Government Schemes

ମାତ୍ର ୫ ଟଙ୍କାରେ ମିଳିବ ପମ୍ପ୍ କନେକ୍ସନ!

ଚାଷରେ ଜଳସେଚନ ପାଇଁ ଡିଜେଲ ଚାଳିତ ପମ୍ପ ବ୍ୟବହାର କରନ୍ତି ଅନେକ ଚାଷୀ । ଜଳ ର ସୁବିଧା ନ ଥିବାରୁ ଚାଷୀଙ୍କୁ ଡିଜେଲ ଚାଳିତ ପମ୍ପ ବ୍ୟବହାର ପଡେ l ଏଭଳି ପରିସ୍ଥିତିରେ ଚାଷୀ ଫସଲରୁ ଅନେକ ଉତ୍ପାଦନ ଉପାର୍ଜନ କରନ୍ତି ।

30 December, 2024 12:46 PM IST By: Tanushree Mahapatra

ଆମ ଦେଶରେ ଅଧିକ ଲୋକ ଚାଷ ଉପରେ ନିର୍ଭର କରନ୍ତି l ୫୦% ରୁ ଅଧିକ ଲୋକ କୃଷି ଉପରେ ନିର୍ଭର କରି ରୋଜଗାର କରୁଛନ୍ତି । ଚାଷ କରିବା ଏକ ସହଜ କାମ ନୁହେଁ ସେଥିପାଇଁ ସରକାର ଚାଷୀଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି । ଚାଷ ପାଇଁ ବହୁ ପରିଶ୍ରମ ଏବଂ ଅନେକ ଆର୍ଥିକ ସଙ୍କଟ ମଧ୍ୟ ଆସିଥାଏ । ତେଣୁ ବିହନ ଠାରୁ କୃଷି ଯନ୍ତ୍ରପାତି ପର୍ଯ୍ୟନ୍ତ ସରକାର ସହାୟତା ପ୍ରଦାନ କରୁଛନ୍ତି ଚାଷୀଙ୍କୁ l ଅନେକ କୃଷକ ଆର୍ଥିକ ଦୃଷ୍ଟିରୁ ସମୃଦ୍ଧ ନୁହଁନ୍ତି ଯାହାପାଇଁ ସେମାନେ ଅଧିକ ଚାଷ କାମ କରିପାରିନଥାନ୍ତି । ଏହିପରି କୃଷକମାନେ ଆର୍ଥିକ ସହାୟତା ଆବଶ୍ୟକ କରନ୍ତି । ସରକାର ମଧ୍ୟ ଅନେକ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି l ଅନେକ ଋଣ ବ୍ୟବସ୍ଥା ମଧ୍ୟ କରାଯାଇଛି ଚାଷୀଙ୍କ ପାଇଁ l

ଚାଷରେ ଜଳସେଚନ ପାଇଁ ଡିଜେଲ ଚାଳିତ ପମ୍ପ ବ୍ୟବହାର କରନ୍ତି ଅନେକ ଚାଷୀ । ଜଳ ର ସୁବିଧା ନ ଥିବାରୁ ଚାଷୀଙ୍କୁ ଡିଜେଲ ଚାଳିତ ପମ୍ପ ବ୍ୟବହାର ପଡେ l ଏଭଳି ପରିସ୍ଥିତିରେ ଚାଷୀ ଫସଲରୁ ଅନେକ ଉତ୍ପାଦନ ଉପାର୍ଜନ କରନ୍ତି । ଅନେକ ସମୟରେ ଚାଷୀ ପମ୍ପ ପାଇଁ ଡିଜେଲ କିଣିବାରେ ଅଧିକ ଅର୍ଥ ଖର୍ଚ୍ଚ କରନ୍ତି । ବର୍ତ୍ତମାନ ଅନେକ କୃଷକ ସୌର ଶକ୍ତି ବ୍ୟବହାର କରି ଚାଲୁଥିବା ପମ୍ପ ବ୍ୟବହାର କରନ୍ତି । ସରକାର ମଧ୍ୟ ଚାଷୀଙ୍କୁ ଏଥିପାଇଁ ଉତ୍ସାହିତ କରୁଛନ୍ତି । କାରଣ ଏହାର ବ୍ୟବହାର ପ୍ରଦୂଷଣ କୁ ରୋକିଥାଏ l  ଚାଷୀଙ୍କ ଉପରେ ଅଧିକ ଆର୍ଥିକ ଚାପ ମଧ୍ୟପକାଇବ ନାହିଁ ।

ତେବେ ଏହାରି ମଧ୍ୟରେ ମଧ୍ୟପ୍ରଦେଶର ଚାଷୀଙ୍କ ପାଇଁ ଏକ ବଡ ଖବର ଆସିଛି l ଚାଷ କ୍ଷେତ୍ରରେ ପମ୍ପ ବ୍ୟବହାରକୁ ନେଇ ଏକ ଖୁସି ଖବର । ମଧ୍ୟପ୍ରଦେଶର ବିଦ୍ୟୁତ୍ ବିତରଣ କମ୍ପାନୀ ମଧ୍ୟପ୍ରଦେଶର ବୌଦ୍ୟୁତିକ ପମ୍ପ ଉପରେ ବଡ ଅଫର ଆଣିଛି । ମଧ୍ୟପ୍ରଦେଶର ଏହି ବିଦ୍ୟୁତ୍ ବିତରଣ କମ୍ପାନୀ ଗ୍ରାମୀଣ ଚାଷୀଙ୍କୁ ଚାଷ ପାଇଁ ପମ୍ପ ସଂଯୋଗ ମାତ୍ର ୫ ଟଙ୍କାରେ ପ୍ରଦାନ କରିବ। କିନ୍ତୁ ବିଦ୍ୟୁତ୍ ଲାଇନ ନିକଟରେ ରହୁଥିବା କୃଷକଙ୍କ ପାଇଁ ଏହି ସୁବିଧା ଉପଲବ୍ଧ କରାଯିବ ।

ଏଥିପାଇଁ କୃଷକଙ୍କୁ ସରଳ ସଂଯୋଜନର ଅଫିସିଆଲ୍ ପୋର୍ଟାଲ୍ ପରିଦର୍ଶନ କରିବାକୁ ପଡ଼ିବ l https://saralsanyojan.mpcz.in:8888/home  ମାଧ୍ୟମରେ ଫର୍ମ ପୂରଣ କରିବାକୁ ହେବ । ଏହା ପରେ ଗ୍ରାଉଣ୍ଡରେ ଉପସ୍ଥିତ ଥିବା ଅଧିକାରୀଙ୍କ ଦ୍ୱାରା କାର୍ଯ୍ୟାନୁଷ୍ଠାନ କରାଯିବ।

READ MORE:

COLD WAVE: ଘନ କୁହୁଡି ନେଇ ୟଲୋ ଆଲର୍ଟ ଜାରି!

successful farmer: ସମ୍ବଲପୁର ର ସଫଳ ଚାଷୀ ଚେତନ !