ସରକାର ସର୍ବଦା ଦେଶର ଲୋକଙ୍କ ପାଇଁ ବିଭିନ୍ନ ସହାୟତା ପ୍ରଦାନ କରିଥାନ୍ତି l ଯାହାଦ୍ୱାରା ଲୋକଙ୍କୁ କିଛି କିଛି କ୍ଷେତ୍ରରେ ଅସ୍ବସ୍ତି ପ୍ରଦାନ କରାଯାଇଥାଏ l ସେହିପରି ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ଅନ୍ୟତମ l ଏହି ଯୋଜନା ଅଧୀନରେ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ ରାଜ୍ୟର ଏକ ଲକ୍ଷ ଲୋକଙ୍କ ଘର ଛାତ ଉପରେ ସୌର ଶକ୍ତି ବ୍ୟବସ୍ଥା ସ୍ଥାପନ କରିବା ପାଇଁ ଲକ୍ଷ୍ୟ ରଖିଛି ।
ସବୁଠାରୁ ବଡ କଥା ହେଲା ଏହି ଯୋଜନା ଅଧୀନରେ ଗ୍ରୀନ୍ ସିଟି ମିଶନରେ ରାଜଧାନୀ ବାସିନ୍ଦାଙ୍କୁ ସ୍ୱତନ୍ତ୍ର ସବସିଡି ମିଳିବ । ଟିପିସିଓଡିଏଲ୍ କୁ ଏହି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସ୍ତରୀୟ ଏଜେନ୍ସି ଭାବେ ମନୋନୀତ କରାଯାଇଛି । ଏଥିରେ ଆବାସିକ ଉପଭୋକ୍ତାଙ୍କ ଛାତ ଉପରେ ପ୍ରଥମରେ ସୌର ଶକ୍ତି ସଂସ୍ଥାପନ କରାଯିବ।
ରୁଫଟପ୍ ସୋଲାର ପାୱାର ପ୍ଲାଣ୍ଟ ସ୍ଥାପନ କରିବା ପାଇଁ ଗ୍ରାହକଙ୍କୁ ୩ କିଲୋୱାଟ୍ ପାଇଁ ୭୮,୦୦୦ ଟଙ୍କା ପର୍ଯ୍ୟନ୍ତ କେନ୍ଦ୍ରୀୟ ଆର୍ଥିକ ସହାୟତା ମିଳିବ । ଗ୍ରୀନ୍ ସିଟି ମିଶନ ମାଧ୍ୟମରେ ଭୁବନେଶ୍ୱର ସହରବାସୀ ପ୍ରତି କିଲୋୱାଟ୍ କ୍ଷମତା ପିଛା ୨୦,୦୦୦ ଟଙ୍କା ହିସାବରେ ଅତିରିକ୍ତ ସବସିଡି ପାଇପାରିବେ। ୭% ସୁଧରେ ଏବଂ ୧୨୦ ମାସର ଅବଧି ସହିତ ଜରିମାନା ବିନା ୨ ଲକ୍ଷ ପର୍ଯ୍ୟନ୍ତ ବ୍ୟାଙ୍କ ଫାଇନାନ୍ସ ମଧ୍ୟ ଉପଲବ୍ଧ। ଆବାସିକ କଲ୍ୟାଣ ସଂଘ ସୋସାଇଟିର ପରିବାର ପିଛା ମୋଟ ୩ କିଲୋୱାଟ୍ ଉପଯୋଗିତା ପୂରଣ କରିବା ପାଇଁ ଛାତ ଉପରେ ସୋଲାର ପ୍ୟାନେଲ ସ୍ଥାପନ କରିବେ l କିଲୋୱାଟ୍ ପିଛା ୧୮,୦୦୦ ଟଙ୍କା ହିସାବରେ କେନ୍ଦ୍ରୀୟ ସବସିଡି ମଧ୍ୟ ପାଇବେ।
ଏହି ଯୋଜନାରେ ଗ୍ରାହକମାନେ ସେମାନଙ୍କର ଗ୍ରିଡ୍ ପାୱାର ବ୍ୟବହାର ପ୍ରତି କିଲୋୱାଟ ପିଛା ପ୍ରାୟ ୧୨୦୦ ୟୁନିଟ୍ ପର୍ଯ୍ୟନ୍ତ ହ୍ରାସ କରିବେ। ଆଗ୍ରହୀ ଗ୍ରାହକମାନେ ନିଜେ ପଞ୍ଜୀକରଣ, ଆବେଦନପତ୍ର ଦାଖଲ, ନିଜ ପାଇଁ ଭେଣ୍ଡର ଚୟନ ଏବଂ ପ୍ରକ୍ରିୟା ଉପରେ ମାର୍ଗଦର୍ଶିକା ପାଇଁ https://www.pmsuryaghar.gov.in/ ରେ ଲଗ୍ ଇନ୍ କରିବାକୁ ହେବ। ଟିପିସିଓଡିଏଲ୍ ଅନୁମୋଦିତ ସିଷ୍ଟମ୍ ଏବଂ ଯନ୍ତ୍ରାଂଶ ଯୋଗାଣ ସ୍ଥାପନା ପାଇଁ ସହାୟତା ପ୍ରଦାନ କରିବାକୁ ୭୫ ଜଣ ଭେଣ୍ଡରଙ୍କୁ ନିୟୋଜିତ ମଧ୍ୟ କରାଯାଇଛି । ଟିପିସିଓଡିଏଲ୍ ଗ୍ରିଡ୍କୁ ସଂଯୋଗ କରିବା ପୂର୍ବରୁ ଆପଣ ପ୍ରତ୍ୟେକ ବ୍ୟବସ୍ଥାକୁ ଯାଞ୍ଚ ଏବଂ ସାର୍ଟିଫାଏ କରିବାରେ ସାହାଯ୍ୟ କରିବ ।
ଅଧିକ ପଢ଼ନ୍ତୁ