Government Schemes

8th Pay Commission: ବେସିକ୍‌ ଦରମା ଓ ପେନସନ୍‌ ହୋଇପାରେ ବୃଦ୍ଧି !

ଅଷ୍ଟମ ବେତନ ଆୟୋଗର ମୁଖ୍ୟ ଉଦ୍ଦେଶ୍ୟ, ବର୍ତ୍ତମାନର ଅର୍ଥନୈତିକ ପରିସ୍ଥିତି ସହୁତ ମୁଦ୍ରାସ୍ଫୀତି ଏବଂ ଜୀବନଧାରଣ ଖର୍ଚ୍ଚକୁ ବିଚାରକୁ ନେଇ ବେତନ ଓ ପେନସନକୁ ସଂଶୋଧନ କରିବା। ରିପୋର୍ଟ ଅନୁଯାୟୀ , ବେସିକ୍‌ ଦରମାରେ ୨୫-୩୦% ବୃଦ୍ଧି ହୋଇପାରେ l

22 April, 2025 1:51 PM IST By: Tanushree Mahapatra

ଅଷ୍ଟମ ବେତନ ଆୟୋଗ ଗଠନ ପ୍ରସ୍ତୁତି ଆରମ୍ଭ ହୋଇଛି l ଯାହା ମାଧ୍ୟମରେ ବେସିକ୍‌ ଦରମା ଓ ପେନସନ୍‌ରେ ବୃଦ୍ଧି ହେବାର ସମ୍ଭାବନା ରହିଛି।  ଜାନୁଆରୀ ୨୦୨୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଅନୁମୋଦିତ ହୋଇଥିଲା ଏହି ଆୟୋଗ ଗଠନ l ୨୦୨୬ ଜାନୁଆରୀ ୧ ତାରିଖରୁ କାର୍ଯ୍ୟକାରୀ ହେବାର ଆଶା ରଖାଯାଇଛି । ଏହି ଖବର କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ବଡ଼ ଆଶ୍ୱାସନା ପାଲଟିଛି ।

ଅଷ୍ଟମ ବେତନ ଆୟୋଗର ମୁଖ୍ୟ ଉଦ୍ଦେଶ୍ୟ, ବର୍ତ୍ତମାନର ଅର୍ଥନୈତିକ ପରିସ୍ଥିତି ସହୁତ ମୁଦ୍ରାସ୍ଫୀତି ଏବଂ ଜୀବନଧାରଣ ଖର୍ଚ୍ଚକୁ ବିଚାରକୁ ନେଇ ବେତନ ଓ ପେନସନକୁ ସଂଶୋଧନ କରିବା। ରିପୋର୍ଟ ଅନୁଯାୟୀ , ବେସିକ୍‌ ଦରମାରେ ୨୫-୩୦% ବୃଦ୍ଧି ହୋଇପାରେ ବୋଲି କୁହାଯାଉଛି l ଯାହା ମାସିକ ଆୟରେ ପ୍ରାୟ ୧୯,୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହେବ । ମହଙ୍ଗା ଭତ୍ତା, ଗୃହ ଭଡ଼ା ଭତ୍ତା (HRA), ଏବଂ ଯାତାୟାତ ଭତ୍ତା ଆଦିରେ ମଧ୍ୟ ସଂଶୋଧନ ହେବାର ଆଶା ରହିଛି।

ଏହି ଅଷ୍ଟମ ବେତନ ଆୟୋଗ ପେନସନଭୋଗୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରାଜ୍ୟସଭାରେ ସ୍ପଷ୍ଟ କରିଛନ୍ତି, କେନ୍ଦ୍ର ସରକାର ପେନସନ୍‌ ସମତା ପ୍ରତି ପ୍ରତିବଦ୍ଧ ରହିଛନ୍ତି । ୨୦୧୬ ପୂର୍ବରୁ ଏବଂ ପରେ ଅବସରପ୍ରାପ୍ତ ପେନସନଭୋଗୀଙ୍କ ମଧ୍ୟରେ ସମାନ ପେନସନ୍‌ ସୁନିଶ୍ଚିତ କରାଯାଇଛି l ଏହି ନୀତି ଅଷ୍ଟମ ବେତନ ଆୟୋଗରେ ମଧ୍ୟ ଆଗକୁ ଜାରି ରହିବ।

ଅଷ୍ଟମ ବେତନ ଆୟୋଗର ଗଠନ ଘୋଷଣା ହୋଇଛି, କିନ୍ତୁ ଏହାର ସଦସ୍ୟ ଏବଂ ସୁପାରିଶ ପ୍ରସ୍ତୁତି ପାଇଁ ସମୟ ଲାଗିପାରେ। ଆୟୋଗର ସୁପାରିଶ ୨୦୨୬ର ଦ୍ୱିତୀୟାର୍ଦ୍ଧରେ ଦାଖଲ ହେବବୋଲି ସମ୍ଭାବନା ରହିଛି l ନୂଆ ବେତନ ଏବଂ ପେନସନ୍‌ ଗଠନ ୨୦୨୭ରେ କାର୍ଯ୍ୟକାରୀ ହୋଇପାରେ। ତେବେ, ନୂଆ ଗଠନ କାର୍ଯ୍ୟକାରୀ ହେବା ପରେ କର୍ମଚାରୀ ପ୍ରାପ୍ୟ ବକେୟା ପାଇବେ।

Read more

ଗ୍ରୀଷ୍ମକାଳୀନ ମୁଗ କିସମ ଦେବ ଲକ୍ଷ ଲକ୍ଷ ରୋଜଗାର...

ଲିଚୁ ଚାଷ ପାଇଁ ସରକାର ଦେବେ ୧ ଲକ୍ଷ ସବସିଡି....!