Government Schemes

Pm Kusum Yojana: ଅନଲାଇନ୍ ରେ କିପରି କରିବେ ଆବେଦନ ?

ଜଳସେଚନ ପାଇଁ ବିଭିନ୍ନ ଯୋଜନା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ କରାଯାଉଛି ।

14 May, 2024 12:35 PM IST By: Tanushree Mahapatra

ଦେଶରେ ଏପରି ଅନେକ ଅଞ୍ଚଳ ରହିଛି ଯେଉଁଠାରେ ଉଚିତ ପରିମାଣର ବର୍ଷା ହୋଇନଥାଏ l ଯେଉଁ କାରଣରୁ ସେହି ଅଞ୍ଚଳରେ ଚାଷ ପ୍ରଭାବିତ ହୋଇଥାଏ l ଚାଷୀଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ମଧ୍ୟ ପଡେ l ବର୍ଷା ଅଭାବରୁ ଫସଲକୁ ଜଳସେଚନ କରିବାରେ ଅନେକ ଅସୁବିଧା ହୁଏ l ଉଚିତ ଜଳସେଚନର ଅଭାବ ବିଳମ୍ବ ଏବଂ ଉତ୍ପାଦନ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ l

ପ୍ରତ୍ୟେକ କୃଷକ  ଜଳସେଚନ କରିବା ପାଇଁ ମହଙ୍ଗା ଉପକରଣ ବ୍ୟବହାର କରିଥାନ୍ତି ଯାହାଦ୍ୱାରା ଅଧିକ ଟଙ୍କା ମଧ୍ୟ ଖର୍ଚ୍ଚ ହୁଏ  l ଜଳସେଚନ ପାଇଁ ବିଭିନ୍ନ ଯୋଜନା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ କରାଯାଉଛି । ପ୍ରଧାନମନ୍ତ୍ରୀ  କୁସୁମ ଯୋଜନା ଅନ୍ୟାନ୍ୟ ଯୋଜନା ମଧ୍ୟରୁ ଅନ୍ୟତମ ଯୋଜନା ଯେଉଁଥିରେ କୃଷକମାନେ ସବସିଡି ସହିତ ନିଜ ଚାଷଜମିରେ ସୋଲାର ପମ୍ପ ସ୍ଥାପନ କରିପାରିବେ । ତେବେ ପିଏମ କୁସୁମ ଯୋଜନାରେ କିପରି ସବସିଡି ମିଳିବ ଏବଂ କିପରି ଏଥିପାଇଁ ଆବେଦନ କରିହେବ ସେ ବିଷୟରେ ବିସ୍ତୃତ ଆଲୋଚନା କରିବା l

ଯୋଜନା ର ଉଦ୍ଦେଶ୍ୟ :-

ପ୍ରଧାନମନ୍ତ୍ରୀ କୁସୁମ ଯୋଜନା, ଯେଉଁଥିରେ ସରକାର କୃଷକଙ୍କୁ ସଂପୂର୍ଣ୍ଣ ମାଗଣା ବିଦ୍ୟୁତ ଯୋଗାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଏହି ଯୋଜନା ଅଧୀନରେ ଜଳସେଚନ କରିବା ପାଇଁ ସୋଲାର ପ୍ୟାନେଲର ସୁବିଧା ଯୋଗାଇ ଦେବେ ସରକାର ଯାହା ଦ୍ୱାରା ଚାଷୀ ଫସଲକୁ ଠିକ୍ ସମୟରେ ଜଳସେଚନ କରିପାରିବେ l ଯାହାଦ୍ୱାରା ଫସଲର ଅମଳ ମଧ୍ୟ ସଠିକ ସଫଳ ହୋଇପାରିବ । ସରକାରଙ୍କ କହିବା ଅନୁଯାୟୀ ପ୍ରଧାନମନ୍ତ୍ରୀ କୁସୁମ ଯୋଜନା ଅଧୀନରେ ଆସନ୍ତା ୧୦ ବର୍ଷ ମଧ୍ୟରେ ଦେଶର ୧୭.୫ ଲକ୍ଷରୁ ଅଧିକ ଡିଜେଲ ପମ୍ପ ଏବଂ ୩ କୋଟି ଚାଷୀଙ୍କୁ ସୋଲା ପମ୍ପର ଶକ୍ତିରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି l ଯାହାଦ୍ୱାରା ଚାଷୀ ମାଗଣା ବିଜୁଳି ବ୍ୟବହାର କରିପାରିବେ l

ଯୋଗ୍ୟତା :-

-ପିଏମ କୁସୁମ ଯୋଜନା ପାଇଁ ଭାରତୀୟ ବାସିନ୍ଦା ହେବା ଜରୁରୀ

-ଏହି ଯୋଜନାରେ କୃଷକ, ନିମ୍ନ କୃଷକ ଗୋଷ୍ଠୀ, ସମବାୟ ସମିତି, ପଞ୍ଚାୟତ, କୃଷକ ଉତ୍ପାଦକ ସଂଗଠନ କିମ୍ବା FPO, ଜଳ ଉପଭୋକ୍ତା ସଙ୍ଗଠନ ଇତ୍ୟାଦି ଉପକୃତ ହୋଇପାରିବେ

-ପ୍ରତି ମେଗାୱାଟ ଅନୁଯାୟୀ ଚାଷୀଙ୍କ ନିକଟରେ ପ୍ରାୟ ୨ ହେକ୍ଟର ଜମି ରହିବା ଉଚିତ୍

-ଆବେଦନକାରୀ ବ୍ୟକ୍ତିଙ୍କର ସମସ୍ତ ଡକ୍ୟୁମେଣ୍ଟ୍ ସଠିକ ରହିବା ଉଚିତ୍

ପ୍ରଧାନମନ୍ତ୍ରୀ କୁସୁମ୍ ଯୋଜନା ପାଇଁ ଆବଶ୍ୟକ ଦସ୍ତାବେଜ :-

-ଆଧାର କାର୍ଡ

-ରେସନ କାର୍ଡ

-ପଞ୍ଜୀକରଣର କରିଥିବା କପି

-ପ୍ରାଧିକରଣ ଚିଠି

-ଜମି କାର୍ଯ୍ୟର ଏକ ନକଲ

-ନିଜ ମୋବାଇଲ୍ ନମ୍ବର

-ନିଜ ବ୍ୟବହାର କରୁଥିବା ବ୍ୟାଙ୍କ ଆକାଉଣ୍ଟ ର ଷ୍ଟେଟମେଣ୍ଟ

-ପାସପୋର୍ଟ ଆକାରର ଫଟୋଗ୍ରାଫ୍

ପ୍ରଧାନମନ୍ତ୍ରୀ କୁସୁମ ଯୋଜନାରେ ପଞ୍ଜୀକରଣ ପ୍ରକ୍ରିୟା :-

କୁସୁମ ଯୋଜନା ଅନଲାଇନ୍ କିମ୍ବା ଅଫଲାଇନରେ ଆପଣ ଆବେଦନ କରିପାରିବେ l କୁସୁମ ଯୋଜନା ଅଧୀନରେ ଜଣେ ଚାଷୀ ସୌର ଶକ୍ତି ୟୁନିଟ୍ ପ୍ରତିଷ୍ଠା ଏବଂ ଭଡା ଉପରେ ମଧ୍ୟ ଜମି ଦେବା ପାଇଁ ଆବେଦନ କରିପାରିବେ ଯାହା ରୋଜଗାର ଦେବ । ଭଡ଼ା ଉପରେ ସେମାନଙ୍କର ଜମି ଦେବା ପାଇଁ ପଞ୍ଜୀକୃତ ହୋଇଥିବା ଲୋକଙ୍କ ତାଲିକା RREC ର ଅଫିସିଆଲ୍ ୱେବସାଇଟରେ ଅପଲୋଡ୍ କରିବାକୁ ହେବ l  ଅନଲାଇନ୍ ଆବେଦନ କ୍ଷେତ୍ରରେ, ବ୍ୟକ୍ତିଙ୍କୁ ଆବେଦନ ଫର୍ମ ର ଏକ ପ୍ରିଣ୍ଟ୍ ବାହାର କରିବାକୁ ହେବ l ଏହାକୁ  ସୁରକ୍ଷିତ ରଖିବାକୁ ପଡିବ l ଯଦି ଅଫଲାଇନ୍ ବ୍ୟକ୍ତି କିମ୍ବା ଚାଷୀଙ୍କ ଦ୍ୱାରା ଆବେଦନ କରାଯାଇଛି, ତେବେ ସେହି ବ୍ୟକ୍ତି ଏକ ରସିଦ ମଧ୍ୟ ପାଇବେ ଆବେଦନ କରିସାରିବା ପରେ , ଯାହାକୁ ନିଜ ପାଖରେ ସଂରକ୍ଷଣ କରିବାକୁ ପଡିବ l

ଅଧିକ ପଢ଼ନ୍ତୁ

STIHL ପାୱାର ଟିଲର୍ ସହ ଆରମ୍ଭ କରନ୍ତୁ ଚାଷ, ଉତ୍ପାଦକତାରେ ହେବ ବୃଦ୍ଧି

MFOI 2024: ମୂଳା ଚାଷୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)