Government Schemes

ବଡ଼ ନିଷ୍ପତ୍ତି: ଋଣ ବୃଦ୍ଧି କଲେ ସରକାର

ସୂଚନା ଅନୁଯାୟୀ ଭାଗଚାଷୀ ଅଧିକ ଆତ୍ମହତ୍ୟା କରୁଛନ୍ତି । ନିଜସ୍ବ ଜମି ପଟ୍ଟା ନଥିବାରୁ ଏହି ଚାଷୀଙ୍କୁ କୃଷି ଋଣ ମିଳେ ନାହିଁ। ଯାହାଦ୍ୱାରା ସେମାନେ ମହାଜନ କିମ୍ବା ଅନ୍ୟ କୌଣସି ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ଠାରୁ ଋଣ ନେବାକୁ ସେମାନେ ବାଧ୍ୟ ହୋଇଥାନ୍ତି l

30 January, 2025 12:18 PM IST By: Tanushree Mahapatra

ଚାଷୀଙ୍କ ପାଇଁ ଖୁସି ଖବର l ରାଜ୍ୟ ସରକାର ନେଲେ  ବଡ଼ ନିଷ୍ପତ୍ତି । ଚାଷୀଙ୍କ ପାଇଁ ସରକାର ‘ବଳରାମ’ ଯୋଜନାରେ ଭୂମିହୀନ ଚାଷୀଙ୍କୁ ବିନା ବନ୍ଧକରେ ରୁହ ରିହାତି ଦରରେ ପ୍ରଦାନ କରାଯାଉଥିବା ଋଣ ପରିମାଣକୁ ୨ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି ।

ଯାହାକି ପୂର୍ବରୁ ଋଣ ପରିମାଣ ୧ଲକ୍ଷ ୬୦ହଜାର ଟଙ୍କା ରହିଥିଲା। ଭାରତୀୟ ରିଜର୍ଭ ବ୍ୟାଙ୍କର ନୂଆ ନିର୍ଦ୍ଦେଶନାମା ଅନୁଯାୟୀ ରାଜ୍ୟ କୃଷି ବିଭାଗ ପକ୍ଷରୁ ‘ବଳରାମ’ ଯୋଜନା ହିତାଧିକାରୀଙ୍କ ଋଣ ପରିମାଣକୁ ୨ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ।

ସୂଚନା ଅନୁଯାୟୀ ଭାଗଚାଷୀ ଅଧିକ ଆତ୍ମହତ୍ୟା କରୁଛନ୍ତି । ନିଜସ୍ବ ଜମି ପଟ୍ଟା ନଥିବାରୁ ଏହି ଚାଷୀଙ୍କୁ କୃଷି ଋଣ ମିଳେ ନାହିଁ। ଯାହାଦ୍ୱାରା ସେମାନେ ମହାଜନ କିମ୍ବା ଅନ୍ୟ କୌଣସି ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ଠାରୁ ଋଣ ନେବାକୁ ସେମାନେ ବାଧ୍ୟ ହୋଇଥାନ୍ତି l ଋଣ ପରିଶୋଧ କରିବାରେ ସମସ୍ତ ଅର୍ଥ ସରିଯାଏ ଲାଭ ନ ହେଉଥିବାରୁ ସେମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ।

ପରିଶ୍ରମ କଲେ ମଧ୍ୟ  ଆର୍ଥିକ ସ୍ଥିତି ସୁଦୃଢ ହୋଇପାରେ ନାହିଁ ସେହି ଚାଷୀଙ୍କର । ଏହି ସମସ୍ତ ସ୍ଥିତିକୁ ଅନୁଧ୍ୟାନ କରି ୨୦୨୦ ରେ ଓଡିଶା ରାଜ୍ୟ ସରକାର ବଳରାମ ଯୋଜନା ଆରମ୍ଭ କରିଥିଲେ । ଏଥିରେ ଚାଷୀଙ୍କୁ ୧.୬ ଲକ୍ଷ ଟଙ୍କା ଋଣ ଦିଆଯିବା ନେଇ ଘୋଷଣା କରାଯାଇଥିଲା । ଯାହା ଏବେ ବୃଦ୍ଧି କରାଯାଇଛି l ଯାହା ନିମ୍ନ ଭାଗ ଚାଷୀଙ୍କୁ ସହାୟକ ପ୍ରଦାନ କରିବ l

Read more

Gram Suraksha Yojana: ଏହି ସ୍କିମ କରିଦେବ ଲକ୍ଷପତି !

BCA ର ନୂତନ ଲୋଗୋ ଉନ୍ମୋଚନ: ନବସୃଜନ ଏବଂ ସ୍ଥାୟୀତ୍ୱ ପାଇଁ ନୂତନ ଦୃଷ୍ଟିକୋଣ