Government Schemes

PM Kisan Yojna: ଏବେ କୃଷକଙ୍କୁ ମିଳିବ ଡବଲ ଟଙ୍କା

ସେ ରାଜ୍ୟ ହେଉ କି କେନ୍ଦ୍ର ସେମାନେ ସବୁବେଳେ ଦେଶର ଜନତାଙ୍କ ସୁବିଧା କଥା ଚିନ୍ତା କରିଛନ୍ତି l ସେ ଚାଷୀ ଠାରୁ ଆରମ୍ଭ କରି ସାଧାରଣ ଜନତା ସମସ୍ତଙ୍କ ପାଇଁ କିଛି ନା କିଛି ଯୋଜନା ପ୍ରଣୟନ କରାଇଛନ୍ତି ଯାହା ସେମାନଙ୍କୁ ସମସ୍ତ ସୁବିଧା ଯୋଗାଇବାରେ ସାହାଯ୍ୟ କରୁଛି l ତେବେ କୃଷକ ହେଉଛନ୍ତି ଆମ ଦେଶର ମେରୁଦଣ୍ଡ l

12 July, 2023 9:00 PM IST By: Tanushree Mahapatra

ସେ ରାଜ୍ୟ ହେଉ କି କେନ୍ଦ୍ର ସେମାନେ ସବୁବେଳେ ଦେଶର ଜନତାଙ୍କ ସୁବିଧା କଥା ଚିନ୍ତା କରିଛନ୍ତି lସେ ଚାଷୀ ଠାରୁ ଆରମ୍ଭ କରି ସାଧାରଣ ଜନତା ସମସ୍ତଙ୍କ ପାଇଁ କିଛି ନା କିଛି ଯୋଜନା ପ୍ରଣୟନ କରାଇଛନ୍ତି ଯାହା ସେମାନଙ୍କୁ ସମସ୍ତ ସୁବିଧା ଯୋଗାଇବାରେ ସାହାଯ୍ୟ କରୁଛି l ତେବେ କୃଷକ ହେଉଛନ୍ତି ଆମ ଦେଶର ମେରୁଦଣ୍ଡ l ଚାଷ ହେଉଛି ଆମ ଦେଶର ଆର୍ଥିକ ସ୍ଥିତିକୁ ମଜବୁତ କରିବା ପାଇଁ ଆଉ ଏକ ରାସ୍ତା ଲ ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷକମାନଙ୍କୁ ପ୍ରତ୍ୟକ୍ଷ ସହାୟତା ଦେବା ପାଇଁ ଡିସେମ୍ବର 2018 ରେ ପିଏମ କିସାନ ଯୋଜନା ଆରମ୍ଭ କରିଥିଲେ ।

ଏହା ପୂର୍ବରୁ କୃଷକମାନେ ବ୍ୟାଙ୍କ ଆକାଉଣ୍ଟରୁ ସିଧାସଳଖ କୌଣସି ସରକାରଙ୍କ ଠାରୁ ନଗଦ ସହାୟତା ପାଇ ନଥିଲେ ଯାହା କେନ୍ଦ୍ର ସରକାର ୨୦୧୮ ରେ ଲାଗୁ କଲେ । ଏହି ଯୋଜନା ଦ୍ୱାରା ଦେଶର ହଜାର ହଜାର କୃଷକ ଲାଭ ପାଉଛନ୍ତି l

ଏବେ କେନ୍ଦ୍ର ସରକାର କୃଷକମାନଙ୍କୁ ଦେଇଛନ୍ତି ଏକ ଖୁସି ଖବର । ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଏଥର ପ୍ରଧାନମନ୍ତ୍ରୀ କିସାନ ଯୋଜନାରେ ଚାଷୀଙ୍କ ଆକାଉଣ୍ଟକୁ ଦିଆଯିବ ଡବଲ ଟଙ୍କା ।ଅର୍ଥାତ୍ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା କୃଷକମାନଙ୍କୁ ଯୋଜନାର ୧୪ ତମ କିସ୍ତିରେ ୨ ହଜାର ଟଙ୍କା ବଦଳରେ ୪ ହଜାର ଟଙ୍କା ପାଇବେ । ଏ ନେଇ କେନ୍ଦ୍ର ସରକାରଙ୍କ ତରଫରୁ ସୂଚନା ପ୍ରଦାନ କରାଯାଇଛି । 

କେନ୍ଦ୍ର ସରକାରଙ୍କ ତରଫରୁ ଏହା ଦେଶର କୋଟି କୋଟି କୃଷକମାନଙ୍କ ପାଇଁ ଉପହାର । ତେବେ ଆଗକୁ ଚାଷୀଙ୍କୁ ପ୍ରଦାନ କରାଯିବାକୁଥିବା ୧୪ତମ କିସ୍ତିରେ ଚାଷୀଙ୍କ ଆକାଉଣ୍ଟକୁ ଡବଲ ଟଙ୍କା ଆସିବା ଶୁଣି ଚାଷୀ ଖୁବ ଖୁସିରେ ଅଛନ୍ତି । ତେବେ ପ୍ରତ୍ୟେକ କିସ୍ତିରେ ଚାଷୀଙ୍କୁ ୨୦୦୦ ଟଙ୍କା ଆସୁଥିବା ବେଳେ ଏଥର ମିଳିବାକୁ ଥିବା କିସ୍ତିରେ ଚାଷୀଙ୍କୁ ୪୦୦୦ ଟଙ୍କା ଦିଆଯିବ । ତେବେ ପିଏମ କିସାନ ଯୋଜନା କୃଷକଙ୍କ ବିକାଶ ଏବଂ ସହାୟତା ପାଇଁ  ଯୋଜନା ପ୍ରଣୟନ କରିଛନ୍ତି କେନ୍ଦ୍ର ସରକାର ଯାହା ତାଙ୍କୁ ଚାଷକାର୍ଯ୍ୟରେ ସାହାଯ୍ୟ କରୁଛି । କୃଷକଙ୍କ ରୋଜଗାରକୁ ଅଧିକ ରୁ ଅଧିକ କରିବା ପାଇଁ ସରକାରଙ୍କ ତରପରୁ ଚାଷୀଙ୍କୁ ଏହି ଟଙ୍କା ପ୍ରଦାନ କରାଯାଇଥାଏ ।

ଗତ କିସ୍ତି ମିଳିଥିବା ସମୟରେ ଅନେକ କୃଷକ ନିଜ ନିଜ ଭେରିଫିକେସନ୍ ପ୍ରସେସ୍ ପୂରା କରିପାରି ନଥିଲେ । ଯେଉଁଥିପାଇଁ ସେମାନେ ହଇରାଣ ହରକତ ହୋଇଥିଲେ l ସେମାନଙ୍କ ଆକାଉଣ୍ଟକୁ ୧୩ତମ କିସ୍ତି ଆସି ପାରି ନଥିଲା ମଧ୍ୟ । କିନ୍ତୁ ଏବେ ଅଧିକାଂଶ ଚାଷୀଙ୍କର ଭେରିଫିକେସନ ଶେଷ ହୋଇଛି । ତେଣୁ ଏଥର ମିଳିବାକୁ ଥିବା ୧୪ତମ କିସ୍ତିରେ ସରକାରଙ୍କ ତରଫରୁ ୨୦୦୦ଟଙ୍କା ବଦଳରେ ଚାଷୀଙ୍କୁ ୪୦୦୦ ଟଙ୍କା ଟ୍ରାନ୍ସଫର କରିବେ ସରକାର  । ବଡ କଥା ହେଉଛି ୧୩ତମ କିସ୍ତି ପାଇ ନଥିବା ଚାଷୀମାନେ ମଧ୍ୟ ଏଥିରେ ସେମାନଙ୍କ ସେହି ଟଙ୍କା ପାଇପାରିବେ । ଦେଶର କୋଟି କୋଟ କୃଷକଙ୍କୁ ୧୩ ତମ କିସ୍ତି ଟଙ୍କା ଦିଆ ସରିଥିବା ବେଳେ ଏବେ ୧୪ତମ କିସ୍ତିକୁ ଅପେକ୍ଷା କରି ରହିଛି କୃଷକ । ତେବେ ସୂଚନା ଅନୁଯାୟୀ, ପିଏମ କିସାନ ସମ୍ମାନ ନିଧି ଯୋଜନାରେ ଜୁଲାଇ ମାସ ସୁଦ୍ଧା କୃଷକମାନଙ୍କ ଆକାଉଣ୍ଟକୁ ୧୪ତମ କିସ୍ତି ଟାନ୍ସଫର କରି ଦିଆଯିବ । ଏଥିରେ ୧୩ତମ କିସ୍ତି ପାଇ ନଥିବା କୃଷକଙ୍କୁ ମଧ୍ୟ ସେମାନଙ୍କ ଟଙ୍କା ଏକା ସାଙ୍ଗରେ ପ୍ରଦାନ କରାଯିବ ଚାଷୀଙ୍କୁ ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)