Government Schemes

ପ୍ରତି ଚାଷୀଙ୍କୁ ମିଳିବ ରାଜ୍ୟ ସରକାରଙ୍କ ତରଫରୁ ୧୨ ଲକ୍ଷ

ବିହନ ହେଉ କି ସବସିଡି ରାଜ୍ୟ ହେଉ କି କେନ୍ଦ୍ର ସମସ୍ତ ଚାଷୀଙ୍କ ପାଇଁ ଅନେକ ସୁବିଧା କରାଯାଉଛି l ଏବେ ଏହାରି ଭିତରେ ଚାଷୀଙ୍କ ପାଇଁ ଏକ ବଡ ଖୁସି ଖବର ସାମ୍ନାକୁ ଆସିଛି l ତେବେ ଚାଷୀ ଓ ଗ୍ରାମୀଣ ଯୁବକଙ୍କୁ ରାଜ୍ୟ ସରକାର ଯୋଗାଇ ଦେଉଛନ୍ତି ଆର୍ଥିକ ସହାୟତା ଯାହା ଚାଷୀକୁ ଚାଷ କାର୍ଯ୍ୟରେ ଲାଭ ଅର୍ଜନ କରିବାରେ ସାହାଯ୍ୟ କରିବ ।

24 May, 2023 10:28 AM IST By: Tanushree Mahapatra

ବିହନ ହେଉ କି ସବସିଡି ରାଜ୍ୟ ହେଉ କି କେନ୍ଦ୍ର ସମସ୍ତ ଚାଷୀଙ୍କ ପାଇଁ ଅନେକ ସୁବିଧା କରାଯାଉଛି l ଏବେ ଏହାରି ଭିତରେ ଚାଷୀଙ୍କ ପାଇଁ ଏକ ବଡ ଖୁସି ଖବର ସାମ୍ନାକୁ ଆସିଛି l  ତେବେ ଚାଷୀ ଓ ଗ୍ରାମୀଣ ଯୁବକଙ୍କୁ ରାଜ୍ୟ ସରକାର ଯୋଗାଇ ଦେଉଛନ୍ତି ଆର୍ଥିକ ସହାୟତା ଯାହା ଚାଷୀକୁ ଚାଷ କାର୍ଯ୍ୟରେ ଲାଭ ଅର୍ଜନ କରିବାରେ ସାହାଯ୍ୟ କରିବ । ଚାଷୀର ଚାଷ ଉତ୍ପାଦିତ ଖାଦ୍ୟ ପଦାର୍ଥ ବା ପନିପରିବା ନଷ୍ଟ ନ ହେବା ପାଇଁ ସରକାର ଏବେ ଶୀତଳ ଭଣ୍ଡାର ଯନ୍ତ୍ର ଯୋଗାଇ ଦେଉଛନ୍ତି l

ଯେପରି ଚାଷୀଟି  ତା' ଶୀତଳ ଭଣ୍ଡାରରେ ଓ ଉତ୍ପାଦିତ ଫସଲକୁ ସାଇତି ରଖିବା ପାଇଁ ସୁବ୍ୟବସ୍ଥା କରିପାରିବ ଯାହା କୌଣସି ପନିପରିବା କୁ ନଷ୍ଟ ହେବା ପାଇଁ ଦେବା ନାହିଁ । ଯାହା ଦ୍ୱାରା ରାଜ୍ୟର ଚାଷୀମାନେ ଲାଭାନ୍ୱିତ ମଧ୍ୟ ହୋଇପାରିବେ । ତେବେ ଏବେ ଏହି ଲକ୍ଷ୍ୟ ନେଇ ବିହାର ସରକାର ଚାଷୀଙ୍କ ଉଦ୍ଦେଶ୍ୟରେ ଏକିକୃତ ଉଦ୍ୟାନ ବିକାଶ ମିଶନ ଯୋଜନା ଆରମ୍ଭ କରିଥିଲେ କିଛିଦିନ ପୂର୍ବରୁ । ଏହି ଯୋଜନାରେ ଅନ୍ତର୍ଭୁକ୍ତ ଥିବା ସମସ୍ତ ଚାଷୀମାନଙ୍କୁ ବିହାର ରାଜ୍ୟ ସରକାର ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି । ଏନେଇ ସୂଚନା ଦେଇଛନ୍ତି  ବିହାର ସରକାର କୃଷି ଉଦ୍ୟାନ ନିର୍ଦ୍ଦେଶାଳୟ ।

ସେହିପରି ବିହାର ଇଣ୍ଟିଗ୍ରେଟେଡ୍ ଉଦ୍ୟାନ କୃଷି ବିକାଶ ମିଶନ୍ ଅଧୀନରେ ଥିବା କୃଷକ ଓ ଉଦ୍ୟୋଗୀଙ୍କ ନିଜସ୍ୱ ମଣ୍ଡି ଓ ଗ୍ରାମୀଣ ବଜାର ପ୍ରତିଷ୍ଠା କରିବା ପାଇଁ ଖର୍ଚ୍ଚ ହେଉଛି ୟୁନିଟ୍ ପିଛା ୨୫ ଲକ୍ଷ ଟଙ୍କା । ଏହି ସରକାର ନିଜସ୍ୱ ବଜାର ଏବଂ ଗ୍ରାମୀଣ ବଜାର ପ୍ରତିଷ୍ଠା କରିବ ପାଇଁ ଖର୍ଚ୍ଚ ବାବଦକୁ  କୃଷକ ଏବଂ ଉଦ୍ୟୋଗୀଙ୍କୁ ୫୦ ପ୍ରତିଶତ ସବସିଡି ମଧ୍ୟ ଦେଉଛନ୍ତି । ଅର୍ଥାତ୍ ପ୍ରତି ଯୋଗ୍ୟ କୃଷକମାନେ ସବସିଡି ହିସାବରେ ୧୨ ଲକ୍ଷ ୫୦ ହଜାର ଟଙ୍କା ପାଇପାରିବେ ସରକାରଙ୍କ ତରଫରୁ । ଯେଉଁଠାରେ FPO ଓ FPCକୁ ୭୫ ପ୍ରତିଶତ ପର୍ଯ୍ୟନ୍ତ ସବସିଡି ଦିଆଯିବ ଯଥା ୟୁନିଟ୍ ମୂଲ୍ୟ ଉପରେ ୧୮ ଲକ୍ଷ ୭୫ ହଜାର ଟଙ୍କା ପର୍ଯ୍ୟନ୍ତ ରହିବ ।

ସେହିପରି ବିହାରର ଥିବା ସମସ୍ତ କୃଷକମାନେ ଇଣ୍ଟିଗ୍ରେଟେଡ୍ ବଗିଚା ବିକାଶ ମିଶନ ଅଧୀନରେ ସେମାନଙ୍କର ମଣ୍ଡି ଓ  ଗ୍ରାମୀଣ ବଜାରରେ ସବସିଡିର ଲାଭ ଉଠାଇ ପାରିବେ । ସେହିପରି ଉଦ୍ୟାନ କୃଷି ବିଭାଗର ଅଫିସିଆଲ୍ ୱେବସାଇଟ୍, ଉଦ୍ୟାନ କୃଷି Bihar.gov.in ପରିଦର୍ଶନ କରି କୃଷକମାନେ ଏଥିପାଇଁ ଆବେଦନ କରିପାରିବେ ଏବଂ ତଥ୍ୟ ମଧ୍ୟ ପାଇଁ ପାରିବେ । ଅନ୍ୟପକ୍ଷରେ, ସେହି କୃଷକମାନେ ଅଧିକ ସୂଚନା ପାଇଁ ସେମାନଙ୍କ ବ୍ଲକ ଉଦ୍ୟାନ କୃଷି ଅଧିକାରୀଙ୍କ ସହିତ ଯୋଗାଯୋଗ କରିପାରିବେ ।

ବେଳେ ବେଳେ ନିଜ ଉତ୍ପାଦିତ ପନିପରିବା ପାଇଁ କମ୍ ମୂଲ୍ୟ ପାଇବା ହେତୁ କୃଷକମାନେ କ୍ରୋଧିତ ହୋଇ ସେମାନଙ୍କ ଉତ୍ପାଦକୁ ଫିଙ୍ଗିଦିଅନ୍ତି ରାସ୍ତାରେ l ଯେଉଁଥିପାଇଁ ସେମାନେ କ୍ଷତି ମଧ୍ୟ ସହିଥାନ୍ତି । ସେମାନଙ୍କର ନିଜର ମଣ୍ଡି ଏବଂ ଗ୍ରାମୀଣ ବଜାର ରହିଲେ, କୃଷକମାନେ ସହଜରେ ନିଜର ଉତ୍ପାଦକୁ ଏଠାରେ ବିକ୍ରି କରି ଭଲ ଲାଭ କରିପାରିବେ । ଯାହା ତାଙ୍କ ଉତ୍ପାଦକୁ ସଠିକ ମୂଲ୍ୟ ଦେବ l

ସେହିପରି ଏପ୍ରିଲ-ଜୁନ୍ ମାସରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ଘଟିବ । ଏଥିସହ ଗ୍ରାମାଞ୍ଚଳର ଚାହିଦା ଏବଂ ଉତ୍ପାଦନ କ୍ଷେତ୍ରରେ ବୃଦ୍ଧି ଦ୍ୱାରା ଏହା ସମର୍ଥିତ ହେବ । ସେହିପରି 'ଅର୍ଥନୀତିର ସ୍ଥିତି' ରିପୋର୍ଟ ଅନୁଯାୟୀ କୁହାଯାଇଛି ଯେ ଏପ୍ରିଲ ଏବଂ ମେ ମାସର ପ୍ରଥମ ଚାଳିଶ ଦିନରେ ଘରୋ ଅର୍ଥନୈତିକ ଅବସ୍ଥା ୨୦୨୨ - ୨୩ର ଶେଷ ଗତି ବଜାୟ ରଖିଛି । ତେବେ ଆର୍ଥିକ ଅଭିବୃଦ୍ଧି ଅନୁଯାୟୀ କୃଷିଙ୍କୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି l

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)