Government Schemes

ପୁରୁଣା ପେନସନକୁ ନେଇ କର୍ମଚାରୀଙ୍କ ପାଇଁ ଜରୁରୀ ଅପଡେଟ୍

ଅନେକ ରାଜ୍ୟରେ ସରକାରୀ କର୍ମଚାରୀଙ୍କୁ ପୁରୁଣା ପେନସନ ଯୋଜନାର ଲାଭ ପ୍ରଦାନ କରାଯାଉଛି କେନ୍ଦ୍ର ସରକାରଙ୍କ ତରଫରୁ । ଏହାରି ଭିତରେ ଆଉ ଏକ ନୂଆ ଖବର ସାମ୍ନାକୁ ଆସିଛି l ପୁରୁଣା ପେନସନ ଯୋଜନା ପୁନଃ ଆରମ୍ଭ କରିବାକୁ ହିମାଚଳ ପ୍ରଦେଶ ସରକାର ଏକ ବିଜ୍ଞପ୍ତି ଜାରି କରିଛନ୍ତି ।

20 April, 2023 7:00 PM IST By: Tanushree Mahapatra

ଅନେକ ରାଜ୍ୟରେ ସରକାରୀ କର୍ମଚାରୀଙ୍କୁ ପୁରୁଣା ପେନସନ ଯୋଜନାର ଲାଭ ପ୍ରଦାନ କରାଯାଉଛି କେନ୍ଦ୍ର ସରକାରଙ୍କ ତରଫରୁ । ଏହାରି ଭିତରେ ଆଉ ଏକ ନୂଆ ଖବର ସାମ୍ନାକୁ ଆସିଛି l ପୁରୁଣା ପେନସନ ଯୋଜନା ପୁନଃ ଆରମ୍ଭ କରିବାକୁ ହିମାଚଳ ପ୍ରଦେଶ ସରକାର ଏକ ବିଜ୍ଞପ୍ତି ଜାରି କରିଛନ୍ତି ।

ହିମାଚଳ ପ୍ରଦେଶର କର୍ମଚାରୀମାନେ ଏପ୍ରିଲ ୧ ତାରିଖରୁ ପୁରୁଣା ପେନସନର ସୁବିଧା ପାଇବେ ଯାହା ବନ୍ଦ କରି ଦିଆଯାଇଥିଲା । ସେହିପରି କର୍ଣ୍ଣାଟକ ଓ ମହାରାଷ୍ଟ୍ର ସରକାରଙ୍କ କର୍ମଚାରୀମାନେ ଦୀର୍ଘ ଦିନ ଧରି ପୁରୁଣା ପେନସନ୍ ଯୋଜନା କାର୍ଯ୍ୟକାରୀ କରିବାକୁ ପାଇଁ ଦାବି କରିଆସୁଛନ୍ତି । ଗତ କିଛି ଦିନ ହେବ କେନ୍ଦ୍ରୀୟ କର୍ମଚାରୀମାନେ ମଧ୍ୟ ପୁରୁଣା ପେନସନ୍ ଲାଗୁ କରିବା ପାଇଁ ଦାବି କରୁଛନ୍ତି ।

ଏହି ପ୍ରସଙ୍ଗ ଆଲୋଚନା ସମୟରେ କେନ୍ଦ୍ର ଅର୍ଥ ରାଜ୍ୟମନ୍ତ୍ରୀ ଭାଗବତ କରାଦ ରାଜ୍ୟସଭାରେ ଏ ନେଇ ଉତ୍ତର ଦେଇଛନ୍ତି । ସେ ନିଜ ଜବାବରେ ସ୍ପଷ୍ଟ କରିଛନ୍ତି ଯେ, ପୁରୁଣା ପେନସନ ଯୋଜନାକୁ କୌଣସି ପ୍ରକାରେ ପୁନଃ କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସରକାର ବିଚାର କରି ନାହାନ୍ତି ଏ ପର୍ଯ୍ୟନ୍ତ ବୋଲି ସ୍ପଷ୍ଟ କରିଛନ୍ତି  । ସେ କହିଛନ୍ତି ଯେ, ଯେଉଁ ରାଜ୍ୟ ସରକାର ପୁରୁଣା ପେନସନକୁ ପୁନଃ ଲାଗୁ କରିବାକୁ ଚାହୁଁଛନ୍ତି, ସେମାନେ ନୂଆ ପେନସନ ସିଷ୍ଟମ ଅଧୀନରେ ସଂଗୃହୀତ ହେଉଥିବା ପାଣ୍ଠି ଫେରସ୍ତ ପାଇବେ ନାହିଁ । ଏ ବିଷୟରେ PFRDA ଆକ୍ଟରେ କୌଣସି ପ୍ରାବଧାନ ନାହିଁ । ତେଣୁ ଏହି ସୁବିଧାରୁ ସେମାନେ ବଞ୍ଚିତ ହେବେ l

ରାଜସ୍ଥାନ, ଝାଡଖଣ୍ଡ, ଛତିଶଗଡ, ହିମାଚଳ ପ୍ରଦେଶ ଏବଂ ପଞ୍ଜାବ ସରକାରଙ୍କ ଦ୍ୱାରା ପୁରୁଣା ପେନ୍‌ସନ ଯୋଜନାକୁ ପୁନଃ ଲାଗୁ କରିବାର ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ରକୁ ସୂଚନା ଦିଆଯାଇଥିଲା । ଏହି ରାଜ୍ୟ ସରକାରମାନେ NPS ଅଧୀନରେ ସଂଗୃହୀତ ରାଶି ଫେରସ୍ତ କରିବାକୁ ଅନୁରୋଧ ମଧ୍ୟ କରିଛନ୍ତି ।

ଏ ନେଇ ଭାଗବତ କରାଦ କହିଛନ୍ତି ଯେ, ପେନସନ ପାଣ୍ଠି ନିୟାମକ ଓ ବିକାଶ ପ୍ରାଧିକରଣ ଅଧିନିୟମ, ୨୦୧୩ ଅନୁଯାୟୀ ଏ ଭଳି କୌଣସି ବ୍ୟବସ୍ଥା ନାହିଁ, ଯାହା ଅଧୀନରେ ଗ୍ରାହକଙ୍କ ଜମା ହୋଇଥିବା ଅର୍ଥ ଫେରସ୍ତ କରାଯାଇପାରିବ । ଜାନୁୟାରୀ ୧,୨୦୦୪ ପରେ ନିଯୁକ୍ତ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଉପରେ OPS ପୁନଃ ଲାଗୁ କରିବା ପାଇଁ କୌଣସି ପ୍ରସ୍ତାବ ଉପରେ କେନ୍ଦ୍ର ସରକାର କୌଣସି ନୂଆ ପରିଵର୍ତନ ଆଣିବାର ଯୋଜନା ନାହିଁ  । ଜାନୁଆରୀ ୧, ୨୦୦୪ ଠାରୁ ସରକାରୀ ସେବାରେ ସମସ୍ତ ନୂତନ ନିଯୁକ୍ତି ପାଇଁ ଏହା ବାଧ୍ୟତାମୂଳକ କରାଯାଇଥିଲା ।

ସୂଚନାଯୋଗ୍ୟ, ହିମାଚଳ ପ୍ରଦେଶରେ ପୁରୁଣା ପେନସନ ସ୍କିମ୍ ପୁନଃ ଲାଗୁ କରାଯାଇଛି । ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଙ୍କ ନେତୃତ୍ୱରେ ପୁରୁଣା ପେନସନ ଯୋଜନା କୁ ପୁନଃ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି । ୨୦୨୨ ବର୍ଷର ବଜେଟରେ ରାଜସ୍ଥାନ ସରକାର ମଧ୍ୟ ଆଗାମୀ ଆର୍ଥିକ ବର୍ଷରେ ପୁରୁଣା ପେନସନ୍ ପୁନଃ ଆରମ୍ଭ କରିବାକୁ ଘୋଷଣା କରିଥିଲେ । ସେହିପରି ପଞ୍ଜାବ ଓ ଝାରଖଣ୍ଡ ରାଜ୍ୟରେ ମଧ୍ୟ ପୁରୁଣା ପେନସନ ସ୍କିମ୍ ଲାଗୁ କରାଯାଇଛି ।

ସେହିପରି ଅଟଳ ବିହାରୀ ବାଜପେୟୀ ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ପୁରୁଣା ପେନସନ୍ ସ୍କିମ୍ ରଦ୍ଦ କରାଯାଇଥିଲା । ସେହିପରି ଜାନୁଆରୀ ୨୦୦୪ରୁ ଜାତୀୟ ପେନସନ୍ ସିଷ୍ଟମ୍ ଲାଗୁ କରିବାକୁ ନିଷ୍ପତ୍ତି ହୋଇଥିଲା । ପ୍ରକୃତରେ NPS ହେଉଛି ଏକ ଅବଦାନ ଆଧାରିତ ପେନସନ୍ ସ୍କିମ୍ ଯେଉଁଥିରେ ମହଙ୍ଗା ଭତ୍ତାର କୌଣସି ବ୍ୟବସ୍ଥା ନାହିଁ ।

PM KISAN: ୧୪ତମ କିସ୍ତି ପୂର୍ବରୁ କୃଷି ମନ୍ତ୍ରୀଙ୍କ ଘୋଷଣା, ୧୪ କୋଟି ଚାଷୀକୁ ମିଳିବ ଲାଭ