Government Schemes

ବଢିଲା ରାସନ କାର୍ଡ ଆଧାର ଲିଙ୍କ ସମୟସୀମା

ଶେଷ ତାରିଖ ୩୦ ଜୁନରୁ ସେପ୍ଟେମ୍ବର ମାସ ୩୦ ତାରିଖ ପର୍ଯ୍ୟନ୍ତ ବଢାଯାଇଛି....

13 June, 2024 10:42 AM IST By: Tanushree Mahapatra

ଦେଶରେ ବିଭିନ୍ନ ଜନକଲ୍ୟାଣ ଯୋଜନା ପ୍ରଚଳିତ ହୋଇଛି l ଯାହାର ଫାଇଦା ଗରିବ ଶ୍ରେଣୀର ଲୋକେ ପାଉଛନ୍ତି l ଅନେକ ଜନ କଲ୍ୟାଣ ଯୋଜନା ମଧ୍ୟରୁ ମାଗଣା ରାସନ କାର୍ଡ ହେଉଛି ଅନ୍ୟତମ l ରାସନ କାର୍ଡ ହେଉଛି ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ଦଲିଲ ମଧ୍ୟ ।

ରାସନ କାର୍ଡ ମାଧ୍ୟମରେ ସରକାର ଗରିବ ଏବଂ ଅଭାବୀ ଲୋକଙ୍କୁ ଖୁବ କମ୍ ମୂଲ୍ୟରେ ଖାଦ୍ୟ ସାମଗ୍ରୀ ଯୋଗାଉଛନ୍ତି କେନ୍ଦ୍ର ସରକାର । ରାସନ କାର୍ଡର ଲାଭ ପାଇବା ପାଇଁ, ଆପଣଙ୍କ ପାଖରେ ଏକ ରାସନ କାର୍ଡ ଥିବା ନିହାତି ଆବଶ୍ୟକ। ଯଦି ଆପଣଙ୍କ ପାଖରେ ଏହା ନାହିଁ ତେବେ ଆପଣ ଏଥିପାଇଁ ଆବେଦନ ମଧ୍ୟ କରିପାରିବେ l ତେବେ ଏହା କିପରି ପ୍ରସ୍ତୁତ କିମ୍ବା ଆବେଦନ କରିବେ ଏହି ଆର୍ଟିକଲରେ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରାଯାଇଛି l

ରାସନ କାର୍ଡ ତିଆରି ପାଇଁ ଖାଦ୍ୟ ବିଭାଗ ଦ୍ୱାରା ଉଭୟ ଅନଲାଇନ୍ ଏବଂ ଅଫଲାଇନ୍ ମାଧ୍ୟମରେ ଏହି ସୁବିଧା ପ୍ରଦାନ କରାଯାଉଛି । ଯାହା ମାଧ୍ୟମରେ ରାସନ କାର୍ଡ ତିଆରି ପାଇଁ ସହଜରେ ଆପଣ ଆବେଦନ କରିପାରିବେ । ଏକ ନୂଆ ରାସନ କାର୍ଡ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ଦସ୍ତାବିଜଗୁଡ଼ିକ ଜାଣିବା ଆବଶ୍ୟକ l

ରାସନ କାର୍ଡକୁ ନେଇ ଆସିଛି ବଡ଼ ଅପଡେଟ । ବର୍ତ୍ତମାନ ଖାଦ୍ୟ ଏବଂ ଲଜିଷ୍ଟିକ ବିଭାଗ ଦ୍ୱାରା E-KYC କରିବା ପାଇଁ ଆଦେଶ ଜାରି କରାଯାଇଛି । ଏହା ଏଥିପାଇଁ କରାଯାଇଛି କାରଣ ରାସନ କାର୍ଡରେ ଅନ୍ୟ ସଦସ୍ୟଙ୍କ ସଂଖ୍ୟା ଅପଡେଟ କରାଯାଇପାରିବ ସହଜରେ । ଅର୍ଥାତ ଯଦି କାହାର ବିବାହ ହୋଇଯାଇଛି କିମ୍ବା ମୃତ୍ୟୁ ଘଟିଛି ତାଙ୍କ ନାମ ସେଥି ମଧ୍ୟରୁ ହଟାଯାଇପାରିବ । ଅର୍ଥାତ ପରିବାରରେ ଥିବା ସମସ୍ତ ସଦସ୍ୟଙ୍କର କେୱାଇସି ପୂରଣ କରିବାକୁ ପଡିବ ଯାହାଦ୍ୱାରା ସହଜ ହେବ ରାସନ ନେବାରେ ଅଥବା ସେମାନେ ଏଥିରୁ ବଞ୍ଚିତ ହୋଇପାରନ୍ତି ।

ଫୁଡ ଆଣ୍ଡ ପବ୍ଲିକ ଡିଷ୍ଟ୍ରିବୁସନ ଡିପାର୍ଟମେଣ୍ଟ ଏ ନେଇ ଏକ ନୋଟିଫିକେସନ ଜାରି କରିଛି । ନୋଟିଫିକେସନ ଅନୁଯାୟୀ, ଆଧାରକୁ ଖାଦ୍ୟ ସବସିଡି ଖାତାରେ ଯୋଡିବାର ଲାଷ୍ଟ ଡେଟକୁ ବଢାଯାଇଛି । ଏହାର ଶେଷ ତାରିଖ ୩୦ ଜୁନରୁ ସେପ୍ଟେମ୍ବର ମାସ ୩୦ ତାରିଖ ପର୍ଯ୍ୟନ୍ତ ବଢାଯାଇଛି । ସରକାର ଫେବୃଆରୀ ୨୦୧୭ ମସିହାରେ PDSର ଲାଭାର୍ଥୀଙ୍କ ପାଇଁ ରାସନ କାର୍ଡକୁ ଆଧାର କାର୍ଡ ସହିତ ଲିଙ୍କ କରିବାକୁ  ବାଧ୍ୟତାମୂଳକ କରିଦେଇଥିଲା ।

ଅଧିକ ପଢ଼ନ୍ତୁ

ଶରୀରରେ ଥାଇରଏଡ୍ ବଢ଼ୁଚି କି ? ତେବେ ପିଅନ୍ତୁ ଏହି ଡ୍ରିଙ୍କ !

Organic Farming: କିପରି କରିବେ ପନିପରିବାରେ ଜୈବିକ କୃଷି ?

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)