Government Schemes

Big Update: ଚାଷୀଙ୍କ ପାଇଁ ଆସିଲା ବଡ଼ ଖବର !

ଦେଶର ଚାଷୀଙ୍କ ପାଇଁ ସରକାର ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି !

22 August, 2024 2:56 PM IST By: Tanushree Mahapatra

ଚାଷୀଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଚଳିତ ରହିଛି l ଏହି ସମସ୍ତ ଯୋଜନା ମଧ୍ୟରେ ପିଏମ କିସାନ ଯୋଜନା ଅନ୍ୟତମ l ଏହି ଯୋଜନା ମାଧ୍ୟମରେ ଚାଷୀଙ୍କୁ ୧୭ ଟି କିସ୍ତି ପ୍ରଦାନ କରାଯାଇଛି l ପ୍ରତି କିସ୍ତିରେ ଚାଷୀଙ୍କୁ ୨୦୦୦ ଟଙ୍କା ପ୍ରଦାନ କରାଯାଇଥାଏ l

ସରକାର ଏହା ଏକ ଆର୍ଥିକ ସହାୟତା ଚାଷୀଙ୍କୁ ପ୍ରଦାନ କରିଥାନ୍ତି ଚାଷକାର୍ଯ୍ୟରେ ଖର୍ଚ୍ଚ କରିବାକୁ l କେନ୍ଦ୍ର ସରକାର ଚାଷୀଙ୍କୁ ସ୍ବାବଲମ୍ବୀ କରିବା ପାଇଁ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଦେଶରେ ଲାଗୁ କରିଛନ୍ତି । ଏହି ଯୋଜନା ମାଧ୍ୟମରେ ଦେଶର କୋଟି କୋଟି ଚାଷୀ ଉପକୃତ ହେଉଛନ୍ତି । ଦେଶର ପ୍ରାୟ ୧୨ କୋଟି ଚାଷୀ ପିଏମ୍ କିସାନ ଯୋଜନାରେ ଆର୍ଥିକ ସହାୟତା ଲାଭ ଉଠାଉଛନ୍ତି । ପ୍ରତି ୪ ମାସରେ ଥରେ ଚାଷୀଙ୍କ ଆକାଉଣ୍ଟକୁ ଏହି ଟଙ୍କା ଆସିଥାଏ ।

ତେବେ ପ୍ରଧାନମନ୍ତ୍ରୀ କିସାନ ନିଧି ଯୋଜନାର ୧୮ତମ କିସ୍ତିକୁ ନେଇ ଅନେକ ଚାଷୀ ଅପେକ୍ଷା କରି ରହିଛନ୍ତି l    ଏହାକୁ ନେଇ ଏବେ ବଡ ଅପଡେଟ୍‌ ସାମନାକୁ ଆସିଛି । ଚାଷୀଙ୍କୁ ପରବର୍ତ୍ତୀ କିସ୍ତି କେବେ ଦିଆଯିବ ସେ ନେଇ ବଡ ଖବର ଆସିଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅଣୁଅସ୍ତ୍ରଇ, ସେପ୍ଟେମ୍ବର ମାସ କିମ୍ବା ଅକ୍ଟୋବର ମାସରେ ଏହି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଆସିପାରେ । ଅନ୍ୟ କିଛି ରିପୋର୍ଟ ଅନୁଯାୟୀ, ଆଗାମୀ କିସ୍ତି ନଭେମ୍ବର ମାସରେ ମଧ୍ୟ ଆସିପାରେ ବୋଲି କୁହାଯାଉଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ପକ୍ଷରୁ ସେଭଳି କୌଣସି ଘୋଷଣା ହୋଇ ନାହିଁ । ତେବେ ଆସନ୍ତା ଅକ୍ଟୋବର ମାସରେ ପରବର୍ତ୍ତୀ କିସ୍ତି ଟଙ୍କା ଆସିବାର ଯଥେଷ୍ଟ ସମ୍ଭାବନା ରହିଛି ।

କିଛି ଗଣମାଧ୍ୟମ ରିପୋର୍ଟ ଅନୁସାରେ ଚାଷୀଙ୍କ ଆକାଉଣ୍ଟକୁ PM କିସାନ ଯୋଜନାରେ ମିଳୁଥିବା ୨ ହଜାର ଟଙ୍କା ଖୁବ ଶୀଘ୍ର ଆସିବ । କିନ୍ତୁ ଏ ନେଇ ସରକାରୀ ସ୍ତରରେ, ଏ ପର୍ଯ୍ୟନ୍ତ କୌଣସି ଘୋଷଣା କରାଯାଇ ନାହିଁ । ଏହି ଯୋଜନାରେ ସାମିଲ ଥିବା ଚାଷୀଙ୍କ ପାଇଁ ଆସିଛି ଖୁସି ଖବର । କାରଣ ଦେଶର ଚାଷୀଙ୍କ ପାଇଁ ସରକାର ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ଖୁବଶୀଘ୍ର ୧୮ତମ କିସ୍ତି ପାଇବାକୁ ଯାଉଛନ୍ତି ଚାଷୀ । ଏହି ଯୋଜନାରେ ଏ ପର୍ଯ୍ୟନ୍ତ ୧୭ତମ କିସ୍ତି ଟଙ୍କା ସରକାର ପ୍ରଦାନ କରିସାରିଛନ୍ତି ଚାଷୀଙ୍କୁ । ଆଉ ଏବେ ଚାଷୀ ୧୮ତମ କିସ୍ତି ପାଇଁ ଅପେକ୍ଷା କରିଛନ୍ତି । ଏବେ ଚାଷୀଙ୍କ ଅପେକ୍ଷା ଶେଷ ହେବାକୁ ଯାଉଛି ଆଗକୁ ।

ଅଧିକ ପଢ଼ନ୍ତୁ

ସୌରଚାଳିତ ମାଇକ୍ରୋୱେଭ୍ ପାଇରୋଲିସିସ୍ ରିଆକ୍ଟର୍ ବିକଶିତ

୨୭ତମ ଆଇସିଏଆର ଆଞ୍ଚଳିକ ବୈଠକ ଆୟୋଜିତ