  କରମ ପ୍ରତିବର୍ଷ ସରକାର ତାଙ୍କ କର୍ମଚାରୀଙ୍କ ପାଇଁ କିଛି ନା କିଛି ଉପହାର ପ୍ରଦାନ କରିଥାନ୍ତି l ସେହିପରି ଏ ବର୍ଷ ମଧ୍ୟ ପାର୍ବଣ ଋତୁରେ ଦେଶର ଲୋକମାନଙ୍କୁ ଏକ ବଡ଼ ଖୁସି ଖବର ଦେବେ ମୋଦି ସରକାର । 

ପୁଞ୍ଜି ନିବେଶ ପାଇଁ ଅଧିକ ଧ୍ୟାନ ଦେଉଥିବା ଲୋକଙ୍କ ପାଇଁ ଏହି ଖବରଟି ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଥିବ ବୋଲି ଆଶା କରୁଛୁ । ତେବେ ଯେଉଁମାନେ RDରେ କାମ କରୁଛନ୍ତି ସେମାନଙ୍କୁ ମିଳିବାକୁ ଯାଉଛି ଉପହାର । ବାସ୍ତବରେ ଆଗକୁ ଆସୁଛି ଦୀପାବଳି ତେବେ ଏହା ପୂର୍ବରୁ ମୋଦୀ ସରକାର ପୁଞ୍ଜି ବିନିଯୋଗ ସହ ଏପରି ଘୋଷଣା କିଛି କରିଛନ୍ତି ଯାହା ଉଭୟ ଗରିବ ଏବଂ ଧନୀ ଶ୍ରେଣୀର ଲୋକଙ୍କୁ ଉପକୃତ କରିବ ବୋଲି ଆଶା କରାଯାଉଛି ।

ମୋଦୀ ସରକାର ଚଳିତ ବର୍ଷ ଡିସେମ୍ବରର ତ୍ରୟ ମାସିକ ପାଇଁ ପାଞ୍ଚ ବର୍ଷର ଡାକଘରର RD ଉପରେ ସୁଧ ବୃଦ୍ଧି କରିଛନ୍ତି । ଯାହାଦ୍ୱାରା କି ଅନେକ ଲୋକ ବର୍ତ୍ତମାନ ଆରଡି ଉପରେ ଅଧିକ ସୁଧ ପାଇବେ ବୋଲି କୁହାଯାଇଛି । ସେହିପରି ବର୍ତ୍ତମାନ ପାଞ୍ଚ ବର୍ଷର ଆରଡି ଉପରେ ସୁଧକୁ ୬.୭ ପ୍ରତିଶତ ବୃଦ୍ଧି କରିଛନ୍ତି ସରକାର । ଏହିପରି ପରିସ୍ଥିତିରେ, ଯେଉଁମାନେ ଦୀର୍ଘ ସମୟ ପାଇଁ ତାଙ୍କ ସଞ୍ଚୟ କରିବେ, ସେମାନେ ଅଧିକ ସୁଧ ପାଇବେ ସରକାରଙ୍କ ଏହି ନିଷ୍ପତ୍ତି ଅନୁଯାୟୀ ।

ସେହିପରି ବର୍ତ୍ତମାନ ଅକ୍ଟୋବର ଏବଂ ଡିସେମ୍ବର ୨୦୨୩ ର ତ୍ରୟ ମାସିକ ପାଇଁ, ପୋଷ୍ଟ ଅଫିସ ସେଭିଂ ଆକାଉଣ୍ଟରେ ପ୍ରାୟତଃ ୪ ପ୍ରତିଶତ, ଡାକଘର ଆରଡିରେ ମୋଟ ୬.୭ ପ୍ରତିଶତ, ଡାକଘର ମାସିକ ଆୟ ଯୋଜନାରେ ମୋଟ ୭.୪ ପ୍ରତିଶତ, କିସାନ ବିକାଶ ଯୋଜନାରେ ପ୍ରାୟ ୭.୫ ପ୍ରତିଶତ , ସେହିପରି ପିପିଏଫରେ ମୋଟ ୭.୧ ପ୍ରତିଶତ, ସୁକନ୍ୟା ସମୃଦ୍ଧି ଯୋଜନାରେ ୮ ପ୍ରତିଶତ l 

ଜାତୀୟ ସଞ୍ଚୟ ପ୍ରମାଣପତ୍ରରେ ୭.୭ ପ୍ରତିଶତ ସୁଧ ଏବଂ ବରିଷ୍ଠ ନାଗରିକଙ୍କ ସଞ୍ଚୟ ଯୋଜନାରେ ମୋଟ ୮.୨ ପ୍ରତିଶତ ସୁଧ ପ୍ରଦାନ କରାଯିବ ବୋଲି ସରକାର କହିଛନ୍ତି । ଏହି ସୁଯୋଗକୁ ଦୃଷ୍ଟିରେ ରଖି ଲୋକମାନେ ଚଳିତ ଯୋଜନା ମାଧ୍ୟମରେ ଟଙ୍କା ବିନିଯୋଗ କରିପାରିବେ ବୋଲି କୁହାଯାଇଛି ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)