Government Schemes

ଏଥର ପିଏମ କିସାନର ୧୪ ତମ କିସ୍ତିରେ ଡବଲ ଟଙ୍କା, ୨୦୦୦ ପରିବର୍ତ୍ତେ ଆସିବ୪୦୦୦ ଟଙ୍କା!

ଦେଶ ଭାରତ ହେଉଛି ଏକ କୃଷି ପ୍ରଧାନ ଦେଶ l ଯାହାର ଅର୍ଥନୈତିକ ମେରୁଦଣ୍ଡ କହିଲେ ଚାଷକୁ ବୁଝାଏ l ଆଉ ସେଥିପାଇଁ ତ କୃଷକଙ୍କ ପାଇଁ କେନ୍ଦ୍ର ହେଉ କି ରାଜ୍ୟ ସମସ୍ତେ କୃଷି ଯୋଜନା କାର୍ଯ୍ୟକାରୀ କରୁଛନ୍ତି ଦେଶରେ l

25 April, 2023 11:21 AM IST By: Tanushree Mahapatra

ଦେଶ ଭାରତ ହେଉଛି ଏକ କୃଷି ପ୍ରଧାନ ଦେଶ l ଯାହାର ଅର୍ଥନୈତିକ ମେରୁଦଣ୍ଡ କହିଲେ ଚାଷକୁ ବୁଝାଏ l ଆଉ ସେଥିପାଇଁ ତ କୃଷକଙ୍କ ପାଇଁ କେନ୍ଦ୍ର ହେଉ କି ରାଜ୍ୟ ସମସ୍ତେ କୃଷି ଯୋଜନା କାର୍ଯ୍ୟକାରୀ କରୁଛନ୍ତି ଦେଶରେ l କାରଣ ଏମିତି ଅନେକ ଚାଷୀ ଅଛନ୍ତି ଯେଉଁମାନେ ଟଙ୍କା ଅଭାବରୁ ଚାଷ କରିବା ପାଇଁ ପଛ ଘୁଞ୍ଚା ଦେଉଛନ୍ତି l

ସେଥିପାଇଁ ଚାଷୀଙ୍କୁ ଅନେକ ସୁବିଧା ଯୋଗାଇ ଦିଆ ଯାଉଛି ସରକାରଙ୍କ ତରଫରୁ l କେନ୍ଦ୍ରରେ କେନ୍ଦ୍ର ସରକାର ୨୦୧୯ ମସିହାରେ ପିଏମ କିସାନ ଯୋଜନା ଆରମ୍ଭ କରିଥିଲେ । ଏହି ଯୋଜନା ଅନୁଯାୟୀ ମୋଦି ସରକାର ପ୍ରତିବର୍ଷ ଚାଷୀଙ୍କୁ ୬,୦୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇଥାନ୍ତି । ଏହି ରାଶି କୃଷକଙ୍କ ଆକାଉଣ୍ଟକୁ ବର୍ଷକୁ ୩ ଥର ପଠାଯାଇଥାଏ । ଏହି ରାଶି କୃଷକମାନଙ୍କୁ ପ୍ରତି ଚାରି ମାସରେ ୨,୦୦୦ ଟଙ୍କା କିସ୍ତିରେ ଦିଆଯାଏ । ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୩ଟି କିସ୍ତି ପ୍ରଦାନ କରିଛନ୍ତି। ବର୍ତ୍ତମାନ କୃଷକମାନେ ୧୪ତମ କିସ୍ତି ପାଇଁ ଅପେକ୍ଷା କରିଛନ୍ତି । ଏହାରି ଭିତରେ ଏକ ଭଡା ଖୁସି ଖବର ସାମ୍ନାକୁ ଆସିଛି l

ଏବେ ଏହି କିସ୍ତି ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ଫାଇଦା ଉଠାଇଥିବା କୃଷକମାନେ ବର୍ତ୍ତମାନ ଡବଲ ଲାଭ ପାଇବାକୁ ଯାଉଛନ୍ତି । ପୂର୍ବରୁ ସରକାର ଚାଷୀଙ୍କ ଆକାଉଣ୍ଟକୁ ମାତ୍ର ୨୦୦୦ ଟଙ୍କା ଟ୍ରାନ୍ସଫର କରୁଥିଲେ । କିନ୍ତୁ ବର୍ତ୍ତମାନ ସୂଚନା ରହିଛି ଯେ ୪୦୦୦ ଟଙ୍କା ମିଳିବ ଚାଷୀଙ୍କୁ । ଏହି କିସାନ ଯୋଜନା ଅଧୀନରେ ସରକାର କୃଷକମାନଙ୍କୁ ପ୍ରତି ବର୍ଷ ୬୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି । ଏହି ଅର୍ଥ ଦେଶର କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବାକୁ ସରକାର ସାହାଯ୍ୟ କରୁଛନ୍ତି ଚାଷୀଙ୍କ ।

ଏମିତି ଅନେକ କୃଷକ ରହିଛନ୍ତି ସେମାନଙ୍କର ଯାଞ୍ଚ ପ୍ରକ୍ରିୟା ସଂପୂର୍ଣ୍ଣ କରିବାକୁ ସକ୍ଷମ ହୋଇନଥିଲେ, ଯେଉଁଥିପାଇଁ  କୃଷକମାନେ ୧୩ ତମ କିସ୍ତି ଟଙ୍କା ଏ ପର୍ଯ୍ୟନ୍ତ ପାଇନାହାଁନ୍ତି । କିନ୍ତୁ ବର୍ତ୍ତମାନ ବହୁ ସଂଖ୍ୟକ କୃଷକ ଭେରିଫିକିଶନ୍ କରାଇ ନେଇଛନ୍ତି ନିଜର କାଗଜପତ୍ର ସହିତ । ବର୍ତ୍ତମାନ ପିଏମ କିସାନର ୧୪ ତମ କିସ୍ତି ରେ ସରକାର ୨୦୦୦ ଟଙ୍କା ବଦଳରେ ୪୦୦୦ ଟଙ୍କା ଚାଷୀଙ୍କୁ ହସ୍ତାନ୍ତର କରିବା ନେଇ ସୂଚନା ଦେଇଛନ୍ତି । ଏଥିରେ ଯେଉଁ କୃଷକମାନେ ୧୩ ତମ କିସ୍ତି ପାଇଁ ଟଙ୍କା ପାଇନାହାଁନ୍ତି ସେହି କୃଷକମାନେ ମଧ୍ୟ ୧୩ ତମ କିସ୍ତି ଟଙ୍କା ପାଇବା ପାଇଁ ଯୋଗ୍ୟ ହେବେ ।

କେନ୍ଦ୍ର ସରକାରଙ୍କ  କୃଷକଙ୍କ ଆକାଉଣ୍ଟକୁ ଏପର୍ଯ୍ୟନ୍ତ ପିଏମ କିସାନର ୧୩ଟି କିସ୍ତିର ଟଙ୍କା ଟ୍ରାନ୍ସଫର କରିଛନ୍ତି । ବର୍ତ୍ତମାନ କୃଷକମାନେ ନିଜର ୧୪ ତମ କିସ୍ତି ପାଇଁ ଅପେକ୍ଷା କରିଛନ୍ତି । ଏପ୍ରିଲରୁ ଜୁଲାଇ ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧିର ୧୪ ତମ କିସ୍ତି ରିଲିଜ୍ କରାଯିବ ବୋଲି ଜଣାପଡିଛି । ଗତ ବର୍ଷ ସମାନ ଅବଧିରେ ପ୍ରାପ୍ତ ଏକାଦଶ କିସ୍ତି ଚାଷୀଙ୍କୁ ୩୧ ମେ ୨୦୨୨କୁ ଟ୍ରାନ୍ସଫର ହୋଇଥିଲା । କିନ୍ତୁ ଏଥର ଏହି କିସ୍ତି ଟଙ୍କା ଶୀଘ୍ର ଆକାଉଣ୍ଟରେ ଆସିବାର ସମ୍ଭାବନା ଅଛି ।

ସବୁଠାରୁ ବଡ କଥା ହେଲା ଅନେକ ଚାଷୀ ନିଜର ଭୁଲ ପ୍ରମାଣ ପତ୍ର ଦେଇଥିବାରୁ ଏହି କିସ୍ତି ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି l ତେବେ ଟହର ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଅନିୟମିତତା ବଢ଼ୁଥିବା ବେଳେ ୧.୮୬ ଅଯୋଗ୍ୟ କୃଷକଙ୍କୁ ବାଦ ଦିଆଯାଇଛି । ସରକାର ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଇ-କେଇସି ଓ ଜମି ରେକର୍ଡ ଯାଞ୍ଚକୁ ବାଧ୍ୟତାମୂଳକ କରିଥିବାରୁ ଏହି ସଂଖ୍ୟା ଆଗକୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଯଦି ୧୩ ତମ କିସ୍ତି ପାଇଁ ଟଙ୍କା ଆପଣଙ୍କ ଆକାଉଣ୍ଟରେ ଏପର୍ଯ୍ୟନ୍ତ ଆସି ନାହିଁ, ତେବେ ଆପଣ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ହେଲ୍ପଲାଇନ ନମ୍ବର ( 155261 କିମ୍ବା 1800115526 କିମ୍ବା 011-23381092 ) ରେ ଯୋଗାଯୋଗ କରି କିସ୍ତି ଟଙ୍କା କୁ ନେଇ ଦ୍ଵନ୍ଦ ଥିବା ପ୍ରଶ୍ନ ପଚାରି ପାରିବେ ।

ପିଏମ କିସାନ ଯୋଜନାର ବଡ଼ ଅପଡେଟ: ଜାଣନ୍ତୁ କେବେ ଜାରି ହେବ ୧୪ତମ କିସ୍ତି...

ସରକାରଙ୍କ ବଡ ଘୋଷଣା, ୩୧ ମାର୍ଚ୍ଚ ୨୦୨୪ ଯାଏଁ ମିଳିବ ୫୦ ହଜାର ଟଙ୍କା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)