Government Schemes

ବିଜନେସ୍ ପାଇଁ ମିଳିବ ଜବରଦସ୍ତ ଋଣ

ରାଜ୍ୟ ହେଉ କି କେନ୍ଦ୍ର ସର୍ବଦା ତତ୍ପର ଜନତାଙ୍କ ପାଇଁ l କୃଷି ରୁ ଆରମ୍ଭ କରି ଛୋଟ ବ୍ୟବସାୟୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ସରକାରୀ ସହାୟତା ପ୍ରଦାନ କରାଯାଉଛି l ଯାହାଦ୍ୱାରା ଜଣେ ଆର୍ଥିକ ସ୍ଥିତିକୁ ମଜବୁତ କରିପାରୁଛି l

01 November, 2023 9:00 AM IST By: Tanushree Mahapatra

ରାଜ୍ୟ ହେଉ କି କେନ୍ଦ୍ର ସର୍ବଦା ତତ୍ପର ଜନତାଙ୍କ ପାଇଁ l କୃଷି ରୁ ଆରମ୍ଭ କରି ଛୋଟ ବ୍ୟବସାୟୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ସରକାରୀ ସହାୟତା ପ୍ରଦାନ କରାଯାଉଛି l ଯାହାଦ୍ୱାରା ଜଣେ ଆର୍ଥିକ ସ୍ଥିତିକୁ ମଜବୁତ କରିପାରୁଛି l ଯଦି ଆପଣ ନିଜସ୍ୱ କିଛି ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ସରକାର ଏଥିପାଇଁ ଋଣ ପ୍ରଦାନ କରୁଛନ୍ତି l  ତେବେ PM ବିଶ୍ୱକର୍ମା ଯୋଜନା ଏଥିପାଇଁ ଅତ୍ୟନ୍ତ ଉପଯୋଗୀ ହୋଇପାରେ ଜଣେ ନୂତନ କରି ଆରମ୍ଭ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ । ତେବେ କିଛି ଦିନ ପୂର୍ବରୁ ପିଏମ ନରେନ୍ଦ୍ର ମୋଦି ଏହି ଯୋଜନା ଆରମ୍ଭ କରିଥିଲେ ଦେଶର ସମସ୍ତ ତାଳୁଆ ଶ୍ରେଣୀର ଲୋକଙ୍କ ପାଇଁ । 

ସବୁଠାରୁ ବଡ଼ କଥା ହେଲା ଆପଣ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ଅନ୍ତର୍ଗତ, କୌଣସି ଗ୍ୟାରେଣ୍ଟି ବିନା ଆପଣ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇପାରିବେ ନିଜ ବ୍ୟବସାୟ ପାଇଁ । କିନ୍ତୁ ଏଥିପାଇଁ ଗୋଟିଏ ସର୍ତ୍ତ ରହିଛି ପ୍ରାୟତଃ ୧୮ଟି ବ୍ୟବସାୟକୁ ଅନ୍ତର୍ଭୂକ୍ତ କରାଯାଇଛି । 

ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ଅଧୀନରେ ଏକ ୧୫ ଦିନର ତାଲିମ କାର୍ଯ୍ୟକ୍ରମ ମଧ୍ୟ ପ୍ରଦାନ କରାଯାଉଛି l ଯେଉଁଥିରେ କେବଳ ତାଲିମ ପ୍ରଦାନ କରାଯାଉନି ତାଲିମ ଅବଧି ସମୟ ମଧ୍ୟରେ ୫୦୦ ଟଙ୍କା ଷ୍ଟାଇପେଣ୍ଡ ମଧ୍ୟ ଉପଲବ୍ଧ ରହିଛି । ଏହି ତାଲିମ ଯୁବପିଢ଼ିଙ୍କ କ୍ୟାରିଅରକୁ ଆଗକୁ ବଢ଼ାଇବାରେ ଅଧିକ ଲାଭଦାୟକ ହେବ ବୋଲି କୁହାଯାଉଛି । ଗତ ଅଗଷ୍ଟ ମାସରେ ଏହି ଯୋଜନା ଲଞ୍ଚ କରିବା ସମୟରେ କେନ୍ଦ୍ର ସରକାର ଏହି ସୂଚନା ଦେଇଥିଲେ । ଏହି ତାଲିମ ପରେ ଜଣେ ବ୍ୟକ୍ତିଙ୍କୁ ସାର୍ଟିଫିକେଟ୍, ଆଇଡି କାର୍ଡ, ପ୍ରଶିକ୍ଷଣ ପାଇଁ ଟୁଲକିଟ୍ ମଧ୍ୟ ପ୍ରଦାନ କରାଯିବ । ତେବେ ଏହି ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ଅଧୀନରେ ସମସ୍ତ ଋଣ ରାଶି ସରକାର କିସ୍ତିରେ ପ୍ରଦାନ କରିବେ । ବ୍ୟବସାୟ ଆରମ୍ଭ କରିବା ପାଇଁ ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ର ସରକାର ୧ ଲକ୍ଷ ଟଙ୍କା ଋଣ ପ୍ରଦାନ କରିବେ ।

ଏହା ପରେ ଏହି ଯୋଜନାର ଦ୍ୱିତୀୟ ପର୍ଯ୍ୟାୟକୁ ଆଗକୁ ନେବା ପାଇଁ କେନ୍ଦ୍ର ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରିବେ । ସରକାର ଏହି ଋଣକୁ ଅଧିକ ଜଟିଳ ନ କରିବା ପାଇଁ ନାମମାତ୍ର ସୁଧରେ ୫ ପ୍ରତିଶତ ପ୍ରଦାନ କରୁଛନ୍ତି । ଏହି ଋଣ ନେବାକୁ ହେଲେ , ଆପଣ ଆଧାର କାର୍ଡ, ପାନ୍ କାର୍ଡ, ଆୟର ସମସ୍ତ ସଠିକ ତଥ୍ୟ, ଡୋମିସାଇଲ୍ ପ୍ରୁଫ୍, ପାସପୋର୍ଟ ସାଇଜ୍ ଫଟୋ, ମୋବାଇଲ୍ ନମ୍ବର ସହିତ ନିଜର ବ୍ୟାଙ୍କ ପାସବୁକ୍ ଥିବା ନିହାତି ଆବଶ୍ୟକ। ତେବେ ଧ୍ୟାନ ରଖିବା ଉଚିତ ଯେ, ଏହି ଦଲିଲଗୁଡ଼ିକ ମଧ୍ୟରୁ ଯଦି ଗୋଟିଏ ହେଲେ ମଧ୍ୟ ହଜିଯାଏ, ତେବେ ଋଣ ନେବାରେ ଆପଣଙ୍କୁ ସମସ୍ୟା ହୋଇପାରେ ।

ଏହି PM ବିଶ୍ୱକର୍ମା ଯୋଜନା ଅଧୀନରେ ଋଣ ପାଇଁ, ପ୍ରଥମେ pmvishwakarma.gov.in ପରିଦର୍ଶନ କରିବାକୁ ପଡ଼ିବ। ଏହା ପରେ PM Vishwakarma Kaushal Samman Yojanaର ବିକଳ୍ପ ଚୟନ କରିବାକୁ ହେବ । ଏହାପରେ ଅନଲାଇନ୍ ଆବେଦନ ଉପରକୁ ଯାଇ କ୍ଲିକ୍ କରନ୍ତୁ । ସେଠାରେ ନିଜର ମୋବାଇଲ୍ ନମ୍ବର ମାଧ୍ୟମରେ ପଞ୍ଜୀକରଣ କରନ୍ତୁ । ଏହା ପରେ ସେଠାରେ ସମସ୍ଥ ତଥ୍ୟ ସଠିକ ଭାବେ ବିବରଣୀରେ ପ୍ରବେଶ କରନ୍ତୁ । ସେଠାରେ ମଗାଯାଇଥିବ ଆବଶ୍ୟକ ସମସ୍ତ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ । ସବୁକିଛି ସଠିକ ଭାବେ ଯାଞ୍ଚ ହେବା ପରେ, ଦାଖଲ ବଟନ ଉପରେ କ୍ଲିକ୍ କରନ୍ତୁ । ଏହି କ୍ଲିକ ପରେ ଆପଣଙ୍କର ଆବେଦନ ପଞ୍ଜିକୃତ ହୋଇଯିବ । କିଛି ଦିନ ପରେ ପରେ ଆପଣ ଏହି ଯୋଜନା ସମ୍ବନ୍ଧୀୟ ଏକ ନିଶ୍ଚିତକରଣ ମେସେଜ ପାଇବେ । ଯାହା ନିଶ୍ଚିତ କରିବା ଯେ ଆପଣ ଏହି ଯୋଜନାରେ ଅନ୍ତର୍ଭୁକ୍ତ l

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)