Government Schemes

PFRDA : ବଦଳିଲା ପେନସନ ଅର୍ଥ ଉଠାଣ ନିୟମ

ସାଧରଣତଃ ଆପଣମାନେ ଜାଣିଛନ୍ତି ସରକାରୀ ଚାକିରୀ କ୍ଷେତ୍ର ପ୍ରତି ପ୍ରାୟତଃ ସମସ୍ତଙ୍କ ଦୃଷ୍ଟି ଆକୃଷ୍ଟ ରହିଥାଏ l ଏହାର ଏକମାତ୍ର କାରଣ ହେଉଛି ୬୦ ବର୍ଷ ପରେ ମିଳୁଥିବା ବୃଦ୍ଧ ବୃଦ୍ଧାଙ୍କୁ ପେନସନ ବ୍ୟବସ୍ଥା । ଆଉ ଏହା ପାଇବାକୁ ହେଲେ ସେମାନଙ୍କୁ ଗୋଟିଏ ଭଲ ଚାକିରୀ ମିଳିବା ନିହାତି ଆବଶ୍ୟକ ।

31 October, 2023 11:10 AM IST By: Tanushree Mahapatra

ସାଧରଣତଃ ଆପଣମାନେ ଜାଣିଛନ୍ତି ସରକାରୀ ଚାକିରୀ କ୍ଷେତ୍ର ପ୍ରତି ପ୍ରାୟତଃ ସମସ୍ତଙ୍କ ଦୃଷ୍ଟି ଆକୃଷ୍ଟ ରହିଥାଏ l ଏହାର ଏକମାତ୍ର କାରଣ ହେଉଛି ୬୦ ବର୍ଷ ପରେ ମିଳୁଥିବା ବୃଦ୍ଧ ବୃଦ୍ଧାଙ୍କୁ ପେନସନ ବ୍ୟବସ୍ଥା । ଆଉ ଏହା ପାଇବାକୁ ହେଲେ ସେମାନଙ୍କୁ ଗୋଟିଏ ଭଲ ଚାକିରୀ ମିଳିବା ନିହାତି ଆବଶ୍ୟକ । ଆଉ ଏହା ପାଇବା ଦ୍ୱାରା ସରକାରୀ ଚାକିରୀ କରୁଥିବା ସମସ୍ତ ବ୍ୟକ୍ତିଙ୍କୁ ଭବିଷ୍ୟତରେ ସାହାଯ୍ୟ କରିଥାଏ । 

ସେହିପରି ପେନସନ ସ୍କିମ ପୁଞ୍ଜି ଯୋଗାଡ ଏବଂ ନିବେଶ କରିବାର ଏଭଳି ଏକ ସୁଯୋଗ ପ୍ରଦାନ କରିଥାଏ ଯାହା ଜଣେ ବ୍ୟକ୍ତି ନିଜର ସମସ୍ତ ମୂଳ ଅର୍ଥ ରାଶି ବ୍ୟତୀତ ନିୟମିତ ମାସିକ ଆୟ ମଧ୍ୟ ପ୍ରାପ୍ତ କରିପାରିବ ସୁବିଧା ପାଇଥାଏ । ଆଉ ଏଥିପାଇଁ ‘ନ୍ୟାସନାଲ ପେନସନ ସିଷ୍ଟମ’ ଅତ୍ୟନ୍ତ ଲାଭଜନକ ଯୋଜନା ଅଟେ ।

ତେବେ ଏହି ଯୋଜନା ଦ୍ୱାରା ଏବେ ପେନସନ ଅର୍ଥ ଉଠାଣ ନିୟମ ପରିବର୍ତ୍ତନ କରାଯାଇଛି l ଯଦି ଆପଣମାନେ ନିଜ ଆକାଉଣ୍ଟରୁ ପେନସନ୍ ଅର୍ଥ ଉଠାଇବା ପାଇଁ ଚାହୁଁଛନ୍ତି ତେବେ ଏଥିପାଇଁ ଆସିଛି ଏକ ବଡ଼ ଅପଡେଟ୍ ଯାହା ଆପଣ ଜାଣିବା ନିହାତି ଜରୁରୀ । କାରଣ, ନ୍ୟାସନାଲ ପେନସନ ସିଷ୍ଟମ ଅଧିନରେ ଏହି ପେନସନ ଅର୍ଥ ଉଠାଣର ନିୟମରେ କିଛି ପରିବର୍ତ୍ତନ କରାଯାଇଛି । ପେନସନ ଫଣ୍ଡ ରେଗୁଲେଟରୀ ଆଣ୍ଡ ଡେଭଲପମେଣ୍ଟ ଅଥରିଟି ପକ୍ଷରୁ ଏ ବାବଦରେ ଏକ ସୂଚନା ଜାରି କରି ସମସ୍ତଙ୍କୁ ଅବଗତ କରାଯାଇଛି ।

ଏନପିଏସ (  NPS ) ଅଧିନରେ ଅର୍ଥ ଉଠାଣ ପାଇଁ ପେନସନଧାରୀଙ୍କ ପାଇଁ ‘ପେନୀ ଡ୍ରପ’ ଭେରିଫିକେସନ ମାଧ୍ୟମଟି ଜରୁରୀ କରି ଦିଆଯାଇଛି । ଏହାଫଳରେ ଏହା ଅଧୀନରେ ଥିବା ସମସ୍ତ ପେନସନଧାରୀଙ୍କ ଅର୍ଥ ଠିକ୍ ସମୟରେ ଟ୍ରାନ୍ସଫର ହେବ ବୋଲି ସୂଚନା ମିଳିଛି  । ‘ପେନୀ ଡ୍ରପ’ ପ୍ରକ୍ରିୟା କେନ୍ଦ୍ରୀୟ ଏଜେନ୍ସି ବ୍ୟାଙ୍କର ସଞ୍ଚୟ ଆକାଉଣ୍ଟର ବାସ୍ତବ ଏବଂ ସକ୍ରିୟ ସ୍ଥିତି ଉପରେ ନଜର ରଖିଥାଏ ସର୍ବଦା । ଏଥିସହିତ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଏବଂ ପ୍ୟାନ କିମ୍ବା ଅନ୍ୟାନ୍ୟ ଡକ୍ୟୁମେଣ୍ଟରେ ଦିଆଯାଇଥିବା ନାମକୁ ମଧ୍ୟ ଯାଞ୍ଚ କରିଥାଏ ସର୍ବଦା ।

ତେଣୁ ସମସ୍ତ ପେନସନ ଅର୍ଥ ଉଠାଣ ପାଇଁ ଏହି ନିୟମ ଲାଗୁ ହେବା ପୂର୍ବରୁ ଏହା ସମ୍ପର୍କିତ ସମସ୍ତ ତଥ୍ୟ ଜାଣିବା ଉଚିତ  । ଏହି ନିୟମ ଅନୁନ୍ୟ ଯୋଜନା ଏନପିଏସ, ଅଟଳ ପେନସନ ଯୋଜନା ଓ ଏନପିଏସ ଲାଇଟ ସହିତ ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟର ବିବରଣୀରେ ପରିବର୍ତ୍ତନ ପାଇଁ ମଧ୍ୟ ଲାଗୁ ହେବ ବୋଲି କୁହାଯାଇଛି । ତେବେ ଏହା ଜରିଆରେ ନାମ ଯାଞ୍ଚ କରିବା, ଉଠାଣ ଆବେଦନକୁ ସଂଶୋଧନ କରିବା ଏବଂ ଗ୍ରାହକଙ୍କ ବ୍ୟାଙ୍କ ଖାତାର ସମସ୍ତ ବିବରଣୀ ସଂଶୋଧନ କରିବା ପାଇଁ ‘ପେନୀ ଡ୍ରପ’ ସଫଳ ହେଵ ବୋଲି ପିଏଫଆରଡିଏ ପକ୍ଷରୁ କୁହାଯାଇଛି ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)