Government Schemes

ଡିସେମ୍ବର ମାସରେ ପିଏମ୍ -କିଷାନର ୭ମ କିସ୍ତି ଆସୁଅଛି: ତାଲିକାରୁ ଆପଣଙ୍କର ନାଁ କିପରି ଯାଞ୍ଚ କରିବେ, ଗୁରୁତ୍ୱପୂର୍ଣ୍ଣ ହେଲ୍ପଲାଇନ୍ ନମ୍ବରଗୁଡ଼ିକ

ଗୋଟିଏ ଆର୍ଥିକ ବର୍ଷରେ ପିଏମ୍ କିଷାନ କିସ୍ତି ତିନିଗୋଟି ପର୍ଯ୍ୟାୟ ମାଧ୍ୟମରେ ପ୍ରଦାନ କରାଯାଏ --୧ମ ପର୍ଯ୍ୟାୟ ଏପ୍ରିଲ୍-ଜୁଲାଇ; ୨ୟ ପର୍ଯ୍ୟାୟ ଅଗଷ୍ଟରୁ ନଭେମ୍ବର; ୩ୟ ପର୍ଯ୍ୟାୟ ଡିସେମ୍ବରରୁ ମାର୍ଚ୍ଚ

02 December, 2020 10:19 AM IST By: Sugyan Kumar Nayak

ଗୋଟିଏ ଆର୍ଥିକ ବର୍ଷରେ ପିଏମ୍ କିଷାନ କିସ୍ତି ତିନିଗୋଟି ପର୍ଯ୍ୟାୟ ମାଧ୍ୟମରେ ପ୍ରଦାନ କରାଯାଏ --୧ମ ପର୍ଯ୍ୟାୟ ଏପ୍ରିଲ୍-ଜୁଲାଇ; ୨ୟ ପର୍ଯ୍ୟାୟ ଅଗଷ୍ଟରୁ ନଭେମ୍ବର; ୩ୟ ପର୍ଯ୍ୟାୟ ଡିସେମ୍ବରରୁ ମାର୍ଚ୍ଚ

ନ୍ୟୁ ଦିଲ୍ଲୀ: ପ୍ରଧାନ ମନ୍ତ୍ରୀ କିଷାନ ସମ୍ମାନ ନିଧିର ୭ମ କିସ୍ତି  (ପିଏମ୍-କିଷାନ) ଡିସେମ୍ବର ମାସରେ ଆସିବାର ସ୍ଥିର ହୋଇଛି, ଏଥି ନିମନ୍ତେ ଆଗ୍ରହର ସହିତ ଅପେକ୍ଷା କରିରହିଥିବା ହିତାଧିକାରୀମାନେ କେତେଗୁଡ଼ିଏ ସମ୍ଭାବ୍ୟ ତ୍ରୁଟି ସମ୍ପର୍କରେ ନିଶ୍ଚିତ ଭାବରେ ଜାଣିବା ଦରକାର, ଯାହାକୁ ଅଣଦେଖା କରିଲେ ତାହା ପାଣ୍ଠି ଆସିବାର ପ୍ରକ୍ରିୟାକୁ ବନ୍ଦ କରିଦେଇପାରେ l

ଗୋଟିଏ ଆର୍ଥିକ ବର୍ଷରେ ପିଏମ୍ କିଷାନ କିସ୍ତି ତିନିଗୋଟି ପର୍ଯ୍ୟାୟ ମାଧ୍ୟମରେ ପ୍ରଦାନ କରାଯାଏ --୧ମ ପର୍ଯ୍ୟାୟ ଏପ୍ରିଲ୍-ଜୁଲାଇ; ୨ୟ ପର୍ଯ୍ୟାୟ ଅଗଷ୍ଟରୁ ନଭେମ୍ବର; ୩ୟ ପର୍ଯ୍ୟାୟ ଡିସେମ୍ବରରୁ ମାର୍ଚ୍ଚ l

ପିଏମ୍ କିଷାନ ୱେବସାଇଟ୍ ମାଧ୍ୟମରେ କିପରି ଆପଣଙ୍କର ନାମକୁ ଯାଞ୍ଚ କରିବେ pmkisan.gov.in ୱେବସାଇଟରେ ଲଗ ଅନ୍ କରନ୍ତୁ ଡାହାଣ ପାର୍ଶ୍ୱରେ ଆପଣ ଫାର୍ମରର୍ସ କର୍ଣ୍ଣର ଦେଖିବାକୁ ପାଇବେ ଫାର୍ମରର୍ସ କର୍ଣ୍ଣର ଉପରେ କ୍ଲିକ୍ କରନ୍ତୁ

ବର୍ତ୍ତମାନ ବିକଳ୍ପ ମଧ୍ୟରୁ ବେନିଫିସିଆରୀ ଷ୍ଟାଟସ ଉପରେ କ୍ଲିକ୍ କରନ୍ତୁ ଆପଣଙ୍କର ଷ୍ଟାଟସ ଦେଖିବା ନିମନ୍ତେ ଆପଣଙ୍କୁ ନିଜର ଆଧାର ନମ୍ବର, ବ୍ୟାଙ୍କ ଆକାଉଣ୍ଟ ଏବଂ ଆପଣଙ୍କର ମୋବାଇଲ ନମ୍ବର ଭଳି କେତେଗୁଡ଼ିଏ ବିବରଣୀ ପ୍ରଦାନ କରିବାକୁ ହେବ

ଆପଣ ଉପରୋକ୍ତ ପ୍ରକ୍ରିୟା ସମାପନ କରିବା ପରେ, ଯଦି ତାଲିକାରେ ଆପଣଙ୍କ ନାଁ ଥାଏ ତେବେ ଆପଣ ଦେଖିପାରିବେ ମୋବାଇଲ ଆପ୍ ମାଧ୍ୟମରେ ପିଏମ୍ କିଷାନରେ କିପରି ଆପଣଙ୍କର ନାମକୁ ଯାଞ୍ଚ କରିବେ ମୋବାଇଲ ଆପ୍ ମାଧ୍ୟମରେ ଆପଣଙ୍କର ନାମକୁ ଯାଞ୍ଚ କରିବା ପାଇଁ  ଆପଣଙ୍କୁ ପ୍ରଥମେ ପିଏମ୍ କିଷାନ ମୋବାଇଲ ଆପ୍ ଡାଉନଲୋଡ଼ କରିବାକୁ ହେବ l ଆପଣ ଆପ୍ ଡାଉନଲୋଡ଼ କରିସାରିବା ପରେ ସମସ୍ତ ବିବରଣୀ ପ୍ରତି ଆପଣଙ୍କର ଆକ୍ସେସ ରହିବ l

ଯଦି ଆପଣଙ୍କର ନାଁ ନଥାଏ ତେବେ ଏଠାରେ ଆପଣଙ୍କର ଅଭିଯୋଗଗୁଡ଼ିକ ଦାଖଲ କରନ୍ତୁ ଯଦି ଆପଣ ପିଏମ୍ କିଷାନର ୬ଷ୍ଠ କିସ୍ତିର ଜଣେ ହିତାଧିକାରୀ ଥିଲେ କିନ୍ତୁ ଆପଣଙ୍କ ନାଁ ବର୍ତ୍ତମାନ ଉପଲବ୍ଧ ହେଉନାହିଁ ତେବେ ଆପଣଙ୍କର ଅଭିଯୋଗଗୁଡ଼ିକୁ ଆପଣ ହେଲ୍ପଲାଇନ ନମ୍ବର ୦୧୧-୨୪୩୦୦୬୦୬ରେ ଦାଖଲ କରିପାରିବେ l

ଏହା ସଙ୍ଗେ ସଙ୍ଗେ ଆପଣଙ୍କର ଅଭିଯୋଗଗୁଡ଼ିକୁ ଆପଣ ନିମ୍ନଲିଖିତ ନମ୍ବରଗୁଡ଼ିକରେ ମଧ୍ୟ ଦାଖଲ କରିପାରିବେ

ପିଏମ୍ କିଷାନ ଦେୟ ମୂକ୍ତ ନମ୍ବର: ୧୮୦୦୧୧୫୫୨୬୬

ପିଏମ୍ କିଷାନ ହେଲ୍ପଲାଇନ ନମ୍ବର: ୧୫୫୨୬୧

ପିଏମ୍ କିଷାନ ଲ୍ୟାଣ୍ଡଲାଇନ ନମ୍ବରଗୁଡ଼ିକ ୦୧୧—୨୩୩୮୧୦୯୨, ୨୩୩୮୨୪୦୧

ଅତିରିକ୍ତ ପିଏମ୍ କିଷାନ ହେଲ୍ପଲାଇନ ନମ୍ବର: ୦୧୨୦-୬୦୨୫୧୦୯

ପିଏମ୍ କିଷାନ ଇମେଲ ଆଇଡି: pmkisan-ict@gov.in

କେତେଗୁଡ଼ିଏ ବ୍ୟତିକ୍ରମକୁ ଛାଡ଼ିକରି, ନିଜର ଚାଷ ଉପଯୋଗୀ ଜମି ଥିବା ସାରା ଦେଶର କୃଷକ ପରିବାରମାନଙ୍କୁ ରୋଜଗାର ସହାୟତା ପ୍ରଦାନ କରିବା ନିମନ୍ତେ ପ୍ରଧାନ ମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ) ସ୍କିମ୍ ଲକ୍ଷ୍ୟ ରଖେ l 

ଚଳିତ ବର୍ଷ ଏପ୍ରିଲ ମାସରେ ୟୁନିଅନ କ୍ୟାବିନେଟ ହିତାଧିକାରୀମାନଙ୍କୁ ଲାଭ ପ୍ରଦାନ କରିବା ନିମନ୍ତେ ରହିଥିବା ବାଧ୍ୟତାମୂଳକ ଆଧାର ସଂଯୁକ୍ତ ଆବଶ୍ୟକତାକୁ ଆସାମ, ମେଘାଳୟ ରାଜ୍ୟ ତଥା ଜାମ୍ମୁ କାଶ୍ମୀର ଏବଂ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ କ୍ଷେତ୍ରରେ ମାର୍ଚ୍ଚ ୩୧, ୨୦୨୧ ପର୍ଯ୍ୟନ୍ତ କୋହଳ କରିଲେ l

ଏପରିକି ଅନ୍ୟ ରାଜ୍ୟଗୁଡ଼ିକ ପ୍ରତି ଡାଟା ବେସରେ ଆଧାର ସଂଯୁକ୍ତ କରିବା ପାଇଁ ଶେଷ ସମୟ ଅବଧି ଡିସେମ୍ବର ୨୦୧୯ ଥିଲା l

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)